29.1 C
Bhubaneswar
Tuesday, October 22, 2024
Homeଦେଶ ବିଦେଶଅତିକ-ଅସରଫ ହତ୍ୟାକାଣ୍ଡ; ୫ ପୋଲିସ କର୍ମଚାରୀ ନିଲମ୍ବିତ

ଅତିକ-ଅସରଫ ହତ୍ୟାକାଣ୍ଡ; ୫ ପୋଲିସ କର୍ମଚାରୀ ନିଲମ୍ବିତ

ଲକ୍ଷ୍ନୌ: ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦ ଓ ଭାଇ ଅସରଫ ହତ୍ୟାକାଣ୍ଡ ଘଟଣାରେ ୫ ଜଣ ପୋଲିସ କର୍ମଚାରୀ ନିଲମ୍ବିତ ହୋଇଛନ୍ତି । ଶାହାଗଞ୍ଜ ଥାନା ଇନଚାର୍ଜ ଅଶ୍ୱିନୀ କୁମାର ସିଂହଙ୍କ ସମେତ ୫ ଜଣଙ୍କୁ ନିଲମ୍ବନ କରାଯାଇଛି । କାର୍ଯ୍ୟରେ ଅବହେଳା ପାଇଁ ଏସଆଇଟିର ରିପୋର୍ଟ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ନିଲମ୍ବିତ ଅନ୍ୟ ପୋଲିସ କର୍ମୀଙ୍କ ମଧ୍ୟରେ ଜଣେ ସବ-ଇନ୍ସପେକ୍ଟର ଓ ତିନି ଜଣ କନେଷ୍ଟବଳ ଅଛନ୍ତି । ଗତ ଶନିବାର ବିଳମ୍ବିତ ରାତିରେ ଏହି ଗ୍ୟାଙ୍ଗଷ୍ଟାର ଭାଇଙ୍କୁ ହତ୍ୟା କରାଯାଇଥିଲା । ପୋଲିସ ଦୁଇ ଭାଇଙ୍କୁ ମେଡିକାଲ ଚେକଅପ୍ ପାଇଁ ପ୍ରୟାଗରାଜର ଏକ ହସ୍ପିଟାଲ ନେଉଥିବା ସମୟରେ ତିନି ଜଣ ସୁଟର ସାମ୍ବାଦିକ ବେଶରେ ଆସି ସମସ୍ତଙ୍କ ସାମ୍ନାରେ ଗୁଳି କରି ହତ୍ୟା କରିଥିଲେ ।

ହତ୍ୟାକାଣ୍ଡର ଦୃଶ୍ୟ ସେଠାରେ ଥିବା ଗଣମାଧ୍ୟମର କ୍ୟାମେରାରେ କଏଦ ହୋଇଥିଲା । ଅତିକ ଓ ଅସରଫ ହତ୍ୟା ଘଟଣାର ତଦନ୍ତ ପାଇଁ ପୋଲିସ କମିଶନର ରମିତ ଶର୍ମା ତିନି ଜଣିଆ ଏସଆଇଟି ଗଠନ କରିଛନ୍ତି । ଅତିରିକ୍ତ ପୋଲିସ କମିଶନର ସତିଶ ଚନ୍ଦ୍ରଙ୍କ ନେତୃତ୍ୱରେ ଏହି ଟିମ୍ ହତ୍ୟାର ତଦନ୍ତ କରୁଛନ୍ତି । ଏହାରି ଭିତରେ ଗତକାଲି ସକାଳେ ପୋଲିସ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଅତିକ-ଅସରଫ ହତ୍ୟାକାଣ୍ଡର ତିନି ମୁଖ୍ୟ ଅଭିଯୁକ୍ତ ଲବଲେସ ତିୱାରି, ମୋହିତ ଓ ଅରୁଣ କୁମାର ମୌର୍ଯ୍ୟକୁ ଚିଫ୍ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ ଆଗରେ ହଜାର କରିଥିଲା । ପୋଲିସ ଏହି ତିନି ଅଭିଯୁକ୍ତକୁ ୭ ଦିନ ପାଇଁ ରିମାଣ୍ଡରେ ନେବାକୁ ଅନୁମତି ମାଗି ଥିବାବେଳେ କୋର୍ଟ ୪ ଦିନିଆ ରିମାଣ୍ଡରେ ପଠାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking