27.1 C
Bhubaneswar
Saturday, October 19, 2024
Homeଓଡିଶାଏଣିକି ସୁବିଧାରେ କିଣିହେବ ଆପାର୍ଟମେଣ୍ଟ

ଏଣିକି ସୁବିଧାରେ କିଣିହେବ ଆପାର୍ଟମେଣ୍ଟ

ଭୁବନେଶ୍ୱର: ଆପାର୍ଟମେଣ୍ଟ କିଣିଥିବା ଅନ୍ତେବାସୀଙ୍କ ପାଇଁ ଖୁସି ଖବର । ପୂର୍ବରୁ ପ୍ରଣୟନ କରାଯାଇଥିବା ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଅଧିନିୟମ-୧୯୮୨ ଏବଂ ଓଡ଼ିିଶା ଆପାର୍ଟମେଣ୍ଟ ମାଲିକାନା ନିୟମ-୧୯୯୨ ଆଉ ଲାଗୁ ହେବ ନାହିଁ । ଏହି ଦୁଇ ନିୟମ ପରିବର୍ତ୍ତେ ଏଣିକି ନୂଆ ନିୟମ ପ୍ରଣୟନ ହେବ । ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆସିଥିବା ଏଭଳି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ଦେଇଛନ୍ତି । ତେଣୁ ଏଣିକି ଆପାର୍ଟମେଣ୍ଟ କିଣିବା ପାଇଁ ରହିବ ନାହିଁ କୌଣସି ଅସୁବିଧା । ସୁବିଧାରେ ଘର ପାଇଁ ରେଜିଷ୍ଟ୍ରେସନ କରି ହେବ । ବିଲଡରଙ୍କ ସହିତ ମଧ୍ୟ କୌଣସି ଝାମେଲା ରହିବ ନାହିଁ । କମନ ଏରିଆ ସହିତ ଜମିର ମାଲିକାନା ଓନର୍ ଆସୋସିଏସନ ନାଁରେ ହିଁ ରହିବ । ଏହାଦ୍ୱାରା ବିଲଡର ଓ ଘର ମାଲିକଙ୍କ ମଧ୍ୟରେ ଲାଗି ରହୁଥିବା ବିବାଦର ଅନ୍ତ ହେବା ସହିତ ଘର କିଣା ବିକା ସହଜରେ ଓ ସୁବିଧାରେ ହୋଇପାରିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୁଧବାର ରାଜ୍ୟ କ୍ୟାବିନେଟ ବୈଠକ ବସିଥିଲା । ଏହି ବୈଠକରେ ଆପାର୍ଟମେଣ୍ଟ ରେଜିଷ୍ଟ୍ରେସନକୁ ଗ୍ରୀନ ସିଗନାଲ ମିଳିଛି ।

ବର୍ଷେ ହେଲା ବନ୍ଦ ଥିବା ଆପାର୍ଟମେଣ୍ଟ ରେଜିଷ୍ଟ୍ରେସନ ପାଇଁ ପୁଣି ବାଟ ଫିଟୁଛି । ଆପାର୍ଟମେଣ୍ଟ ମାଲିକାନା ନିୟମ ଓ ରେରା ଆଇନ ମଧ୍ୟରେ ଥିବା ବିରୋଧାଭାସକୁ ଦୂର କରିବାକୁ ରାଜ୍ୟ ସରକାର ଏକ ଆଇନ ଆଣିବାକୁ ଯାଉଛନ୍ତି । ଏହା କ୍ୟାବିନେଟର ଅନୁମୋଦନ ଲାଭ କରିବା ପରେ ଆପାର୍ଟମେଣ୍ଟ ରେଜିଷ୍ଟ୍ରେସନର ବାଟ ଖୋଲିଛି । ନୂଆ ନିୟମ ଅନୁସାରେ ଆପାର୍ଟମେଣ୍ଟର କମନ୍ ଏରିଆ ଯଥା- ପାର୍କିଂ, ସୁଇମିଂ ପୁଲ, ପାର୍କ, କମ୍ୟୁନିଟି ହଲର ମାଲିକାନା ଆଲଟି ଆସୋସିଏସନ ପାଖରେ ରହିବ । ଆପାର୍ଟମେଣ୍ଟ ମାଲିକ ସଂଘକୁ ଜମି ଅଧିକାର ହସ୍ତାନ୍ତର କରାଯିବ । ବୁକିଂ ସମୟରୁ ହିଁ ଆଲଟି ଆସୋସିଏସନ(ଆବଣ୍ଟନଗ୍ରାହୀ ମାନଙ୍କ ସଂଘ) ଗଠନ କରି ଏସବୁ ପ୍ରକ୍ରିୟା କରାଯାଇପାରିବ ।

ଏହା ସ୍ପଷ୍ଟ ହେବା ପରେ ବହୁ ଦିନ ଧରି ପଡ଼ି ରହିଥିବା ଆପାର୍ଟମେଣ୍ଟର ରେଜିଷ୍ଟ୍ରେସନ ପାଇଁ ବାଟ ଫିଟିଛି । ପୂର୍ବରୁ ଆପାର୍ଟମେଣ୍ଟ ବିକ୍ରି କରିବା ପରେ କମନ୍ ଏରିଆ ବିଲଡରଙ୍କ ମାଲିକାନାରେ ରହୁଥିଲା । ଏଥିପାଇଁ ଆପାର୍ଟମେଣ୍ଟ ସୋସାଇଟି ସହ ବିଲ୍ଡରଙ୍କ ବିବାଦ ଦେଖିବାକୁ ମିଳୁଥିଲା । ଏହି କାରଣରୁ ବହୁ ଦିନ ଧରି ନୂଆ ତଥା ପୁରୁଣା ଆପାର୍ଟମେଣ୍ଟ କିଣାବିକା ହୋଇପାରୁନଥିଲା । ମାମଲା ହାଇକୋର୍ଟକୁ ମଧ୍ୟ ଯାଇଥିଲା । ରାଜ୍ୟ ସରକାର କୋର୍ଟରେ ଦର୍ଶାଇଥିଲେ ଯେ ନୂଆ ଆପାର୍ଟମେଣ୍ଟ ମାଲିକାନା ନିୟମ ଆଣିବାକୁ ଯାଉଛନ୍ତି । ସେହି ନୂଆ ନିୟମ କ୍ୟାବିନେଟର ଅନୁମୋଦନ ଲାଭ କରିଛି । ଏହା ଆଇନରେ ପରିଣତ ହେଲେ ଉଭୟ ବିଲଡର୍ ଓ ଆପାର୍ଟମେଣ୍ଟ ମାଲିକଙ୍କ ସ୍ୱାର୍ଥ ରକ୍ଷା କରିବ ବୋଲି କୁହାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking