30.1 C
Bhubaneswar
Friday, May 3, 2024
Homeଓଡିଶାଅର୍ଚ୍ଚନା ହନିଟ୍ରାପ୍ ମାମଲା: ସତ୍ୟବିହାର ଘରର ଆକଳନ କଲା ଇଡି, ଜେଲରେ ଖଗେଶ୍ୱରଙ୍କୁ ଜେରା

ଅର୍ଚ୍ଚନା ହନିଟ୍ରାପ୍ ମାମଲା: ସତ୍ୟବିହାର ଘରର ଆକଳନ କଲା ଇଡି, ଜେଲରେ ଖଗେଶ୍ୱରଙ୍କୁ ଜେରା

ଭୁବନେଶ୍ୱର: ଅର୍ଚ୍ଚନା ହନିଟ୍ରାପ୍ ମାମଲର ମାଷ୍ଟର ମାଇଣ୍ଡ ଅର୍ଚ୍ଚନା ନାଗଙ୍କ ସତ୍ୟବିହାର ସ୍ଥିତ ଘରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଅଧିକାରୀମାନେ ପହଞ୍ଚି ତାଙ୍କ ସମ୍ପତ୍ତିର ଆକଳନ କରିଛନ୍ତି । ଯେଉଁଥିରେ ରହିଛି ଇଡି ଦ୍ୱାରା ଜବତ ହୋଇଥିବା ଅର୍ଚ୍ଚନାଙ୍କ ଆଲିସାନ ଘର, ଲକ୍‌ଜୁରୀ ଗାଡି ଏବଂ ଅନ୍ୟାନ୍ୟ ସମ୍ପତ୍ତି । ତେବେ ତାଙ୍କ ଘର କେତେ ଜାଗାରେ ରହିଛି । ଉକ୍ତ ଆଲିସାନ ଘରର ନିର୍ମାଣରେ କେତେ ଟଙ୍କା ଖର୍ଚ୍ଚ ହୋଇଛି । ସେହିପରି ଘରେ ଲାଗିଥିବା ବିଭିନ୍ନ ଦାମୀ ସାମଗ୍ରୀ ଏବଂ ଇଣ୍ଟରିୟର୍‌ରେ କେତେଟଙ୍କା ଖର୍ଚ୍ଚ ହୋଇଛି । ଜାଗାର ଦାମ କେତେ ସେସବୁର ଟିକ୍ ନିକ୍ କରି ଆକଳନ କରାଯାଇଛି । ଏପରିକି ଘରକୁ ଶେଷରେ ଇଡି ଅଧିକାରୀମାନେ ଫିତା ପକାଇ ମାପଚୁପ କରିଛନ୍ତି । ତେବେ ଏଭଳି କଣ ପାଇଁ କରାଯାଉଛି ତାହା ଇଡି ଅଧିକାରୀମାନେ ସ୍ପଷ୍ଟ କରି ନ ଥିଲେ ମଧ୍ୟ ସମ୍ପତ୍ତି ବର୍ଯ୍ୟାପ୍ତି ପାଇଁ ଏଭଳି କରାଯାଇଥିବା ଅନୁମାନ କରାଯାଉଛି । କାରଣ କିଛିଦିନ ତଳେ ବ୍ଲାକମେଲିଂ ଗ୍ୟାଙ୍ଗର ୩ ମୁଖ୍ୟ ସଦସ୍ୟ ଅର୍ଚ୍ଚନା, ଖଗେଶ୍ୱର ଏବଂ ଜଗବନ୍ଧୁଙ୍କୁ ଇଡି ପକ୍ଷରୁ ନୋଟିସ ଜାରି କରାଯାଇଥିଲା । ସେ ବେଆଇନ୍ ଭାବେ ଟଙ୍କା କମାଇଛନ୍ତି । ତାଙ୍କ ସମ୍ପତ୍ତି କଳାଟଙ୍କାରେ କିଣା ହୋଇଛି । ତେଣୁ କଣ ପାଇଁ ଏସବୁ ସମ୍ପତ୍ତିିକୁ ବର୍ଯ୍ୟାପ୍ତି କରା ନ ଯିବ ସେ ନେଇ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଉତ୍ତର ରଖିବାକୁ ନୋଟିସରେ କୁହାଯାଇଥିଲା । ହେଲେ ସେମାନେ ଏପର୍ଯ୍ୟନ୍ତ ଉତ୍ତର ରଖିନାହାନ୍ତି ବୋଲି ଜଣାପଡିଛି । ତେବେ ଥରେ ସମ୍ପତ୍ତିର ଆକଳନ ଶେଷ ହେବା ପରେ ଏନେଇ କୋର୍ଟଙ୍କୁ ଅବଗତ କରାଯିବ । କୋର୍ଟଙ୍କ ଅନୁମତିକ୍ରମେ ଏହାକୁ ବାର୍ଯ୍ୟାପ୍ତି କରାଯିବ । ଅନ୍ୟପକ୍ଷରେ ଅର୍ଚ୍ଚନାଙ୍କ ବିଜ୍‌ନେସ୍ ପାଟ୍‌ନର ଖଗେଶ୍ୱରଙ୍କୁ ଆଜି ଜେଲ ଭିତରେ ଜେରା କରିବାକୁ ଇଡିର ଏକ ୪ ଜଣିଆ ଟିମ୍ ଝାରପଡା ଜେଲରେ ପହଞ୍ଚିଥିଲା । ସେଠାରେ ତାଙ୍କୁ ଘଣ୍ଟା ଘଣ୍ଟା ଧରି ପଚରାଉଚରା କରାଯାଉଥିଲା । ସୂଚନାଯୋଗ୍ୟ ଅର୍ଚ୍ଚନା ହନିଟ୍ରାପ୍ ମାମଲାରେ କୋର୍ଟଙ୍କ ଅନୁମତି କ୍ରମେ ଗତକାଲି ଅର୍ଚ୍ଚନାଙ୍କୁ ଜେରା କରାଯାଇଥିଲା ବେଳେ ଆଜିି ଖଗେଶ୍ୱରଙ୍କୁ ଜେରା କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking