ନିକିତା ମୃତ୍ୟୁ ମାମଲା: ଅଭିଯୁକ୍ତଙ୍କୁ ୧୪ ଦିନ ରିମାଣ୍ଡ୍‌ରେ ନେଲା ପୋଲିସ୍

ଫରିଦାବାଦ: ନିକିତା ମୃତ୍ୟୁ ମାମଲାରେ ଦୁଈ ଆରୋପୀ ତୌସିଫ୍ ଓ ରେହାନ୍ କୁୁ କୋର୍ଟରେ ହାଜର କରାଯାଇଥିଲା । ସେଠାରୁ ତାଙ୍କୁ ୧୪ଦିନ ରିମାଣ୍ଡରେ ନିଆଯାଇଛିା ପୂର୍ବରୁ ପୋଲିସ୍ ସେଦୁଇ ଜଣଙ୍କୁ ୨ ଦିନ ରିମାଣ୍ଡରେ ନେଇଥିଲା ।ଏହା ଭିତରେ ସେମାନେ ହତ୍ୟା ପାଇଁ ବ୍ୟବହାର କରିଥିବା ଗାଡ଼ି ଓ ହତିଆରକୁ ଜବତ କରିନେଇଛି ଓ ତା ସହ ହତିଆର ବିକ୍ରୀ କରିଥିବା ବ୍ୟକ୍ତିକୁ ମଧ୍ୟ ଗିରଫ୍ କରାଯାଇଛି ।
ଏହା ମଧ୍ୟରେ କରଣୀ ସେନାର ଅଧକ୍ଷ୍ୟ ସୁରଜପାଲ ଅମ୍ମୁ ପୀଡ଼ିତ ଙ୍କ ପରିବାର କୁ ଭେଟିଥିଲେ । ସେ କହିଥିଲେ ଯେ ଲଭ୍ ଜିହାଦରେ ଆଉ କୌଣସି ହିନ୍ଦୁ ଝିଅ ମାନଙ୍କର ଯେପରି ମୃତ୍ୟୁ ନହୁଏ ସେଥିପାଇଁ ସରକାରଙ୍କୁ ଦାବି କରାଯିବା ସହିତ ଏହି ହତ୍ୟାକାରୀ ମାନଙ୍କୁ ଫାସୀ ଦଣ୍ଡ ମିଳିବା ଉଚିତ୍ ।
କଂଗ୍ରେସ୍‌କୁ ପ୍ରଶ୍ନ କରି ସୁରଜପାଲ କହିଛନ୍ତି ଯେ ଦିଲ୍ଲୀରୁ ଫରିଦାବାଦ୍ ୨୦ କି.ମି ଦୁର ହେଇଥିଲେ ମଧ୍ୟ ରାହୁଲ ଗାନ୍ଧୀ କି ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ କେହିବି ପହଞ୍ଚିନଥିଲେ । କିନ୍ତୁ ହାତ୍‌ରସ୍ ଘଟଣାରେ ଉତ୍ତରପ୍ରଦେଶ ଯାଇପାରିଥିଲେ । ସେ କହିଥିଲେ କି କରଣୀ ସେନା ଆଇନ୍‌ରେ ବିଶ୍ୱାସ କରେ କିନ୍ତୁ ଆଇନ୍ ତା କାମ ନକରିପାରିଲେ ସେମାନେ ବାଧ୍ୟ ହୋଇ ଆଇନ୍ କୁ ହାତ କୁ ନେବେ ।
ସୁଚନାଯୋଗ୍ୟ ଯେ, ଅଗ୍ରୱାଲ୍ କଲେଜ ବାହାରେ ବାଣିଜ୍ୟ ବିଭାଗର ଶେଷ ବର୍ଷର ଛାତ୍ରୀ ନିକିତାକୁ ଦିନ ସମୟରେ ଗୁଳି କରି ହତ୍ୟା କରାଯାଇଥିଲା ।ଛାତ୍ରୀ ନିକିତାକୁ ନ୍ୟାୟ ଦବା ଦାବିରେ ଏବିଭିପିର ଛାତ୍ରଛାତ୍ରୀ ମାନେ ଧାରଣା ରେ ବସିଥିଲେ ।

LEAVE A REPLY

Please enter your comment!
Please enter your name here