26.1 C
Bhubaneswar
Sunday, November 24, 2024
Homeଦେଶ ବିଦେଶପୁଣି ଏକ ଭୟଙ୍କର ଭୂତାଣୁ; ଏହି ଦେଶରେ ବ୍ୟାପୁଛି କରୋନାଠୁ ବେଶୀ ମାରାତ୍ମକ ରୋଗ

ପୁଣି ଏକ ଭୟଙ୍କର ଭୂତାଣୁ; ଏହି ଦେଶରେ ବ୍ୟାପୁଛି କରୋନାଠୁ ବେଶୀ ମାରାତ୍ମକ ରୋଗ

ନୂଆଦିଲ୍ଲୀ: ସାରା ବିଶ୍ୱରେ ଏବେ ବି କରୋନା ଭୂତାଣୁର ଭୟ ଲାଗି ରହିଛି । ଏହାପରେ ଆଉ ଏକ ଭୂତାଣୁ ଚିହ୍ନଟ ହୋଇଛି, ଯାହା ଦିନକୁ ଦିନ ଭୟଙ୍କର ରୂପ ଦେଖାଉଛି । ତେବେ ଏହି ଭୂତାଣୁ ଚୀନରୁ ଚିହ୍ନଟ ହୋଇନାହିଁ ବୋଲଏି ଜାଣିବାକୁ ମିଳିଛି । ଏହି ଭୂତାଣୁ କରୋନାଠୁ ବି ଅଧିକ ମାରାତ୍ମକ ବୋଲି କୁହାଯାଉଛି ।

କେନ୍ଦ୍ରୀୟ ଆଫ୍ରିକୀୟ ଦେଶ ଇକ୍ୱେଟୋରିଆଲ ଗିନିରେ ଆତଙ୍କ ଖେଳାଇବାରେ ଲାଗିଛି ମାରବର୍ଗ ଭାଇରସ । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭୂତାଣୁ ସଂକ୍ରମଣରେ ୯ ଜଣ ପ୍ରାଣ ହରାଇ ସାରିଛନ୍ତି । ଏହାବ୍ୟତୀତ ବହୁ ସଂଖ୍ୟାରେ ଲୋକ ଅସୁ୍‌ଥ ହୋଇଥିବା ମଧ୍ୟ ସୂଚନା ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ତେବେ ଏହି ଭୂତାଣୁ ସଂକ୍ରମଣର ଲକ୍ଷଣ ପ୍ରାୟତଃ ଇବୋଲା ଭୂତାଣୁ ସହ ସମାନ ରହିଛି । ଏଥିରେ ଜଣେ ରୋଗୀଙ୍କୁ ଜ୍ୱର ହେବା ସହ ଛାତିରେ ମଧ୍ୟ ଯନ୍ତ୍ରଣା ଅନୁଭବ ହୋଇଥାଏ । ଏହାସହିତ ପରିସ୍ଥିତି ଅଣାୟତ୍ତ ହେଲେ ଜଣେ ରୋଗୀ ମୃତ୍ୟୁବରଣ କରିପାରେ ।

ଏ ନେଇ ଏକ ସୂଚନା ଜାରି କରିଛି ହୁ । ପ୍ରଭାବିତ ଅଞ୍ଚଳରେ ଆଗୁଆ ଟିମ ମୁତୟନ କରାଯାଇଛି । ଭୂତାଣୁ ସଂକ୍ରମଣକୁ ଚିହ୍ନଟ କରୁଥିବା ଲୋକମାନଙ୍କୁ ଅଲଗା କରିବା ସହ ସେମାନଙ୍କ ଚିକିତ୍ସା ଜାରି ରହିଛି । ମାରବର୍ଗ ଭୂତାଣୁର ସଂକ୍ରମଣକୁ ରୋକିବା ପାଇଁ ଜରୁରୀକାଳୀନ ବିଶେଷଜ୍ଞ ଟିମ, ପରୀକ୍ଷାଗାର ଏବଂ ଯୋଗାଯୋଗ ସହାୟତା ବ୍ୟବସ୍ଥା ଯୋଗାଇ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking