27.1 C
Bhubaneswar
Thursday, April 30, 2026
Homeଦେଶ ବିଦେଶଅଯୋଧ୍ୟାର ରାମ ମନ୍ଦିର ଦର୍ଶନ ଏବଂ ଆଳତୀର ସମୟ ପରିବର୍ତ୍ତନ

ଅଯୋଧ୍ୟାର ରାମ ମନ୍ଦିର ଦର୍ଶନ ଏବଂ ଆଳତୀର ସମୟ ପରିବର୍ତ୍ତନ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଅଯୋଧ୍ୟାର ରାମ ମନ୍ଦିର ଟ୍ରଷ୍ଟ ରାମ ମନ୍ଦିର ଦର୍ଶନ ଏବଂ ଆଳତୀର ସମୟ ପରିବର୍ତ୍ତନ କରିଛି।
ସୂଚନା ଅନୁଯାୟୀ, ଅଯୋଧ୍ୟାରେ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗି ରହିଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି। ପ୍ରୟାଗରାଜର ମହାକୁମ୍ଭକୁ ଆସୁଥିବା ଅନେକ ଶ୍ରଦ୍ଧାଳୁ ରାମ ମନ୍ଦିରକୁ ପ୍ରଭୁ ରାମଲଲ୍ଲାଙ୍କ ଦର୍ଶନ ପାଇଁ ଆସୁଛନ୍ତି। ଏପରି ପରିସ୍ଥିତିରେ ରାମ ମନ୍ଦିରରେ ଦର୍ଶନ ଏବଂ ଆଳତୀର ସମୟ ପରିବର୍ତ୍ତନ କରାଯାଇଛି। ଅଯୋଧ୍ୟାର ରାମ ମନ୍ଦିରରେ ରାମଲାଲାଙ୍କ ଦର୍ଶନ ଏବେ ସକାଳ ୬ଟାରୁ ରାତି ୧୦ଟା ପର‌୍ୟ୍ୟନ୍ତ ଚାଲିବ। ସକାଳ ୪ଟାରେ ମଙ୍ଗଳ ଆଳତୀ କରାଯିବ। ମଙ୍ଗଳ ଆରତୀ ପରେ, ମନ୍ଦିରର ଦ୍ୱାର ବନ୍ଦ ହୋଇଯିବ। ଏହାପରେ ସକାଳ ୬ଟାରେ ଶୃଙ୍ଗାର ଆଳତୀ ଅନୁଷ୍ଠିତ ହେବ ଏବଂ ଏହା ସହିତ ରାମଲାଲା ମନ୍ଦିର ସାଧାରଣ ଲୋକଙ୍କ ପାଇଁ ଖୋଲାଯିବ।  ପରେ ମଧ୍ୟାହ୍ନ ୧୨ଟାରେ ରାମଲାଲାଙ୍କୁ ରାଜଭୋଗ ଅର୍ପଣ କରାଯିବ। ଭୋଗପରେ ଭକ୍ତମାନେ ପୁଣି ଥରେ ରାମଲାଲାଙ୍କ ନିରନ୍ତର ଦର୍ଶନ କରିପାରିବେ। ଏହି ନୂତନ ସମୟ ଫେବୃଆରି ୬ ତାରିଖରୁ ଲାଗୁ ହେବ। ଅଯୋଧ୍ୟାର ରାମ ମନ୍ଦିରରେ ସନ୍ଧ୍ୟା ୭ଟାରେ ସନ୍ଧ୍ୟା ଆରତୀ ଅନୁଷ୍ଠିତ ହେବ। ସନ୍ଧ୍ୟା ଆଳତୀ ସମୟରେ ମନ୍ଦିରର ଦ୍ୱାର ୧୫ ମିନିଟ୍ ପାଇଁ ବନ୍ଦ ରହିବ। ଏହାପରେ ପୁନର୍ବାର ଦର୍ଶନ ଜାରି ରହିବ। ରାତି ୧୦ଟାରେ ଶୟନ ଆରତୀ ହେବ। ଶୟନ ଆରତୀ ପରେ ପ୍ରଭୁଙ୍କ ମନ୍ଦିରର ଦ୍ୱାର ବନ୍ଦ ହୋଇଯିବ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking