ବରଗଡ଼: କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ରାଜ୍ୟ ସରକାରଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଇଛନ୍ତି। ସେ କହିଛନ୍ତି, କାଲି ଜାଗା ଦିଅନ୍ତୁ ପଅରଦିନ କାମ ଆରମ୍ଭ ହେବ। ବରଗଡ଼ରୁ ପଦ୍ମପୁର ଭାୟା ପଦ୍ମପୁର ରେଳଲାଇନ୍ ପ୍ରସଙ୍ଗକୁ ନେଇ ଏକଥା କହିଛନ୍ତି ଅଶ୍ବିନୀ ବୈଷ୍ଣବ।
ପଦ୍ମପୁର ଉପନିର୍ବାଚନ ଲାଗି ପାଇକମାଳରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଓ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଜି ପ୍ରଚାର ଲାଗି ଆସିଛନ୍ତି। ଏକ ନିର୍ବାଚନୀ ସଭାରେ ଅଶ୍ବିନୀ ବୈଷ୍ଣବ ଉଦବୋଧନ ଦେଇ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଟୁକୁନି ସାହୁ ଓ ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଲୋକଙ୍କୁ ମିଛ କହୁଛନ୍ତି। ରାଜ୍ୟ ସରକାର ଜାଗା ଯୋଗାଇ ଦେଉ ନଥିବାରୁ ବରଗଡ଼-ନୂଆପଡ଼ା (ଭାୟା ପଦ୍ମପୁର) ରେଳଲାଇନ୍ କାମ ଆରମ୍ଭ ହୋଇପାରୁନାହିଁ। କାଲି ଜାଗା ଦିଅନ୍ତୁ, ପଅରଦିନ କାମ ଆରମ୍ଭ ହେବ। ଏହି ଅବସରରେ ସେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ବିଜୟୀ କରାଇବାକୁ ନିବେଦନ କରିଛନ୍ତି।
ପଦ୍ମପୁର ଉପନିର୍ବାଚନ ଲାଗି ପାଇକମାଳରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଓ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଜି ପ୍ରଚାରକୁ ଓହ୍ଲାଇଛନ୍ତି। ସଭାସ୍ଥଳରେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର, ବରଗଡ଼ ସାଂସଦ ସୁରେଶ ପୂଜାରୀ, ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓ ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଉପସ୍ଥିତ ଅଛନ୍ତି।