36.1 C
Bhubaneswar
Sunday, May 19, 2024
Homeମନୋରଞ୍ଜନମ୍ୟୁଜିକ୍ କନସର୍ଟରେ ବଲିଉଡ୍ ଗାୟକ କୈଳାଶ ଖେର୍‌ଙ୍କ ଉପରେ ଆକ୍ରମଣ

ମ୍ୟୁଜିକ୍ କନସର୍ଟରେ ବଲିଉଡ୍ ଗାୟକ କୈଳାଶ ଖେର୍‌ଙ୍କ ଉପରେ ଆକ୍ରମଣ

ବେଙ୍ଗାଲୁରୁ: ବଲିଉଡ୍ ଗାୟକ କୈଳାଶ ଖେରଙ୍କ ଉପରେ ଆକ୍ରମଣ। କର୍ଣ୍ଣାଟକରେ ମ୍ୟୁଜିକ୍ କନସର୍ଟ ଚାଲିଥିବା ବେଳେ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଯୋଗୁ କୈଳାଶ ଖେର୍ଙ୍କ ଉପରେ ଆକ୍ରମଣ ହୋଇଛି

ମିଳିଥିବା ଖବର ଅନୁସାର, କୈଳାଶ ଖେର୍ଗୀତ ଗାଉଥିବା ବେଳେ ତାଙ୍କ ଉପରକୁ ବୋତଲମାଡ଼ ହୋଇଛି। ଏହା ପରେ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବୋତଲମାଡ଼ କରିଥିବା ବ୍ୟକ୍ତିଙ୍କୁ ଗିରଫ କରିଛି। ତେବେ ଏହି ଘଟଣାରେ କୈଳାଶଙ୍କର ସ୍ୱାସ୍ଥ୍ୟବାସ୍ଥା ନେଇ କୌଣସି ଖବର ଏପର୍ଯ୍ୟନ୍ତ ମିଳିପାରି ନାହିଁ

ସୂଚନା ଥାଉକି କର୍ଣ୍ଣାଟକର ହାମ୍ପିରେ କୈଳାଶ ଖେର୍ଙ୍କ ମ୍ୟୁଜିକ କନସର୍ଟ ଶୁଣିବାକୁ ହଜାର ହଜାର ସଂଖ୍ୟାରେ ଲୋକ ଯୋଗ ଦେଇଥିଲେ। ଏହାରି ଭିତରେ ଖେର୍ଙ୍କୁ ବୋତଲ ମାଡ଼ ହୋଇଥିଲା। ତେବେ ବ୍ୟକ୍ତି ଜଣଙ୍କ କାହିଁଖି ଗାୟକଙ୍କୁ ବୋତଲ ମାଡ଼ କରିଛନ୍ତି ତାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ପୁଲିସ ଅଭିଯୁକ୍ତକୁ ଗିରଫ କରି ପଚରାଉଚରା କରିଛି।      

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking