30.1 C
Bhubaneswar
Sunday, September 29, 2024
Homeଖେଳଏସିଆ କପ୍ ଆର୍ଚେରୀ: ଭାରତକୁ ତିନି ସ୍ୱର୍ଣ୍ଣ, ଗୋଟିଏ ବ୍ରୋଞ୍ଜ୍‌

ଏସିଆ କପ୍ ଆର୍ଚେରୀ: ଭାରତକୁ ତିନି ସ୍ୱର୍ଣ୍ଣ, ଗୋଟିଏ ବ୍ରୋଞ୍ଜ୍‌

ନୂଆଦିଲ୍ଲୀ : ଇରାକ୍‌ର ସୁଲେମାନିଆଠାରେ ଚାଲିଥିବା ଏସିଆ କପ୍ ଲେଗ୍‌-୨ରେ ଭାରତୀୟ ଆର୍ଚର୍‌ମାନେ ମଙ୍ଗଳବାର ୩ଟି ସ୍ୱର୍ଣ୍ଣ ଓ ଗୋଟିଏ ବ୍ରୋଞ୍ଜ୍ ପଦକ ଜିତି ଖାତା ଖୋଲିଛନ୍ତି । ଏହି ମହାଦେଶୀୟ ଟୁର୍ଣ୍ଣାମେଣ୍ଟ୍‌ରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ପରନୀତ କୋର୍‌, ଅଦିତି ସ୍ୱାମୀ ଓ ସାକ୍ଷୀ ଚୌଧୁରୀ ଦେଇଥିଲେ । ମହିଳା କମ୍ପାଉଣ୍ଡ୍ ଟିମ୍ ଇଭେଣ୍ଟ୍‌ରେ ଭାରତୀୟ ଟିମ୍ କଜାଖ୍‌ସ୍ତାନକୁ ୨୦୪-୨୦୧ରେ ହରାଇଥିଲା । ଏହାପରେ ଏକତରଫା ପୁରୁଷ କମ୍ପାଉଣ୍ଡ୍ ଟିମ୍ ଫାଇନାଲ୍‌ରେ ବାଂଲାଦେଶକୁ ୨୨୪-୨୧୮ରେ ହରାଇ ପ୍ରଥମେଶ ଫୁଗେ, ଋଷଭ ଯାଦବ ଓ ଜୟକର ସମାଧାନ ଦେଶକୁ ଦ୍ୱିତୀୟ ସ୍ୱର୍ଣ୍ଣ ପଦକ ପ୍ରଦାନ କରିଥିଲେ ।

ଏହାପରେ ବ୍ରୋଞ୍ଜ୍ ପଦକ ପ୍ଲେଅଫ୍‌ରେ କଜାଖ୍‌ସ୍ତାନର ସର୍ଗେ ଖ୍ରୀଷ୍ଟିଚ୍‌ଙ୍କୁ ୧୪୭-୧୪୫ରେ ହରାଇ ସମାଧାନ ବ୍ୟକ୍ତିଗତ ଦ୍ୱିତୀୟ ପଦକ ଜିତିଥିଲେ । ସମାଧାନଙ୍କ ବ୍ରୋଞ୍ଜ୍ ପଦକ ବିଜୟ ଫଳରେ ପୁରୁଷ କମ୍ପାଉଣ୍ଡ୍ ବ୍ୟକ୍ତିଗତ ବର୍ଗରେ ଭାରତ କ୍ଲିନ୍ ସ୍ୱିପ୍ କରିଛି । କାରଣ ପ୍ରଥମେଶ ଫୁଗେ ଓ ଋଷଭ ଯାଦବ ବୁଧବାର ଏହି ଇଭେଣ୍ଟ୍‌ର ଫାଇନାଲ୍ ଖେଳିବେ । ସେହିପରି କମ୍ପାଉଣ୍ଡ୍ ମିକ୍ସଡ୍ ଇଭେଣ୍ଟ୍‌ରେ ମଧ୍ୟ ଭାରତ ସ୍ୱର୍ଣ୍ଣ ପଦକ ଜିତିଛି । ମଙ୍ଗଳବାର ଫୁଗେ ଓ ପରନୀତ୍ କୌର କଜାଖ୍‌ସ୍ତାନର ଆଦେଲ୍ ଝୋକ୍ସେନ୍‌ବିନୋଭା ଓ ଖ୍ରୀଷ୍ଟିଚ୍‌ଙ୍କୁ ୧୫୮-୧୫୧ରେ ହରାଇ ଏହି ପଦକ ଜିତିଛନ୍ତି । ବୁଧବାର ଟୁର୍ଣ୍ଣାମେଣ୍ଟ୍‌ର ଅନ୍ତିମ ଦିବସରେ ଭାରତୀୟ ଆର୍ଚର୍ ସାତଟି ସ୍ୱର୍ଣ୍ଣ, ଦୁଇଟି ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ୍ ପାଇଁ ମୁକାବିଲା କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking