31.1 C
Bhubaneswar
Saturday, June 15, 2024
Homeଦେଶ ବିଦେଶ୫୪ବର୍ଷ ବୟସରେ ୩୦ଥର ଏଭରେଷ୍ଟ ଚଢି ଇତିହାସ ରଚିଲେ

୫୪ବର୍ଷ ବୟସରେ ୩୦ଥର ଏଭରେଷ୍ଟ ଚଢି ଇତିହାସ ରଚିଲେ

ନୂଆଦିଲ୍ଲୀ : ନେପାଳର ଭେଟେରାନ୍ ଜଣେ ବାସିନ୍ଦା ୫୪ବର୍ଷ ବୟସରେ ୩୦ଥର ଏଭରେଷ୍ଟ ଚଢି ଇତିହାସ ସୃଷ୍ଟି କରିଛନ୍ତି କାମି ରୀତା । ଗତ ମେ ୨୨ ତାରିଖରେ ୩୦ଥର ଏଭରେଷ୍ଟ ଚଢି ବିଜୟ ହାସଲ କରିଛନ୍ତି । ତାଙ୍କ ବୟସ ସିନା ୫୪ କିନ୍ତୁ ଏଭରେଷ୍ଟ ଚଢିବାରେ ସେ କେବେ ନିଜ ବୟସକୁ ଦେଖି ନାହାନ୍ତି । ଏଭରେଷ୍ଟ ଚଢିବାର ନିଶା ତାଙ୍କୁ ଆଜି ସଫଳତାର ଶୀର୍ଷରେ ପହଞ୍ଚାଇଛି । ୧୯୫୪ ମସିହାରେ ଯେତେବେଳେ ତାଙ୍କୁ ୨୪ବର୍ଷ ବୟସ ହୋଇଥିଲା ସେତେବେଳେ ସେ ପ୍ରଥମ ଥର ପାଇଁ ଏଭରେଷ୍ଟ ଚଢ଼ିଥିଲେ । ଆଉ ୨୦୨୪ରେ ସେ ୩୦ଥର ଏଭରେଷ୍ଟ ଚଢି ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି । ସେ ” ଏଭରେଷ୍ଟ ମ୍ୟାନ୍‌‌ ” ଭାବରେ ମଧ୍ୟ ପରିଚିତ । ସେ କେବଳ ମାଉଣ୍ଟ ଏଭରେଷ୍ଟ ନୁହେଁ ବରଂ ମାଉଣ୍ଟ କେ୨, ମାଉଣ୍ଟ ହୋତ୍ସେ, ମାଉଣ୍ଟ ମନାସ୍ଲୁ ସହଜରେ ଚଢ଼ିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking