17.1 C
Bhubaneswar
Monday, November 25, 2024
Homeଓଡିଶାଅର୍ଚ୍ଚନା ନାଗ ମାମଲା: କୋର୍ଟରେ ହାଜର ହେଲେନି ଶ୍ରଦ୍ଧାଞ୍ଜଳି; ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ସମୟ ମାଗିଲେ

ଅର୍ଚ୍ଚନା ନାଗ ମାମଲା: କୋର୍ଟରେ ହାଜର ହେଲେନି ଶ୍ରଦ୍ଧାଞ୍ଜଳି; ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ସମୟ ମାଗିଲେ

ଭୁବନେଶ୍ୱର: ହନିଟ୍ରାପ ଓ ବ୍ଲାକମେଲ ମାମଲାରେ ଗିରଫ ହୋଇ ଅର୍ଚ୍ଚନା ନାଗ, ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ, ଖଗେଶ୍ୱର ପାତ୍ର ଅନେକ ଦିନରୁ ଜେଲରେ ଅଛନ୍ତି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ବେଆଇନ ଅର୍ଥ କାରବାର ମାମଲାରେ ଶ୍ରଦ୍ଧାଞ୍ଜଳି ବେହେରା ଅଭିଯୁକ୍ତା ଥିଲେ ମଧ୍ୟ ସେ ଗିରଫ ନ ହୋଇ ଏବେ ବି ବାହାରେ ଅଛନ୍ତି । ତେବେ ସମନ ସତ୍ୱେ ଶ୍ରଦ୍ଧାଞ୍ଜଳି ମଙ୍ଗଳବାର କୋର୍ଟରେ ହାଜର ହୋଇନାହାନ୍ତି । ତେବେ ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ କୋର୍ଟଙ୍କୁ ସେ ଆଉ କିଛି ସମୟ ମାଗିଛନ୍ତି । ଅନ୍ୟପକ୍ଷରେ କୋର୍ଟରେ ଶ୍ରଦ୍ଧାଞ୍ଜଳୀଙ୍କ ପାଇଁ ୨ ଜଣ ଓକିଲ ପାୱାର ଫାଇଲ କରିଛନ୍ତି ।

ତାଙ୍କ ଓକିଲ କିଏ ଏ ସଂକ୍ରାନ୍ତରେ ସ୍ପଷ୍ଟ କରାନ୍ତୁ ବୋଲି ଶ୍ରଦ୍ଧାଞ୍ଜଳୀଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଆସନ୍ତା ଫେବୃୟାରୀ ୭ ତାରିଖରେ ଶ୍ରଦ୍ଧାଞ୍ଜଳି କୋର୍ଟରେ ହାଜର ହୋଇପାରନ୍ତି ବୋଲି ସୂଚନା ମିଳିଛି । ତେବେ ଜେଲରେ ଥିବା ଅର୍ଚ୍ଚନା, ତାଙ୍କ ସ୍ୱାମୀ ଜଗବନ୍ଧୁ ଓ ଖଗେଶ୍ୱର ମଧ୍ୟ ଭିଡିଓ କଲ୍ ଜରିଆରେ ହାଜର ହୋଇଥିବା ବେଳେ ଶ୍ରଦ୍ଧାଞ୍ଜଳୀଙ୍କ ସହ ସେମାନେ ମଧ୍ୟ ୭ ତାରିଖରେ କୋର୍ଟଙ୍କ ନିକଟରେ ହାଜର ହେବେ ବୋଲି ସୂଚନା ମିଳିଛି । ସେପଟେ ଇଡି ଅର୍ଚ୍ଚନାଙ୍କ ଏକ ଦାମୀ କାର୍ ଓ ସତ୍ୟବିହାରସ୍ଥିତ ୩.୬୪ କୋଟିର ଆଲିଶାନ ଘରକୁ ଆଟାଚ୍ କରିଥିବା ବେଳେ ଅନ୍ୟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ବାଜ୍ୟାପ୍ତି ପ୍ରକ୍ରିୟା ଜାରି ରଖିଛି । ଅନ୍ୟପକ୍ଷରେ ଖଗେଶ୍ୱରଙ୍କ ପକ୍ଷରୁ କୋର୍ଟରେ ତାଙ୍କ ଓକିଲ ଜାମିନ ଆବେଦନ କରିଛନ୍ତି । ଏଥିସହ ଖଗେଶ୍ୱରଙ୍କ ସମ୍ପତ୍ତି ଜବତ ନେଇ କୋର୍ଟ କରିଥିବା ନୋଟିସ୍‌ର ଜବାବ୍ ମଧ୍ୟ ରଖାଯାଇଛି । ତେବେ ଫେବୃୟାରୀ ୨ରେ ଖଗେଶ୍ୱରଙ୍କ ଜାମିନ ଆବେଦନର ଶୁଣାଣୀ ହେବାର ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking