27.1 C
Bhubaneswar
Saturday, December 28, 2024
Homeଏସିଆ କପ୍‌ଏସିଆ କପ୍‌ : ଶ୍ରୀଲଙ୍କାକୁ ହରାଇଲା ଆଫଗାନିସ୍ତାନ

ଏସିଆ କପ୍‌ : ଶ୍ରୀଲଙ୍କାକୁ ହରାଇଲା ଆଫଗାନିସ୍ତାନ

ଦୁବାଇ: ଚଳିତ ଏସିଆ କପ୍‌ର ପ୍ରଥମ ମ୍ୟାଚ୍‌ରେ ଆଫଗାନିସ୍ତାନ ବିଜୟୀ ହୋଇଛି । ଗ୍ରୁପ୍‌-ବି’ର ଦୁଇ ଦଳ ଆଫଗାନିସ୍ତାନ ଓ ଶ୍ରୀଲଙ୍କାକୁ ନେଇ ଏସିଆ କପ୍‌ର ଉଦ୍‌ଘାଟନୀ ମ୍ୟାଚ୍ ଶନିବାର ଖେଳାଯାଇଥିଲା । ଏଥିରେ ପ୍ରଥମେ ବ୍ୟାଟିଂ ପାଇ ଶ୍ରୀଲଙ୍କା ୧୯.୪ ଓଭର୍‌ରେ ମାତ୍ର ୧୦୫ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଥିବା ବେଳେ ଜବାବରେ ଆଫଗାନିସ୍ତାନ ୨ଟି ୱିକେଟ୍ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା । ଶ୍ରୀଲଙ୍କା ବ୍ୟାଟିଂ ବିପର୍ଯ୍ୟୟର ଶିକାର ହୋଇ ମାତ୍ର ୫ ରନ୍ ମଧ୍ୟରେ ୩ଟି ୱିକେଟ୍ ହରାଇଥିଲା । ଓପନର କୁସାଲ୍ ମେଣ୍ଡିସ୍ ୨, ଚରିତ ଅସଲଙ୍କା ଶୂନ ଓ ଅନ୍ୟତମ ଓପନର ପାଥୁମ୍ ନିଶଙ୍କା ୩ ରନ୍ କରି ଆଉଟ୍ ହୋଇଥିଲେ । ଏହି ସମୟରେ ଚତୁର୍ଥ ୱିକେଟ୍‌ରେ ଗୁଣତିଲକା ଓ ଭାନୁକା ରାଜପକ୍ଷ ୪୪ ରନ୍ ଯୋଡ଼ିଥିଲେ । ଗୁଣତିଲକା ୩ଟି ଚୌକା ସହ ୧୭ ରନ୍ କରି ଆଉଟ୍ ହେବା ଫଳରେ ଏହି ଭାଗୀଦାରୀ ଭାଙ୍ଗିଥିଲା । ୱାନିନ୍ଦୁ ହସରଙ୍ଗା ୨ ଓ ଅଧିନାୟକ ଦାସୁନ୍ ଶନାକା ଶୂନରେ ଆଉଟ୍ ହୋଇଥିଲେ ।

ତା’ଛଡ଼ା ରାଜପକ୍ଷ ୫ଟି ଚୌକା ଓ ଗୋଟିଏ ଛକା ସହ ୩୮ ରନ୍ କରି ଆଉଟ୍ ହେବା ଫଳରେ ଶ୍ରୀଲଙ୍କା ୬୯ ରନ୍ ମଧ୍ୟରେ ୭ଟି ୱିକେଟ୍ ହରାଇଥିଲା । ଚାମିକା କରୁଣାରତ୍ନେ ଅନ୍ତିମ ଓଭର୍ ପର୍ଯ୍ୟନ୍ତ ବ୍ୟାଟିଂ କରି ଦଳୀୟ ସ୍କୋର୍‌କୁ ୧୦୦ ଅତିକ୍ରମ କରାଇଥିଲେ । ସେ ୩ଟି ଚୌକା ଓ ଗୋଟିଏ ଛକା ସହ ଅନ୍ତିମ ବ୍ୟାଟ୍ସମ୍ୟାନ୍ ଭାବେ ୩୧ ରନ୍ କରି ଆଉଟ୍ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହୀଶ ତିକ୍‌ଶାନା ଶୂନ, ମାଥିଶା ପାଥିରାନା ୫ ଓ ଦିଲଶାନ୍ ମଦୁଶଙ୍କା ୧ ରନ୍ କରିଥିଲେ ।

ଆଫଗାନିସ୍ତାନ ପକ୍ଷରୁ ଫଜଲହକ୍ ଫାରୁକୀ ୩ଟି ଏବଂ ମୁଜିବ୍ ଉର୍ ରହମାନ୍ ଓ ଅଧିନାୟଗ ମହମ୍ମଦ ନବୀ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ । ବ୍ୟାଟିଂରେ ଦୁଇ ଓପନର ହତରତୁଲ୍ଲା ଜାଜାଇ ଓ ରହମନୁଲ୍ଲା ଗୁରବାଜ୍ ବିସ୍ଫୋରକ ବ୍ୟାଟିଂ କରି ପ୍ରଥମ ୱିକେଟ୍‌ରେ ୮୩ ରନ୍ ଯୋଡ଼ିଥିଲେ । ମାତ୍ର ୧୮ ବଲ୍ ଖେଳି ୩ଟି ଚୌକା ଓ ୪ଟି ଛକା ସହ ଗୁରବାଜ୍ ୪୦ ରନ୍ କରି ଆଉଟ୍ ହେବା ପରେ ଇବ୍ରାହିମ୍ ଜାଡରାନ୍ ୨ଟି ଚୌକା ସହ ୧୫ ରନ୍ କରି ଆଉଟ୍ ହୋଇଥିଲେ । ତେବେ ଜାଜାଇ ଦଳୀୟ ସ୍କୋର୍‌କୁ ୧୦.୧ ଓଭର୍‌ରେ ୧୦୬ରେ ପହଞ୍ଚାଇବା ସହ ଦଳକୁ ସହଜ ବିଜୟ ଦେଇଥିଲେ । ସେ ୨୮ଟି ବଲ୍‌ର ସମ୍ମୁଖୀନ ହୋଇ ୫ଟି ଚୌକା ଓ ଗୋଟିଏ କା ସହ ୩୭ ରନ୍ କରି ଅପରାଜିତ ଥିଲେ । ଶ୍ରୀଲଙ୍କା ପକ୍ଷରୁ ହସରଙ୍ଗା ଗୋଟିଏ ୱିକେଟ୍ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking