19.1 C
Bhubaneswar
Monday, November 18, 2024
Homeଓଡିଶା୧୯ କେନ୍ଦ୍ରରେ ହେବ କରୋନା ଟୀକାକରଣ

୧୯ କେନ୍ଦ୍ରରେ ହେବ କରୋନା ଟୀକାକରଣ

ଭୁବନେଶ୍ୱର: କରୋନାକୁ ପ୍ରତିହତ କରିବା ପାଇଁ ରାଜ୍ୟରେ ଟୀକାକରଣ ଉପରେ ଗୁରୁତ୍ୱାରୋପ କରାଯାଉଛି । ଇତି ମଧ୍ୟରେ କରୋନାର ତୃତୀୟ ଲହର ଆସି ସାରିଥିବା ପରେ ବି ବହୁ ଲୋକ ଟୀକା ନେଇ ନାହାନ୍ତି । ବିଶେଷକରି ରାଜଧାନୀ ଭୁବନେଶ୍ୱରରେ ଏବେବି ଟିକା ନେଇ ନଥିବା ବ୍ୟକ୍ତି ରହିଛନ୍ତି । ତେଣୁ ସେମାନଙ୍କୁ ସୁରୁଖୁରୁରେ ଟିକା ଦେବା ପାଇଁ ବିଏମ୍‌ସି ପକ୍ଷରୁ ପୁଣି ଥରେ ଟିକାକରଣର ବ୍ୟବସ୍ଥା କରାଯାଉଛି । ଜୁନ୍ ୧ ତାରିଖ ଠାରୁ ଭୁବନେଶ୍ୱରର ୧୯ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ଏଥିପାଇଁ ବନ୍ଦୋବସ୍ତ କରାଯାଇଛି ।

ବିଏମ୍‌ସି ହସ୍ପିଟାଲ ୟୁସିଏଚ୍‌ସି, ୟୁନିଟ- ୪ ୟୁସିଏମ୍‌ସି, ପଟିଆ ୟୁସିଏସି, ଡୁମୁଡୁମା ୟୁସିଏଚ୍‌ସି, ୟୁନିଟ-୮ ୟୁପିଏସି, ଆଇଆର୍‌ସି ଭିଲେଜ, ୟୁପିଏସି, ଘାଟିକିଆ ୟୁପିଏଚ୍‌ସି, ସହିଦ ନଗର ୟୁପିଏସି, ସାମନ୍ତରାପୁର ୟୁପିଏଚସି, ପ କଳ୍ପନା ୟୁପିଏସି, ଇଷ୍ଟକୋଷ୍ଟ ରେଲୱେ ରେଳ ବିହାର । ଏହି ୧୧ଟି ସ୍ୱାସ୍ଥ୍ୟକେନ୍ଦ୍ରରେ କୋଭାବ୍ଦିନ ଟିକା ଦିଆଯିବ ।

ସେହିପରି ୟୁନିଟ-୩ ୟୁପିଏଚ୍‌ସି, ନିଳାଦ୍ରୀବିହାର ଷ ୟୁପିଏସି, ପୋଖରୀପୁଟ ୟୁପିଏସି, ବ୍ରହ୍ମେଶ୍ୱରପାଟଣା ୟୁପିଏସି, ନହରକଣ୍ଟା ୟୁପିଏଚ୍‌ସିରେ କୋର୍‌ବେଭାକ୍ସ (୫ରୁ ୧୨ ବର୍ଷ ପିଲାଙ୍କୁ) ଟିକା ପ୍ରଦାନ କରାଯିବ । ସେହିପରି ୟୁନିଟ୍‌-୯ ୟୁପିଏଚ୍‌ସିରେ କୋଭିସିଲ୍ ଏବଂ ଏମ୍ ଭୁବନେଶ୍ୱର ଓ କ୍ୟାପିଟାଲ ହସ୍ପିଟାଲରେ କୋଭାକ୍ସିନ ଓ କୋବୈଭାକୁ ଟିକା ଦିଆଯିବ । ପୂର୍ବାହ୍ନ ୯ଟାରୁ ଅପରାହ୍ନ ୧ଟା ଏବଂ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଟିକାକରଣ କରାଯିବ ବୋଲି ବିଏମ୍‌ସି ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking