ନୂଆଦିଲ୍ଲୀ: ଆଉ ନାହାନ୍ତି କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ । ରବିବାର ତାଙ୍କର ପରଲୋକ ହୋଇଛି । ଏନେଇ ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି । କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କୁ ଶନିବାର ସନ୍ଧ୍ୟାରେ ହୃଦ୍ଘାତ ଯୋଗୁଁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା । ୯୨ ବର୍ଷୀୟା ଏହି ଗାୟିକାଙ୍କୁ ହସ୍ପିଟାଲ୍ର ‘ଇମର୍ଜେନ୍ସି ମେଡିକାଲ୍ ସର୍ଭିସେସ୍ (ଇଏମ୍ଏସ୍)’ ୟୁନିଟ୍ରେ ରଖାଯାଇଥିଲା । ୭ ଦଶନ୍ଧିରୁ ଅଧିକ ସମୟ ଧରି ଭାରତୀୟ ସଙ୍ଗୀତ ଜଗତକୁ ନିଜର ସୁମଧୁର ସ୍ୱରରେ ମନ୍ତ୍ରମୁଗ୍ଧ କରିଥିବା ଆଶା ଭୋସଲେ ହଜାର ହଜାର ଗୀତ ଗାଇଛନ୍ତି। ତାଙ୍କୁ ଭାରତର ଦ୍ୱିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ‘ପଦ୍ମ ବିଭୂଷଣ’ରେ ସମ୍ମାନିତ କରାଯାଇଛି।










