26.1 C
Bhubaneswar
Wednesday, November 20, 2024
Homeଓଡିଶା୨୯ରେ ଉପକୂଳ ଛୁଇଁବ ଆଉ ଏକ ଲଘୁଚାପ !

୨୯ରେ ଉପକୂଳ ଛୁଇଁବ ଆଉ ଏକ ଲଘୁଚାପ !

ଭୁବନେଶ୍ୱର : ରାଜ୍ୟକୁ ଗୋଟିଏ ପରେ ଗୋଟିଏ ବିପତ୍ତି ମାଡ଼ିଆସୁଛି । ନିକଟରେ ସଦୃଶ ଲଘୁଚାପ ସକାଶେ ରାଜ୍ୟରେ ଭାରୀ ବର୍ଷା ସହ ବନ୍ୟା ସ୍ଥିତି ଉପୁଜିଛି । କ୍ଷୟକ୍ଷତି ରିପୋର୍ଟ ହସ୍ତଗତ ନ ହେଉଣୁ ଏବେ ପୁଣି ବାତ୍ୟା ବିପଦ ଘାରିଛି । ଉତ୍ତର କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଥମେ ଲଘୁଚାପ ପରେ ସାମୁଦ୍ରିକ ଝଡ଼ ରୂପ ନେଇଥିଲା । ଶନିବାର ଏହା ଗଭୀର ଅବପାତରେ ପରିଣତ ହେବା ପରେ ବାତ୍ୟା ରୂପ ନେଇଛି । ବାତ୍ୟା ‘ଗୁଲାବ’ ଆଜି ସନ୍ଧ୍ୟା ସୁଦ୍ଧା ଗଞ୍ଜାମର ଗୋପାଳପୁରଠାରୁ କଳିଙ୍ଗପଟ୍ଟନମ୍

ମଝିରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ଗୋପାଳପୁରଠାରୁ ୨୭୦ କିମି ଓ କଳିଙ୍ଗପଟ୍ଟନମ୍‌ଠାରୁ ୪୪୦ କିମି ଦୂରରେ ରହିଛି । ଓଡ଼ିଶା ଉପକୂଳ ଅତିକ୍ରମ କରିବା ସମୟରେ ପବନର ବେଗ ସାଧାରଣତଃ ୬୦ରୁ ୮୦ କିମି ବେଗରେ ରହିବ । ସମୟ ସମୟରେ ଝଟକା ପବନ ୯୦ କିମି ଯାଏ ରହିବ ବୋଲି ପୂର୍ବଆକଳନ କରାଯାଇଥିବା ଭାରତୀୟ ପାଣିପାଗ ସଂସ୍ଥାନ (ଆଇଏମ୍‌ଡି) ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ।

ବାତ୍ୟା ଗୁଲାବ୍ ଓଡ଼ିଶା ତଟ ଅତିକ୍ରମ କରିବା ପରେ ଆସୁଛି ଆଉ ଏକ ଲଘୁଚାପ । ବଙ୍ଗୋପସାଗରର ଉତ୍ତର ପୂର୍ବାଞ୍ଚଳ ଓ ନିକଟବର୍ତ୍ତୀ ଅଞ୍ଚଳରେ ଆସନ୍ତା ୨୭ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ଯାହାକି ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି । ଏହା ଆସନ୍ତାକାଲି ସୁଦ୍ଧା ଏକ ଘୁର୍ଣ୍ଣିବଳୟ ରୂପ ନେବା ସମ୍ଭାବନା ଥିବାବେଳେ ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଏକ ଲଘୁଚାପର ରୂପ ନେବ । ଏହା ଏକ ସଦୃଶ ଲଘୁଚାପର ରୂପ ମଧ୍ୟ ନେଇପାରେ । ହେଲେ ୨୯ରେ ପଶ୍ଚିମବଙ୍ଗ ଉପକୂଳ ଦେଇ ଏହା ଗତି କରିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ୱର ସୂଚନା ଦେଇଛି । ଏହା ଗତ ୨ରୁ ୩ ଦିନ ହେବ ମିଆଁମାରର ସ୍ଥଳ ଭାଗରେ ରହିଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking