ନୂଆଦିଲ୍ଲୀ ଭାରତୀୟ ଟେନିସ୍ ଷ୍ଟାର୍ ରୋହନ ବୋପନ୍ନା ବର୍ଷ ଶେଷ ଟେନିସ୍ ଟୁର୍ଣ୍ଣାମେଣ୍ଟ୍ରେ ଏଟିପି ଫାଇନାଲ୍ସରେ ଇତିହାସ ରଚିଛନ୍ତି । ମ୍ୟାଚ୍ ଜିତିବାରେ ସେ ବୟସ୍କ ଖେଳାଳି ହୋଇଛନ୍ତି । ୪୩ ବର୍ଷ ବୟସରେ ଯୋଡ଼ିଦାର ମାଥ୍ୟୁ ଏବ୍ଡେନ୍ଙ୍କ ସହିତ ରବିନ୍ ଲିଗ୍ ମ୍ୟାଚ୍ରେ ରିଙ୍କି ହିଜିକାତା ଓ ଜେସନ୍ କୁବ୍ଲର୍ଙ୍କ ଯୋଡ଼ିକୁ ୬-୪, ୬-୪ ସିଧା ସେଟ୍ରେ ହରାଇ ବୋପନ୍ନା ଏହି କୀର୍ତ୍ତିମାନ ସ୍ଥାପନ କରିଛନ୍ତି ।
ବୋପନ୍ନା ଓ ତାଙ୍କ ଅଷ୍ଟ୍ରେଲୀୟ ଯୋଡ଼ିଦାର ନିଜ ଗ୍ରୁପ୍ରେ ଏବେ ୧-୧ରେ ରହିଥିବା ବେଳେ ତାଙ୍କ ସେମିଫାଇନାଲ୍ ଖେଳିବା ଶୁକ୍ରବାରର ୱେସ୍ଲି କୁଲ୍ହପ୍ ଏବଂ ନିଲ୍ ସ୍କୁପ୍ସ୍କିଙ୍କ ବିପକ୍ଷ ମ୍ୟାଚ୍ର ଫଳାଫଳ ଉପରେ ନିର୍ଭର କରୁଛି । ଏହା ପୂର୍ବରୁ ୨୦୧୪ରେ କାନାଡାର ଡାନିଏଲ୍ ନେଷ୍ଟର୍ (୪୨ ବର୍ଷ) ଟୁର୍ଣ୍ଣାମେଣ୍ଟ୍ରେ ବୟସ୍କ ଖେଳାଳି ଭାବେ ମ୍ୟାଚ୍ ଜିତିଥିଲେ । ଏହା ପୂର୍ବରୁ ବୋପନ୍ନା ଚଳିତ ବର୍ଷ ଏବ୍ଡେନ୍ଙ୍କ ସହିତ ଇଣ୍ଡିଆନ୍ ୱେଲ୍ସ ଡବଲ୍ସ ଟାଇଟଲ୍ ଜିତି ବୟସ୍କ ଏଟିପି ମାଷ୍ଟର୍ସ ୧୦୦୦ ଚାମ୍ପିଅନ୍ ହୋଇଥିଲେ ।