18.1 C
Bhubaneswar
Thursday, January 9, 2025
Homeଓଡିଶାମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ : ବିଜେଡି

ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ : ବିଜେଡି

ଭୁବନେଶ୍ୱର : ବିଧାନସଭାରେ ସରକାରଙ୍କୁ ଘେରିଲେ ବିଜେଡି ବିଧାୟକ ପ୍ରମିଳା ମଲ୍ଲିକ । ରାଜ୍ୟରେ ୟୁନିଫର୍ମ ସେବାରେ ଅଗ୍ନିବୀରଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ଦେବା ନେଇ ମୋହନ ସରକାରଙ୍କ ଘୋଷଣା ପରେ ଏହାକୁ ନେଇ ଆରମ୍ଭ ହୋଇଯାଇଛି ଆରୋପ-ପ୍ରତ୍ୟାରୋପ । ବିଧାୟିକା କହିଛନ୍ତି ସାଧାରଣତ ଯେତୋବେଳେ ଗୃହ ଚାଲିଥାଏ ସରକାର ଯାହା ଘୋଷଣା କରନ୍ତି,ଯାହା ଘୋଣଷା କରିବା କଥା ଗୃହରେ ଘୋଷଣା କରନ୍ତି । ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଗୃହକୁ ବିଶ୍ୱାସକୁ ନନେଇ ଅଗ୍ନିବୀର ମାନଙ୍କ ପାଇଁ ଯେଉଁ ୧୦% ସଂରକ୍ଷଣ କରିଛନ୍ତି ଗୃହ ବାହାରେ । ତେବେ ମୋର ପ୍ରଶ୍ନ ହେଉଛି ସେ ଗୃହ ବିଭାଗ ସହ ଆଲୋଚନା କରିଛନ୍ତି କି ? ସେ ଅର୍ଥ ବିଭାଗ ସହ ଆଲୋଚନା କରିଛନ୍ତି କି ? ଏଜିଙ୍କ ସହ ଆଲୋଚନା କରିଛନ୍ତି କି ? ଗୃହକୁ କମ ପାଇଁ ବିଶ୍ୱସକୁ ନନେଇ ବାହାରେ ଘୋଷଣା କରୁଛନ୍ତି । ହାଇକୋର୍ଟଙ୍କ ଯାହା ସଂରକ୍ଷଣ ଅଛି ତାକୁ ଉଲଙ୍ଘନ କରୁନାହାଁନ୍ତି , ହାଇକୋର୍ଟଙ୍କ ଅର୍ଡରକୁ ଉଲଙ୍ଘନ କରୁନାହାଁନ୍ତି । ଏତେ ସବୁ କଥା ଥିଲାବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ଗୃହକୁ ବିଶ୍ୱାସକୁ ନନେଇ ଗୃହ ଚାଲିଥିଲା ବେଳେ ବାହାରେ ରିଜରଭେସନ କଥା ଅଗ୍ନିବୀରଙ୍କ ପାଇଁ ଘୋଷଣା କରିବା ଏ ବଡ ଦୁର୍ଭାଗ୍ୟଜନକ କଥା । ନୂଆ ସରକାର ଆସିଛନ୍ତି, ନୂଆ ମନ୍ତ୍ରୀ ହେଇଛନ୍ତି ଓ ନୂଆ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ତ ଭୁଲ୍ କରିବା ସ୍ୱଭାବିକ । ଭୁଲ୍ କରିଛନ୍ତି ଆମେ ଚେତେଇ ଦଉଛୁ ସଂଶୋଧନ କରନ୍ତୁ । ମାନ୍ୟବର ମୁଖ୍ୟମନ୍ତ୍ରୀ ବାହାରେ ଘୋଷଣା କରିଛନ୍ତି ଗୃହକୁ ଆସନ୍ତୁ, ଗୃହରେ କ୍ଷମା ଭିକ୍ଷା କରନ୍ତୁ । ଗୃହକୁ ବିଶ୍ୱସକୁ ନିଆନ୍ତୁ । ଗୃହରେ କ୍ଷମାଭିକ୍ଷା କରି ଆମେ ଯେଉଁ ସ୍ୱାଧିକାର ଭଙ୍ଗ ନୋଟିସ ଦେଇଛୁ ତାଉପରେ ଆପମ ରୁଲିଙ୍ଗ ନିଅନ୍ତୁ । ମାନ୍ୟବର ମୁଖ୍ୟମନ୍ତ୍ରୀ ଆସିକି ଗୃହରେ ଘୋଷଣା କରନ୍ତୁ ଗୃହରେ କ୍ଷମା ଭିକ୍ଷା କରନ୍ତୁ ।

ଆମ ବିଧି ଏବଂ ପରମ୍ପରାର ଉଲଙ୍ଘନ ଆମେ ଆରମ୍ଭରୁ ପ୍ରତେକ୍ଷ କରୁଛୁ । ମାନ୍ୟବର ମୁଖ୍ୟମନ୍ତ୍ରୀ ଯିଏ ହେଉଛନ୍ତି ଗୃହର ନେତା । ଗୃହର ନେତା ଭାବରେ ଯେଉଁ ବିଧି ଅନୁସାରେ ଗୃହ ପରିଚାଳିତ ଏବଂ ସଂଶୋଧିୟ ଗଣତନ୍ତ୍ରରେ ଯେଉଁ ପରମ୍ପରା ପ୍ରତିଷ୍ଠିତ ସେ ପରମ୍ପରାକୁ ସମ୍ମାନ ଦେବା ହେଉଛି ତାଙ୍କର ପ୍ରଧାନ ଏବଂ ପ୍ରଥମ କର୍ତ୍ତବ୍ୟ । କିନ୍ତୁ ଆମେ ମର୍ମାହତ ଯେ ତାହା ଆମେ ବ୍ୟତିକ୍ରମ ଦେଖୁଛୁ । ମାନ୍ୟବର ମୁଖ୍ୟମନ୍ତ୍ରୀ ୨୬ ତାରିଖରେ ଯୋଡିଏ ଘୋଷଣା କଲେ ତେବେ ଘୋଷଣା କରିବାର ଅଧିକାର ଓ ସ୍ୱାଧୀନତା ତାଙ୍କର ସବୁବେଳେ ଅଛି । ଗୃହ ଶେଷ ହେବା ପରେ ଗୃହ ବାହାରେ ସାମ୍ବାଦିକ ସମ୍ମିଳନୀରେ ୨ଟି ଘୋଷେଣା କଲେ ଅଗ୍ନିବୀରଙ୍କ ପାଇଁ ୧୦% ସଂରକ୍ଷଣ ଏବଂ ତାଙ୍କ ପାଇଁ ଚାକିରି ଦେବା ପାଇଁ ୫ ବର୍ଷ କୋହଳ । ଏ ନିଷ୍ପତ୍ତିରେ କାହାର ଦ୍ୱନ୍ଦ ନାହିଁ କିନ୍ତୁ ବର୍ତ୍ତମାନ କଥା ହେଉଛି ଗୃହର ମର୍ଯ୍ୟାଦା ରକ୍ଷା କରିବାର ଦାୟିତ୍ୱ ପ୍ରଥମ ବ୍ୟକ୍ତି ଯିଏ ସିଏ ଯଦି ଉଲଙ୍ଘନ କରନ୍ତି ତେବେ ବାଡ ଯଦି ଫସଲ ଖାଏ ତାହେଲେ କହିବା , କପାଳରେ ସିନା ହାତ ମାରିବା । ଜଣେ ଅନୁଭବୀ ନେତା ଭାବରେ ଏବଂ ଗୃହର ସବୋର୍ଚ୍ଚ ନେତା ଭାବରେ ଏହା ତାଙ୍କ ଠାରୁ ଆଶା କରାଯାଏଁ ନାହିଁ ବୋଲି ବିଧାୟକ ଗଣେଶ୍ୱର ବେହେରା ମଧ୍ୟ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking