ନୂଆଦିଲ୍ଲୀ : ହାଙ୍ଗଝୌ ଏସୀୟ କ୍ରୀଡାରେ ଭାରତକୁ ମିଳିଛି ୫ମ ସ୍ୱର୍ଣ୍ଣ। ମହିଳା ସୁଟିଂରେ ସ୍ୱର୍ଣ୍ଣ ଜିତିଛନ୍ତି ସୁଟର ସାମ୍ରା। ୫୦ ମିଟର ରାଇଫଲ ଥ୍ରୀ ପୋଜିସନ ଇଭେଣ୍ଟରେ ସଫଳତା ମିଳିଛି। ସେହିପରି ସମାନ ଇଭେଣ୍ଟରେ ବ୍ରୋଞ୍ଜ ଜିତିଛନ୍ତି ଆଶି ଚୋକ୍ସି। ଭାରତକୁ ୫ ସ୍ୱର୍ଣ୍ଣ, ୫ ରୌପ୍ୟ, ୮ ବ୍ରୋଞ୍ଜ ସହ ଭାରତର ପଦକ ସଂଖ୍ୟା ୧୮କୁ ବୃଦ୍ଧି ହୋଇଛି।