26.1 C
Bhubaneswar
Tuesday, September 17, 2024
Homeଓଡିଶାହସ୍ପିଟାଲ ବେଡ଼ରୁ ଚମ୍ପଟ ମାରିଲା ଗିରଫ ଶିକାରୀ

ହସ୍ପିଟାଲ ବେଡ଼ରୁ ଚମ୍ପଟ ମାରିଲା ଗିରଫ ଶିକାରୀ

ମୟୁରଭଞ୍ଜ:  ଚିକିତ୍ସାଧୀନ ଅବସ୍ଥାରେ ସୁରକ୍ଷା ବଳୟ ମଧ୍ୟରେ ଡାକ୍ତରଖାନାରୁ ଚମ୍ପଟ ମାରିଲା ଅଭିଯୁକ୍ତ ଶିକାରୀ।ବାଘଛାଲ ଜବତ ଘଟଣାରେ ଗତକାଲି ଗିରଫ ତିନି ଜଣଙ୍କ ମଧ୍ୟରୁ ଅସୁସ୍ଥତା ବାହାନା କରି ଫେରାର ହେଲା ଜଣେ ଅଭିଯୁକ୍ତ। ବାରିପଦା ମେଡିକାଲରୁ ଫେରାର ଅଭିଯୁକ୍ତ ଜଣକ ରୂପାୟ ମାରାଣ୍ଡି।
ଗତକାଲି ୪ ଟି ବାଘଛାଲ ଜବତ ସହିତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିରିଥିଲା ବନ ବିଭାଗର ସ୍ୱତନ୍ତ୍ର ଟିମ୍। ଅଭିଯୁକ୍ତମାନେ ବନବିଭାଗର ହେପାଜତରେ ଥିବାବେଳେ ରାତିରେ ରୁପାୟ ଛାତିରେ ଯନ୍ତ୍ରଣା ହେଉଥିବା କହି ନିଜକୁ ଅସୁସ୍ଥ ଦର୍ଶାଇଥିଲା । ଚିକିତ୍ସା ଲାଗି ବନବିଭାଗର ଜଣେ ଅଫିସର ଓ ଜଣେ କର୍ମଚାରୀ ତାକୁ ବାରିପଦା ପି.ଆର.ଏମ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲକୁନେଇ ଭର୍ତ୍ତି କରିଥିଲେ। ହେଲେ ସୁରକ୍ଷାରେ ଢିଲା ରହିବାର ସୁଯୋଗ ନେଇ ଅଭିଯୁକ୍ତ ସେଠାରୁ ଚମ୍ପଟ ମାରିବାରେ ସଫଳ ହୋଇଛି । ଏହି ଘଟଣାରେ ବାରିପଦା ଡି.ଏଫ.ଓ ବାରିପଦା ଟାଉନ ଥାନାରେ ଏତଲା ଦେବା ସହିତ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜରିକରିଛନ୍ତି। ଫେରାର ଅଭିଯୁକ୍ତକୁ ଧାରିବା ଲାଗି ୪ଟି ଟିମ ଗଠନ କରି ପଦକ୍ଷେପ ନିଆ ଯାଇଥିବା ସୂଚନା ଦେଇଛନ୍ତି ବାରିପଦା ଡି.ଏଫ.ଓ. । ଅନ୍ୟପଟେ ଏହି ୪ ବାଘଛଲ ଜବତ ଘଟଣାରେ ଅନ୍ୟଜଣେ ଅଭିଯୁକ୍ତ ମେଘରାୟ ମୂର୍ମୁ କୁ ବନବିଭାଗ ଗିରଫ କରିଥିବାନେଇ ମଧ୍ୟ ସୂଚନା ଦେଇଛନ୍ତି ଡି ଏଫ ଓ ଶ୍ରୀଯୁକ୍ତ ଯୋଶୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking