43.9 C
Bhubaneswar
Friday, April 19, 2024
Homeଓଡିଶା୧୮ ଯାଏ ବଢ଼ିଲା ଓଏସ୍‌ଏସ୍‌ଟିଇଟି ଫର୍ମପୂରଣ ଅବଧି

୧୮ ଯାଏ ବଢ଼ିଲା ଓଏସ୍‌ଏସ୍‌ଟିଇଟି ଫର୍ମପୂରଣ ଅବଧି

କଟକ: ଓଡ଼ିଶା ମାଧ୍ୟମିକ ସ୍କୁଲ୍ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଏସ୍‌ଏସ୍‌ଇଟି) ପରୀକ୍ଷା ଲାଗି ଫର୍ମପୂରଣ ଅବଧିକୁ ଆସନ୍ତା ୧୩ ତାରିଖରୁ ୧୮ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ଏନେଇ ଶନିବାର ମାଧ୍ୟମିକ ଶିକ୍ଷା ପରିଷଦପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରାର୍ଥୀମାନେ ଅନ୍‌ଲାଇନ୍‌ରେ ୧୮ ତାରିଖ ମଧ୍ୟରାତ୍ର ସୁଦ୍ଧା ଫର୍ମପୂରଣ କରିପାରିବେ ବୋଲି ବୋର୍ଡ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି । ଚଳିତବର୍ଷ କୋଭିଡ୍ ଏବଂ ବିନା ପରୀକ୍ଷାର ମାଟ୍ରିକ୍ ମୂଲ୍ୟାୟନ ଆଦି କାର୍ଯ୍ୟ ଦୃଷ୍ଟିରୁ ଓଏସ୍‌ଏସ୍‌ଇଟି ପରୀକ୍ଷା ବିଳମ୍ବ ହୋଇଛି । ତେବେ ଉକ୍ତ ପରୀକ୍ଷା ଯଥାଶୀଘ୍ର ଶେଷ କରିବା ପାଇଁ ବୋର୍ଡ କର୍ତ୍ତୃପକ୍ଷ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

ପ୍ରାଥମିକ ପର୍ଯ୍ୟାୟରେ ଫର୍ମପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇ ଜୁଲାଇ ୩ରୁ ଅନ୍‌ଲାଇନ୍‌ରେ ଫର୍ମପୂରଣ ଆରମ୍ଭ ହୋଇଥିଲା । ଫର୍ମପୂରଣ ଦାଖଲର ଶେଷ ତାରିଖ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ଫର୍ମପୂରଣ ସଂଖ୍ୟା ସନ୍ତୋଷଜନକ ହୋଇନଥିବାରୁ ଅଧିକ ପରୀକ୍ଷାର୍ଥୀଙ୍କୁ ସୁଯୋଗ ଦେବା ଲାଗି  ସମୟ ସୀମାକୁ ୧୩ ତାରିଖରୁ ୧୮ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ଫର୍ମପୂରଣ ଶେଷହେବା ପରେ  ପ୍ରୋଗ୍ରାମ୍ ବାବଦରେ ବିଜ୍ଞପ୍ତି ପ୍ରକାଶ ପାଇବ । ଓଏସ୍‌ଏସ୍‌ଇଟିରେ  ମୋଟ ୧୫୦ ମାର୍କର  ପରୀକ୍ଷା କରାଯିବ । ସମୟ ସୀମା ଅଢ଼େଇ ଘଣ୍ଟା ଧାର୍ଯ୍ୟ ରହିଛି । ଓଏମ୍‌ଆର ସିଟ୍‌ରେ ହେଉଥିବା ପରୀକ୍ଷାରେ ଅନ୍‌ଲାଇନ୍‌ରେ ମାର୍କିଂ କରାଯିବ । କୋଭିଡ୍ ସ୍ଥିତିକୁ ଦୃଷ୍ଟିରେ ରଖି ଏହି ପରୀକ୍ଷା ବ୍ୟବସ୍ଥା କରାଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛିି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking