ନୂଆଦିଲ୍ଲୀ: ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଂଚଳ ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇଛି । ଆସାମା, କେରଳ, ତାମିଲନାଡୁ, ପଶ୍ଚିମବଙ୍ଗ, ପୁଡୁଚେରୀ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ମୁଖ୍ୟ ନିର୍ବାଚନ କମିଶନର ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । କରୋନା ମଧ୍ୟରେ ବିହାର ନିର୍ବାଚନ ପରେ ଏକାସାଙ୍ଗରେ ଏହି ରାଜ୍ୟମାନଙ୍କରେ ନିର୍ବାଚନ ଅନୁଷ୍ଠିତ ହେଉଛି । ପଶ୍ଚିମବଙ୍ଗର ୨୯୪, ତାମିଲନାଡୁର ୨୩୪, କେରଳର ୧୪୦, ଆସାମାର ୧୨୬ ଓ ପୁଡୁଚେରୀର ୩୦ ବିଧାନସଭା ଆସନରେ ନିର୍ବାଚନ ହେବ । ନିର୍ବାଚନ ତାରିଖ ଘୋଷଣା କରିବା ପୂର୍ବରୁ ମୁଖ୍ୟ ନିର୍ବାଚନ କମିଶନର କରୋନା ନେଇ ଥିବା କଟକଣା ଉପରେ କହିଥିଲେ । ସୂଚନା ଅନୁସାରେ , ୪ ରାଜ୍ୟ ଓ ପୁଡୁଚେରୀର ସବୁ ପୋଲିଂ କର୍ମଚାରୀଙ୍କୁ ଟିକା ଦିଆଯିବ । ପୋଲିଂ କର୍ମଚାରୀ, ନିର୍ବାଚନରେ ସଂପୃକ୍ତ କର୍ମଚାରୀଙ୍କୁ ଟିକା ଦିଆଯିବ । ନିର୍ବାଚନ ପୂର୍ବରୁ ସମସ୍ତଙ୍କ ଟିକାକରଣ କରାଯିବ ବୋଲି ସିଇସି କହିଛନ୍ତି । ଏନେଇ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ହୋଇଛି ।
ଡୋର ଟୁ ଡୋର ପ୍ରଚାର ପାଇଁ ପାଂଚରୁ ଅଧିକ ବ୍ୟକ୍ତିଙ୍କ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଟିକା କାର୍ଯ୍ୟକ୍ରମ ଦ୍ୱାରା ମତଦାନ ପ୍ରତ୍ରିୟାକୁ ପ୍ରୋତ୍ସାହନ ମିଳିବ । କରୋନା କଟକଣାକୁ କଡାକଡି ଭାବରେ ପାଳନ କରାଯିବ । ପଶ୍ଚିମବଙ୍ଗରେ ୧୦୧୯୧୬ ପୋଲିଂ ଷ୍ଟେସନ ହେବାକୁ ଥିବା ବେଳେ କେରଳରେ ୪୦୭୭୧ପୋଲିଂ ଷ୍ଟେସନ, ପୁଡୁଚେରୀରେ ୧୫୫୯ ପୋଲିଂ ଷ୍ଟେସନ ହେବ । ପାଂଚଟି ରାଜ୍ୟରେ ୮୨୪ ବିଧାନସଭା ଆସନ ପାଇଁ ନିର୍ବାଚନ ହେବ । ଯେଉଁଥିରେ ୧୮.୬୮ କୋଟି ମତଦାତା ରହିଛନ୍ତି । ଏହି ୫ ରାଜ୍ୟରେ ୨.୭ ଲକ୍ଷ ପୋଲିଂ ଷ୍ଟେସନ ପ୍ରସ୍ତୁତ କରାଯିବ । ଭୋଟ ଦେବା ସମୟକୁ ଅଧିକ ୧ ଘଣ୍ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ପଶ୍ଚିମବଙ୍ଗ ସମେତ ସମସ୍ତ ରାଜ୍ୟରେ ସିଆରପିଏଫ ମୁତୟନ ରହିବେ ।
ସମ୍ବେଦନଶୀଳ ବୁଥରେ ବି ସିଆରପିଏଫ ମୁତୟନ ରହିବେ । ପ୍ରଚାର ପାଇଁ ୫ରୁ ଅଧିକ ଲୋକ ଘରକୁ ଯିବେ ନାହିଁ । ପୋଲିଂ ଅଧିକାରୀଙ୍କୁ କରୋନା ଟିକା ଦିଆଯିବ ଏବଂ ନିର୍ବାଚନ ହେବାକୁ ଥିବା ୫ ରାଜ୍ୟରେ କରୋନା କଟକଣା କଡାକଡି ଭାବେ ପାଳନ ହେବ । ସମସ୍ତ ସମ୍ବେଦନଶୀଳ ବୁଥରେ ଭିଡିଓଗ୍ରାଫୀ ହେବ । ୫ ରାଜ୍ୟରେ ୧୮ କୋଟି ଭୋଟଦାତା ଭୋଟ ଦେବେ । କେରଳ ଓ ପୁଡୁଚେରୀରେ ମତଦାନ କେନ୍ଦ୍ର ବୃଦ୍ଧି କରାଯାଇଛି । ସମସ୍ତ ମତଦାନ କେନ୍ଦ୍ରରେ ସିସିଟିଭି ଲଗାଯିବ ଏବଂ ସମସ୍ତ ରାଜ୍ୟ ପାଇଁ ପୁଲିସ ପର୍ଯ୍ୟବେକ୍ଷକ ନିଯୁକ୍ତ ହେବେ । ନିର୍ବାଚନ ଆୟୋଗ ସିବିଏସଇ ସହିତ ବୈଠକ କରିଛନ୍ତି । ପର୍ବପବାଣୀ କିମ୍ବା ପରୀକ୍ଷା ଦିନ ଭୋଟଗ୍ରହଣ ହେବ ନାହିଁ । ସମସ୍ତ ମତଦାନ କେନ୍ଦ୍ର ଗ୍ରାଉଣ୍ଡ ଫ୍ଲୋରରେ ହେବ । ଏହି ୫ଟି ରାଜ୍ୟରେ ଆଚରଣ ବିଧି ଆଜିଠୁ ଲାଗୁ ହେବ । ଜୟଲଳିତା ଓ କରୁଣାନିଧିଙ୍କ ନିଧନ ପରେ ତାମିଲନାଡୁରେ ପ୍ରଥମ ନିର୍ବାଚନ ଅନୁଷ୍ଠିତ ହେଉଛି । ପଶ୍ଚିମବଙ୍ଗରେ ୧ ଲକ୍ଷରୁ ଅଧିକ ମତଦାନ କେନ୍ଦ୍ର ହେବ ।
-ଆସାମରେ ୩ଟି ପର୍ଯ୍ୟାୟରେ ହେବ ଭୋଟ
୨୭ ମାର୍ଚ୍ଚରେ ପ୍ରଥମ ପର୍ଯ୍ୟାୟ ଭୋଟ
୧ ଏପ୍ରିଲରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ
୬ ଏପ୍ରିଲରେ ତୃତୀୟ ପର୍ଯ୍ୟାୟ ଭୋଟ
-ମେ ୨ରେ ୪ ରାଜ୍ୟ ଓ ପୁଡୁଚେରୀ ନିର୍ବାଚନ ଫଳାଫଳ ପ୍ରକାଶ
-ପଶ୍ଚିମବଙ୍ଗରେ ୮ ପର୍ଯ୍ୟାୟ ମତଦାନ ହେବ
ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ମତଦାନ ୩୮ ସିଟ ପାଇଁ ୨୭ ମାର୍ଚ୍ଚରେ ହେବ
ଭୋଟଗଣତି ମେ ୨ରେ ହେବ
ଦ୍ୱିତୀୟ ପର୍ଯ୍ୟାୟ ୩୦ ସିଟ ପାଇଁ ମତଦାନ ୧ ଏପ୍ରିଲରେ ହେବ
ଭୋଟ ଗଣତି ୨ ମେ ରେ ହେବ
ତୃତୀୟ ପର୍ଯ୍ୟାୟ ୩୧ ସିଟ ପାଇଁ ମତଦାନ ୬ ଏପ୍ରିଲ ରେ ହେବ
ଭୋଟଗଣତି ୨ ମେ ରେ ହେବ
୪ର୍ଥ ପର୍ଯ୍ୟାୟ ୪୪ ସିଟ ପାଇଁ ମତଦାନ ୧୦ ଏପ୍ରିଲରେ ହେବ
ଭୋଟ ଗଣିତ ୨ ମେ ରେ ହେବ
ପଂଚମ ପର୍ଯ୍ୟାୟ ୪୫ ସିଟ ପାଇଁ ମତଦାନ ୧୭ ଏପ୍ରିଲରେ ହେବ
ଭୋଟ ଗଣତି ୨ ମେ ରେ ହେବ ।
ଷଷ୍ଠ ପର୍ଯ୍ୟାୟ ୪୩ ସିଟ ପାଇଁ ମତଦାନ ୨୨ ଏପ୍ରିଲରେ ହେବ
ଭୋଟ ଗଣତି ୨ ମେ ରେ ହେବ
ସପ୍ତମ ପର୍ଯ୍ୟାୟ ୩୬ ସିଟ ପାଇଁ ମତଦାନ ୨୬ ଏପ୍ରିଲ ରେ ହେବ
ଭୋଟ ଗଣତି ମେ ୨ରେ ହେବ
ଅଷ୍ଟମ ପର୍ଯ୍ୟାୟ ୩୫ ସିଟ ପାଇଁ ମତଦାନ ୨୯ ଏପ୍ରିଲରେ ହେବ
ଭୋଟ ଗଣତି ମେ ୨ରେ ହେବ ।
-କେରଳ ଓ ତାମିଲନାଡୁ, ପୁଡୁଚେରୀରେ ଗୋଟିଏ ପର୍ଯ୍ୟାୟ ନିର୍ବାଚନ
-କେରଳ, ତାମିଲନାଡୁ, ପୁଡୁଚେରୀରେ ଏପ୍ରିଲ ୬ରେ ଭୋଟ ଗ୍ରହଣ
-କେରଳର ସମସ୍ତ ଜିଲ୍ଲାରେ ନିର୍ବାଚନରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ, ନୋଟିଫିକେସନ ୧୨ ମାର୍ଚ୍ଚ ଓ ୬ ଏପ୍ରିଲରେ ଭୋଟ ଗ୍ରହଣ ହେବ
-ଆସାମାରେ ୨୭ ମାର୍ଚ୍ଚ, ୧ ଏପ୍ରିଲ ଏବଂ ୬ ଏପ୍ରିଲରେ ଭୋଟ ଗ୍ରହଣ
୨୦୧୯ରେ ଲୋକସଭା ନିର୍ବାଚନରେ ବିଜେପି ପଶ୍ଚିମବଙ୍ଗରେ ଚମତ୍କାର ପ୍ରଦର୍ଶନ କରିଥିଲା । ୪୨ରୁ ୧୮ ଲୋକସଭା ଆସନରେ ବିଜୟ ଲାଭ କରି ସମସ୍ତଙ୍କୁ ଚମକାଇ ଦେଇଥିଲା । ୨୦୧୬ରୁ ୨୦୨୧ ମଧ୍ୟରେ ପଶ୍ଚିମବଙ୍ଗରେ ହୋଇଥିବା ବିଧାନସଭା ନିର୍ବାଚନ ମଧ୍ୟରେ ସଫଳତା ହାସଲ କରି ବିଜେପି ନିଜ ଆସନ ସଂଖ୍ୟା ୧୫ ପର୍ଯ୍ୟନ୍ତ ପହଂଚାଇଛି ।
ପଶ୍ଚିମବଙ୍ଗରେ ୨୦୧୬ର ବିଧାନସଭା ନିର୍ବାଚନ ୪ ଏପ୍ରିଲରୁ ୫ ମେ ୨୦୧୬ ମଧ୍ୟରେ ୬ଟି ପର୍ଯ୍ୟାୟରେ ସଂପନ୍ନ ହୋଇଥିଲା । ତୃଣମୂଳ କଂଗ୍ରେସ ୨୯୪ ବିଧାନସଭା ସିଟରୁ ୨୧୧ ସିଟରେ ବିଜୟଲାଭ କରି ଦ୍ୱିତୀୟ ଥର ସରକାର ଗଢିଥିଲା ।