26.1 C
Bhubaneswar
Saturday, October 19, 2024
Homeଓଡିଶାବିଇଡି, ବିଏଚ୍‌ଇଡି ଏବଂ ଏମ୍‌ଇଡି ନାମଲେଖା ଲାଗି ୪ରୁ ଆବେଦନ ପକ୍ରିୟା ଆରମ୍ଭ

ବିଇଡି, ବିଏଚ୍‌ଇଡି ଏବଂ ଏମ୍‌ଇଡି ନାମଲେଖା ଲାଗି ୪ରୁ ଆବେଦନ ପକ୍ରିୟା ଆରମ୍ଭ

ଭୁବନେଶ୍ୱର: ରାଜ୍ୟରେ ୨୦୨୩-୨୪ ଶିକ୍ଷା ବର୍ଷ ଲାଗି ବିଇଡି, ବିଏଚ୍‌ଇଡି ଏବଂ ଏମ୍‌ଇଡି ପାଠ୍ୟକ୍ରମରେ ନାମଲେଖା ଲାଗି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ ଏହି ୩ଟି ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆସନ୍ତା ମେ’ ୪ ତାରିଖ ଅପରାହ୍ଣ ୨ଟାରୁ ଅନ୍‌ଲାଇନ୍ ମାଧ୍ୟମରେ ଆରମ୍ଭ ହେବ । ଆବେଦନର ଶେଷ ତାରିଖ ମେ’ ୧୪ ରାତି ୧୧ଟା ୪୫ ଧାର୍ଯ୍ୟ କରାଯାଇଛି ।

ଆଦେନକାରୀଙ୍କ ସିଏଏଫ୍‌(କମନ୍ ଆପ୍ଲିକେସନ ଫର୍ମ)ଓକାକ୍ ପକ୍ଷରୁ ଏସ୍‌ଏସ୍‌ବିକୁ ପ୍ରଦାନ କରାଯିବ । ଜୁନ୍ ୧ରୁ ୧୧ତାରିଖ ମଧ୍ୟରେ ଆବେଦନକାରୀ ଏସ୍‌ଏସ୍‌ବି ୱେବସାଇଟ୍‌ରୁ ହଲ୍ ଟିକେଟ୍ ଡାଉନ୍‌ଲୋଡ କରିପାରିବେ । ସେହିପରି ଜୁନ୍ ୧୦ତାରିଖରେ ଏମ୍‌ଇଡି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ୧୧ତାରିଖରେ ଉଭୟ ବିଇଡି ଏବଂ ବିଏଚ୍‌ଇଡି ପ୍ରବେଶିକା ପରୀକ୍ଷା କରାଯିବ ବୋଲି ଧାର୍ଯ୍ୟ କରାଯାଇଛି । ଜୁଲାଇ ୧୫ରେ ମେରିଟ୍ ତାଲିକା ବା ରେଜଲ୍ଟ ଏସ୍‌ଏସ୍‌ବି ପକ୍ଷରୁ ଓକାକ୍‌କୁ ପ୍ରଦାନ କରାଯିବ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking