31.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶଗରମ ରୁ ବର୍ତ୍ତିବା ପାଇଁ ଅଟୋ ରିକ୍ସା ଉପରେ ତିଆରି କଲେ କୃତିମ ବଗିଚା

ଗରମ ରୁ ବର୍ତ୍ତିବା ପାଇଁ ଅଟୋ ରିକ୍ସା ଉପରେ ତିଆରି କଲେ କୃତିମ ବଗିଚା

ନୂଆଦିଲ୍ଲୀ:ଦିଲ୍ଲୀ ରେ ଏବେ ପ୍ରଚୁର ଗରମ ଅନୁଭବ ହେଉଛି । ତାପମାତ୍ରା ମଧ୍ୟ ୪୦ ଡିଗ୍ରୀ ଉପରେ ରହୁଛି ।ଏମିତି ପରିସ୍ଥିତି ରେ ଗରମ ରୁ ରକ୍ଷା ପାଇବା ପାଇଁ ଅଟୋ ଚାଳକ ଏକ ନୂଆ ଉପାୟ କରିଛନ୍ତି ।ଅଟୋର ଉପରେ ଗଛ ଲଗାଇ ତିଆରି କରିଛନ୍ତି କୃତିମ ବଗିଚା । ଦିଲ୍ଲୀ ର ରାସ୍ତାରେ ଚାଲୁଥିବା ଅଟୋ ମାନଙ୍କ ମଧ୍ୟରୁ ମହେନ୍ଦ୍ର କୁମାର ଅଟୋ ସବୁଠୁ ଖାସ ଅଟେ । ତେବେ ଖବର ଅନୁଯାୟୀ ମହେନ୍ଦ୍ର କୁମାରଙ୍କ ନିଜ ଅଟୋ ଉପରେ ଗଛ ଲଗାଇବାର ଚିନ୍ତା ଦୁଇବର୍ଷ ଆଗରୁ ଆସିଥିଲା ।ସେ ଭାବିଥିଲେ କି ଗରମ ରୁ ରକ୍ଷା ପାଇବା ପାଇଁ ଅଟୋର ଉପରେ ଗଛ ଲଗାଇବା ଉଚିତ ହେବ । ତାଙ୍କ କହିବା ଅନୁଯାୟୀ ଗଛ ଲଗାଇବା ପରେ ତାଙ୍କ ଅଟୋ ଏବେ ଥଣ୍ଡା ରହୁଛି ଏବଂ ଲୋକମାନଙ୍କୁ ମଧ୍ୟ ଗରମ ରୁ କିଛି ମୁକ୍ତି ମିଳୁଛି । ମହେନ୍ଦ୍ର କୁମାରଙ୍କ ଅଟୋରେ ଡ୍ରାଇଭର ସିଟ ପାଖରେ ଦୁଇଟି ଛୋଟ ଫ୍ୟାନ ମଧ୍ୟ ଲାଗିଛି । ଯେଉଁ ଲୋକମାନେ ତାଙ୍କ ଅଟୋରେ ବସି ଯାଉଛନ୍ତି ସେମାନେ ମଧ୍ୟ ମହେନ୍ଦ୍ରଙ୍କୁ ପ୍ରଶଂସା କରିଛନ୍ତି । ଏବଂ ଗଛ ଲଗାଇବା ପାଇଁ ଟିପ୍ସ ମଧ୍ୟ ଦେଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking