29.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶବିଧାନସଭା ନିର୍ବାଚନ; ରାଜସ୍ଥାନରେ ମତଦାନ ଆରମ୍ଭ

ବିଧାନସଭା ନିର୍ବାଚନ; ରାଜସ୍ଥାନରେ ମତଦାନ ଆରମ୍ଭ

ଜୟପୁର : ଆଜି ରାଜସ୍ଥାନ ବିଧାନସଭା ନିର୍ବାଚନ। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବାବେଳେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ। ଗୋଟିଏ ପର୍ଯ୍ୟାୟରେ ମୋଟ ୨୦୦ ଆସନରୁ ୧୯୯ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି। ଗଙ୍ଗାନଗର ଆସନରେ କଂଗ୍ରେସ ପ୍ରାର୍ଥୀ ଗୁରୁମିତ ସିଂ କନୌରଙ୍କ ପରଲୋକ ଯୋଗୁଁ ସେଠାରେ ନିର୍ବାଚନ ସ୍ଥଗିତ ରଖାଯାଇଛି।

୧୮୬୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୫ କୋଟି ୨୫ ଲକ୍ଷ ଭୋଟର। ନିର୍ବାଚନରେ କଂଗ୍ରେସ ଓ ବିଜେପି ମୁଖ୍ୟ ପ୍ରତିଦ୍ବନ୍ଦୀ ରହିଥିବାବେଳେ ବିଏସପି ଓ ଆପ୍ ମଧ୍ୟ ପ୍ରାର୍ଥୀ ଦେଇଛନ୍ତି। ଶର୍ଦ୍ଦାରପୁରାରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ନିର୍ବାଚନ ଲଢୁଛନ୍ତି। ଆମ ଆଦମୀ ପାର୍ଟି ନିର୍ବାଚନୀ ମୈଦାନରେ ୮୬ ଜଣ ପ୍ରାର୍ଥୀଙ୍କୁ ନେଇ ଓହ୍ଲାଇଥିଲା।

ଏଥିରୁ ତିନି ଜଣ କଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇ ନିଜ ନାଁ ଫେରାଇ ନେଇଛନ୍ତି। ବହୁଜନ ସମାଜବାଦୀ ପାର୍ଟି ୧୯୦ ଆସନରେ ନିଜ ପ୍ରାର୍ଥୀ ଦେଇଛି ଭାରତୀୟ ଟ୍ରାଇବଲ ପାର୍ଟି ୧୨, ଭାରତୀୟ ଆଦିବାସୀ ପାର୍ଟି ୨୧ ଓ ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି ଏବଂ ଆଜାଦ ସମାଜ ପାର୍ଟି ମେଣ୍ଟ ୬୦ ପ୍ରାର୍ଥୀଙ୍କୁ ନେଇ ମୈଦାନକୁ ଓହ୍ଲାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking