27.1 C
Bhubaneswar
Saturday, October 19, 2024
Homeଖେଳ୫ ହଜାର ଦିନିକିଆ ରନ୍‌ରେ ବାବର୍ ଦ୍ରୁତତମ

୫ ହଜାର ଦିନିକିଆ ରନ୍‌ରେ ବାବର୍ ଦ୍ରୁତତମ

କରାଚୀ : ପାକିସ୍ତାନ ଅଧିଡ଼ାୟକ ବାବର୍ ଆଜମ୍ ଶୁକ୍ରବାର ଦିନିକିଆ କ୍ରିକେଟ୍‌ରେ ୫ ହଜାର ରନ୍ ପୂରଣ କରିବାରେ ଦ୍ରୁତତମ ସାବ୍ୟସ୍ତ ହୋଇଛନ୍ତି । ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ଜଣକ ଚଳିତ ନ୍ୟୁଜିଲାଣ୍ଡ୍ ବିପକ୍ଷ ଦିନିକିଆ ସିରିଜ୍‌ର ଚତୁର୍ଥ ମ୍ୟାଚ୍‌ରେ ଏହି ସଂଖ୍ୟକ ରନ୍ ପୂରଣ କରି ଏ କ୍ଷେତ୍ରରେ ସାଉଥ୍ ଆଫ୍ରିକାର ହାଶିମ୍ ଅମ୍‌ଲାଙ୍କୁ ଅତିକ୍ରମ କରିଛନ୍ତି । ଅମଲା ତାଙ୍କ କ୍ୟାରିଅର୍‌ର ୧୦୪ତମ ମ୍ୟାଚ୍‌ର ୧୦୧ତମ ଇନିଂସରେ ୫ ହଜାର ରନ୍ ପୂରଣ କରିଥିବା ବେଳେ ବାବର୍ ଏଥିସକାଶେ ୯୯ତମ ମ୍ୟାଚ୍‌ରେ ୯୭ଟି ଇନିଂସ ନେଇଛନ୍ତି । ଏଠାରେ ଶୁକ୍ରବାର ଖେଳାଯାଇଥିବା ଚତୁର୍ଥ ଦିନିକିଆରେ ୧୯ ରନ୍ କରିଥିବା ସମୟରେ ବାବର ୫ ହଜାର ରନ୍ ପୂରଣ କରିଥିଲେ ।

ଗତ ବର୍ଷ ବାବର ଦିନିକିଆରେ ୪ ହଜାର ପୂରଣ କରିବାରେ ଅଳ୍ପକେ ଅମଲାଙ୍କ ସମକକ୍ଷ ହେବାରୁ ବଞ୍ଚିତ ହୋଇଥିଲେ । ଗତ ଦୁଇ ବର୍ଷ ହେଲା ଆଇସିସି ଦିନିକିଆ ର‌୍ୟାଙ୍କିଙ୍ଗ୍‌ରେ ଏକ ନମ୍ବର ସ୍ଥାନ ବଜାୟ ରଖିଥିବା ୨୮ ବର୍ଷୀୟ ବାବର୍ ଶୁକ୍ରବାର ଚତୁର୍ଦ୍ଦଶ ପାକିସ୍ତାନୀ ଭାବେ ୫ ହଜାର ରନ୍ ପୂରଣ କରିଛନ୍ତି । ଏହି ତାଲିକାର ଶୀର୍ଷରେ ପୂର୍ବତନ ଅଧିନାୟକ ଇଞ୍ଜାମାମ୍‌-ଉଲ୍‌-ହକ୍ ଅଛନ୍ତି, ଯିଏକି ଦିନିକିଆରେ ମୋଟ ୧୧ ହଜାର ୭୦୧ ରନ୍ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking