ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ବଦଳିଛନ୍ତି । ଅରିନ୍ଦମ ଡାକୁଆ ହେଲେ ନୂଆ ବ୍ୟକ୍ତିଗତ ସଚିବ । ବ୍ୟକ୍ତିଗତ ସଚିବ କିଏ ହେବ ତାହାକୁ ନେଇ ଅନେକ କଳ୍ପନା ଜଳ୍ପନା ହୋଇଥିଲା । ତାହା ଆଜି ଦୂର ହୋଇଛି । ୨୦୧୧ ବ୍ୟାଚର ଆଇଏଏସ ଅରିନ୍ଦମ ଡାକୁଆ ହୋଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ । ପ୍ରେମଚନ୍ଦ ଚୌଧୁରୀ କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ବିଭାଗର ଦାୟିତ୍ୱରେ ଥିଲେ । ବୟନ ଶିଳ୍ପ ଓ ହସ୍ତତନ୍ତ ବିଭାଗର ନିର୍ଦ୍ଦେଶକ ହେଲେ ପ୍ରେମଚନ୍ଦ୍ର ଚୌଧୁରୀ । ଅରିନ୍ଦମ ଡାକୁଆ ହେଲେ ପୌର ପ୍ରଶାସନ ନିର୍ଦ୍ଦେଶକ । ଅରିନ୍ଦମ ଡାକୁଆ ବଦଳି ହେଲେ ସଚିବ ପଦରୁ । ସେହିପରି ଭୂପିନ୍ଦରସିଂ ପୁନିଆଙ୍କୁ ଦକ୍ଷତା ଓ ବୈଷୟିକ ଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି । ଏନବିଏସ ରାଜପୁତ ହେଲେ ସାଧାରଣ ଉଦ୍ୟୋଗ ବିଭାଗର ପ୍ରମୁଖ ସଚିବ । ଟି. ଆଓ ହେଲେ ଯୋଜନା ଓ ସଂଯୋଜନ ବିଭାଗ ସ୍ୱତନ୍ତ୍ର ସଚିବ ।