ନୂଆଦିଲ୍ଲୀ: ଆସାମରେ ବନ୍ୟା ପରିସ୍ଥିତି ଅତି ମନ୍ଥରଗତିରେ ସୁଧୁରୁଥିବା ବେଳେ ଏବେ ବି ଗମ୍ଭୀର ପରିସ୍ଥିତି ରହିଛି। ଅନେକ ଘର ଏବେ ବି ପାଣି ଘେରରେ ରହିଥିବା ବେଳେ ଏବେ ବି ୬ ଲକ୍ଷରୁ ଅଧିକ ଲୋକ ବନ୍ୟା ପ୍ରଭାବିତ ହୋଇ ରହିଛନ୍ତି। ଯାହା ରାଜ୍ୟ ପାଇଁ ଚିନ୍ତାର କାରଣ ପାଲଟିଛି। ଏବେ ବି ରାଜ୍ୟରେ ୧୧ ଜିଲ୍ଲାରେ ୫୦୬ଟି ଗାଁର ମୋଟ ୬,୨୭, ୮୭୪ ଲୋକ ପ୍ରଭାବିତ ଅଛନ୍ତି। ଶନିବାର ଏହି ସୂଚନା ଦେଇଛି ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ। ରିପୋର୍ଟରେ କୁହାଯାଇଛି ଯେ ବଜାଲି, ଚାଚର, ଚିରାଙ୍ଗ, ଦିବ୍ରୁଗଢ଼, ଦିମା ହସାଓ, ଗୋଲଘାଟ, ହାଏଲକାଣ୍ଡୀ,ହୋଜାଇ, କମ୍ପ୍ରୁପ, କରୀମଗଞ୍ଜ, ମୋରୀଗାଓଁ, ନଗାଁଓ, ଶିବସାଗର ଏବଂ ତମଲୁପୁର ବନ୍ୟାରେ ବୁଡ଼ି ରହିଛି।