26.1 C
Bhubaneswar
Thursday, September 19, 2024
Homeଓଡିଶାଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତି ପାଇଁ ସାକ୍ଷାତକାର ଓ ଡକ୍ୟୁମେଣ୍ଟ ଯାଞ୍ଚକୁ ସ୍ଥଗିତ ରଖିଲା ଓପିଏସସି

ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତି ପାଇଁ ସାକ୍ଷାତକାର ଓ ଡକ୍ୟୁମେଣ୍ଟ ଯାଞ୍ଚକୁ ସ୍ଥଗିତ ରଖିଲା ଓପିଏସସି

ଭୁବନେଶ୍ୱର: ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ସାକ୍ଷାତକାର ପରୀକ୍ଷା ବନ୍ଦ କରାଯାଇଛି । ୟୁନିଭରସିଟି ଗ୍ରାଣ୍ଟସ କମିଶନ (ୟୁଜିସି)ର ତାଗିଦ ପରେ ଓପିଏସସି ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି । ଓଡ଼ିଶା ୟୁନିଭରସିଟି ସଂଶୋଧ ଆକ୍ଟ ୨୦୨୦କୁ ଉଲ୍ଲଂଘନ କରାଯାଉଥିବା ନେଇ ୟୁଜିସି ପକ୍ଷରୁ ଓପିଏସସି ଓ ଉଚ୍ଚ ଶିକ୍ଷା ବିଭାଗକୁ ଚିଠି ଲେଖିଥିଲା । ସୁପ୍ରିମକୋର୍ଟଙ୍କ ସ୍ଥଗିତ ଅର୍ଡରକୁ ଅବମାନନା କରାଯାଉଥିବା ନେଇ ୟୁଜିସି ଉଭୟ ଓପିଏସସି ଓ ଉଚ୍ଚ ଶିକ୍ଷା ବିଭାଗକୁ ତାଗିଦ୍ କରିଥିଲା । ଆସନ୍ତା ୩ ମାସ ପାଇଁ ସ୍ଥଗିତ ରଖିବା ପାଇଁ ସୁପ୍ରିମକୋର୍ଟ ଗତ ୨୦ ତାରିଖରେ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଉଚ୍ଚଶିକ୍ଷା ବିଭାଗ ଓ ଓପିଏସସି ସୁପ୍ରିମକୋର୍ଟଙ୍କ ନିୟମକୁ ଉଲ୍ଲଂଘନ କରିଥିଲେ । ଏଥିସହ ସୋସିଓଲୋଜିର ଆସିଷ୍ଟାଣ୍ଟ ପ୍ରଫେସର ଓ କମର୍ସର ଆସିଷ୍ଟାଣ୍ଟ ପ୍ରଫେସ ପଦର ନିଯୁକ୍ତି ପ୍ରକ୍ରିୟା ଜାରି ରଖିଥିଲେ ।

ସୂଚନାଯୋଗ୍ୟ, ଆସନ୍ତା ଜୁନ ମାସ ୪ ତାରିଖରେ ଫିଜିକ୍ସର ଆସିଷ୍ଟାଣ୍ଟ ପ୍ରଫେସର ପଦ ପାଇଁ ସାକ୍ଷାତକାର ପାଇଁ ଦିନ ଧାର୍ଯ୍ୟ ହୋଇଥିଲା । ବତ୍ତର୍ମାନ ଏହି ପରୀକ୍ଷାକୁ ଓପିଏସସି ପକ୍ଷରୁ ସ୍ଥଗିତ ରଖାଯାଇଛି । ୟୁଜିସିର ତାଗିଦ୍ ପରେ ନିଯୁକ୍ତି ପ୍ରକ୍ରିୟା ବନ୍ଦ କଲା ଓପିଏସ୍‌ସି । ନିଯୁକ୍ତି ପାଇଁ ସାକ୍ଷାତକାର ପରୀକ୍ଷା ବନ୍ଦ କଲା ଓପିଏସ୍‌ସି । ଜୁନ୍ ୪ରେ ହେବାକୁ ଥିବା ଫିଜିକ୍ସି ଆସିଷ୍ଟାଣ୍ଟ ପ୍ରଫେସର ପରୀକ୍ଷା ବନ୍ଦ ।

ଜୁନ୍ ୬ରେ କମର୍ସ ଆସିଷ୍ଟାଣ୍ଟ ପ୍ରଫେସର ପଦ ପାଇଁ ଡକ୍ୟୁମେଣ୍ଟ ଯାଞ୍ଚ ବନ୍ଦ । ଇଂଗ୍ରାଜି ଆସିଷ୍ଟାଣ୍ଟ ପ୍ରଫେସର ପରୀକ୍ଷା ଫଳ ମଧ୍ୟ ସ୍ଥଗିତ ରଖିଲା ଓପିଏସ୍‌ସି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ପରୀକ୍ଷା ଚାଲିଥିବା କହିଥିଲା ୟୁଜିସି । ଏ ନେଇ ୟୁଜିସି କ୍ଷୁବ୍ଧ ହେବା ସହ ଓପିଏସ୍‌ସିକୁ ଚିଠି ଲେଖି ତାଗିଦ୍ କରିଥିଲା । ତେବେ ପରବର୍ତ୍ତୀ ନିର୍ଦ୍ଦେଶାନାମା ନ ଆସିବା ପର୍ଯ୍ୟନ୍ତ ଏହି ବିଜ୍ଞପ୍ତି ବଳବତ୍ତର ରହିବ । ଆଗକୁ ଏ ବାବଦରେ ଅଧିକ ଅପଡେଟ୍ ପାଇବା ପାଇଁ କମିଶନଙ୍କ ୱେବସାଇଟ୍ ପରିଦର୍ଶନ କରିବାକୁ ଓପିଏସସି ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ଅନୁରୋଧ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking