34.1 C
Bhubaneswar
Friday, October 18, 2024
Homeଦେଶ ବିଦେଶଜି ମେଲ୍ ବ୍ୟବହାର କରୁଛନ୍ତି କି? ସାବଧାନ ରୁହନ୍ତୁ....

ଜି ମେଲ୍ ବ୍ୟବହାର କରୁଛନ୍ତି କି? ସାବଧାନ ରୁହନ୍ତୁ….

ନୂଆଦିଲ୍ଲୀ: ଗୁଗୁଲ ବ୍ୟବହାରକାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର । ଯାହା ଆପଣଙ୍କ ପାଇଁ ଖୁବ୍ ଜରୁରୀ । ଇଣ୍ଟରନେଟ ଦୁନିଆର ସବୁଠୁ ବଡ଼ କମ୍ପାନୀ ଗୁଗୁଲ୍ । ବର୍ତ୍ତମାନ ଗୁଗୁଲ୍ ନିଜ ସହ ଜଡ଼ିତ ଆକାଉଣ୍ଟ ପଲିସିକୁ ଅପଡେଟ୍ କରୁଛି । ଯେଉଁ ଆକାଉଣ୍ଟଗୁଡ଼ିକ ୨ କିମ୍ୱା ତା’ଠୁ ଅଧିକ ବର୍ଷ ଇନଆକ୍ଟିଭ୍ ଅର୍ଥାତ୍‌, ଅବ୍ୟବହୃତ ଭାବେ ପଡ଼ିରହିଛି, ସେହି ଆକାଉଣ୍ଟଗୁଡ଼କୁ ବନ୍ଦ କରିଦେବାକୁ ନିଷ୍ପତ୍ତି ନେଇଛି । କଡ଼ା ସିକ୍ୟୁରିଟି ପାଇଁ ଏଭଳି ପ୍ରୟାସ କରିଥିବା ଗୁଗୁଲ୍ ଏକ ବ୍ଲଗ୍ ପୋଷ୍ଟରେ ଏହା ଘୋଷଣା କରିଛି । ଡିସେମ୍ୱର ୨୦୨୩ରୁ କମ୍ପାନୀ ଆକାଉଣ୍ଟଗୁଡ଼ିକୁ ହଟାଇବାର ପ୍ରୟାସ ଆରମ୍ଭ କରିବାକୁ ଯାଉଛି। ଆକ୍ଟିଭ୍ ଆକାଉଣ୍ଟର ୧୦ ଗୁଣା ଅଧିକ ଅବ୍ୟବହୃତ ଆକାଉଣ୍ଟ ରହିଥିବା ଗୁଗୁଲ୍ ଜାଣିବାକୁ ପାଇଛି ।

ଅର୍ଥାତ୍‌, ଏହି ଆକାଉଣ୍ଟଗୁଡ଼ିକ ଅସୁରକ୍ଷିତ । ଏହାର ଦୁର୍ବବ୍ୟହାର ଫଳରେ ଏହି ଆକାଉଣ୍ଟ ସାହାଯ୍ୟରେ ତଥ୍ୟ ଚୋରି ହେବାର ଆଶଙ୍କା ରହିଛି । ଆକାଉଣ୍ଟ ଏବଂ ଏହାର କଣ୍ଟେଣ୍ଟ ହଟାଇଦେବାକୁ ଯୋଜନା ରଖିଛି ଗୁଗୁଲ୍ । ଯେଉଁଥିରେ ଜିମେଲ୍‌, ଡ୍ରାଇଭ୍‌, ମିଟ୍ ଦ୍ୟାଲେଣ୍ଡର, ୟୁଟ୍ୟୁବ୍ ଏବମ ଫଟୋ ମଧ୍ୟ ଅନ୍ତର୍ଭୁକ୍ତ । ତେବେ ଏହି ପଲିସି କେବଳ ଗୁଗୁଲ୍ ଆକାଉଣ୍ଟରେ ହିଁ ଲାଗୁ ହୋଇଛି । କମ୍ପାନୀ ଅନୁସାରେ, ସ୍କୁଲ୍ ଏବଂ ବ୍ୟବସାୟିକ ସଙ୍ଗଠନଗୁଡ଼ିକରେ ଏହି ନିୟମ ଲାଗୁକରାଯିବା ନାହିଁ । ଗୁଗୁଲର କହିବାନୁସାରେ, ଯେଉଁ ଆକାଉଣ୍ଟଗୁଡ଼ିକ ଖୋଲାଯିବା ପରେ ବ୍ୟବହାର କରାଯାଇନାହିଁ । ଏହି ନିୟମ ସେହି ଆକାଉଣ୍ଟ ଉପରେ ଲାଗୁ କରାଯିବ । ଆକାଉଣ୍ଟ ହଟିବା ପୂର୍ବରୁ, ଇମେଲ ଠିକଣା ଓ ରିକୋଭରି ଇମେଲ ଉଭୟରେ କିଛି ମାସ ପର୍ଯ୍ୟନ୍ତ ଡିଆକ୍ଟିଭେସନର ମ୍ୟାସେଜ ଆସିବ । ଏହି ମେସେଜରୁ ୟୁଜର୍ସଙ୍କ ଆକାଉଣ୍ଟ ଖୁବ୍ ଶୀଘ୍ର ଡିଲିଟ୍ ହୋଇଯିବ ବୋଲି ଜାଣିପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking