29.1 C
Bhubaneswar
Wednesday, June 26, 2024
Homeଓଡିଶାଚିରନ୍ତନୀର ପାର୍ବଣ ବିଶେଷାଙ୍କର ଶୁଭ ଲୋକାର୍ପଣ

ଚିରନ୍ତନୀର ପାର୍ବଣ ବିଶେଷାଙ୍କର ଶୁଭ ଲୋକାର୍ପଣ

ବ୍ୟାସନଗର : ୨୯.୧୦- ଭାଷା ସାହିତ୍ୟ ସଂସ୍କୃତିର ପ୍ରବାହ ଚିରନ୍ତନୀର ପାର୍ବଣ ବିଶେଷାଙ୍କର ଶୁଭ ଲୋକାର୍ପଣ ଉତ୍ସବ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସନ୍ତୋଷ କୁମାର ମିଶ୍ର ଉଦ୍ଘାଟକ ଭାବେ ଯୋଗଦେଇ ଚିରନ୍ତନୀ ପତ୍ରିକା ଉନ୍ମୋଚନ କରି ଭାଷା ସାହିତ୍ୟ ସୁରକ୍ଷା କ୍ଷେତ୍ରରେ ଏହାର ଭୁମିକା ସମ୍ପର୍କରେ ମତବ୍ୟକ୍ତ କରିବା ସହିତ ଓଡିଶା ସହିତ ଯାଜପୁରକୁ ସଂଯୁକ୍ତ କରିବାର ସେତୁ ଚିରନ୍ତନୀ ବୋଲି ବର୍ଣ୍ଣନା କରିଥିଲେ ।ଏହି ଉତ୍ସବରେ ଉପେନ୍ଦ୍ର ନାଥ ମହାବିଦ୍ୟାଳୟର ଓଡିଆ ବିଭାଗ ମୁଖ୍ୟ ଡ. ରବୀନ୍ଦ୍ର ବିହାରୀ, ମୁଖ୍ୟ ଅତିଥିଭାବେ ଯୋଗଦେଇ କହିଥିଲେ ଚିରନ୍ତନୀର ଶାଶ୍ୱତ ଦୃଷ୍ଟି ସାହିତ୍ୟ ପାଇଁ ନୂତନ ପ୍ରେରଣା ଆଣିବାରେ ଯେଉଁ ଭୂମିକା ଗ୍ରହଣ କରିଛି , ତାହା ବାସ୍ତବିକ ଅଭିନନ୍ଦନୀୟ ।ମୁଖ୍ୟ ବକ୍ତାଭାବେ, ବ୍ୟାସନଗର ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧକ୍ଷ ଶ୍ରୀଯୁକ୍ତ ଶିବ ପ୍ରସାଦ ମାଝି ଚରନ୍ତନୀ ସମକାଳ ପତ୍ରିକା ଜଗତରେ ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଛି ବୋଲି ମତବ୍ୟକ୍ତ କରିଥିଲେ ।ଡ. ଦୁଷ୍ମନ୍ତ ନାୟକ କହିଥିଲେ ଚିରନ୍ତନୀ ମାଧ୍ୟମରେ ନୂତନ ପାଠକ ଓ ଲେଖକ ସୃଷ୍ଟି ହେବେ ବୋଲି ସମ୍ପାଦିକାଙ୍କ ପ୍ରୟାସରୁ ସ୍ପଷ୍ଟ ବାରିହୋଇପଡେ । ଚିରନ୍ତନୀର ପ୍ରକାଶକ ଶ୍ରୀଯୁକ୍ତ ନାରାୟଣ ପ୍ରସାଦ ପତି ଓଡିଆ ଭାଷା ସାହିତ୍ୟକୁ ସମୃଦ୍ଧ କରିବା ଚିରନ୍ତନୀର ଏକମାତ୍ର ଲକ୍ଷ୍ୟ ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଚିରନ୍ତନୀ ପରିବାରର ଅନ୍ୟତମ ସଦସ୍ୟ ଡ. ଅକ୍ଷୟ କୁମାର ପଣ୍ଡା କବି ସଂନ୍ଧ୍ୟାରାଣୀ ଘଡାଇ,କବି ମଂଯୁଲତା ନାୟକ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିବାବେଳେ ଚୀରନ୍ତନୀର ସଂପାଦିକା ଏହି ପତ୍ରିକା ମାଧ୍ୟମରେ ଏକ ନୂତନ ସାରସ୍ୱତ ଆନ୍ଦୋଳନ ପାଇଁ ଆହ୍ୱାନ ଜଣାଇଥିଲେ । ଏହି ଅବସରରେ କବି ଦୟାନିଧି ନାୟକ ପ୍ରାରମ୍ଭିକ ସୂଚନା, ଅତିଥି ପରିଚୟ ଓ ଧନ୍ୟବାଦ ଜଣାଇଥିଲେ । ଗଣ ମାଧ୍ୟମର ସମସ୍ତ ପ୍ରତିନିଧି ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଏହି ଉତ୍ସବ କରୋନା ନିୟମ ଆଧାରରେ ପାଳନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking