30.1 C
Bhubaneswar
Monday, May 20, 2024
Homeଓଡିଶାକୋଟାରେ ଆଉ ଜଣେ କୋଚିଂ ଛାତ୍ରଙ୍କ ଆତ୍ମହତ୍ୟା

କୋଟାରେ ଆଉ ଜଣେ କୋଚିଂ ଛାତ୍ରଙ୍କ ଆତ୍ମହତ୍ୟା

କୋଟା : ରାଜସ୍ଥାନର କୋଟାରେ କୋଚିଂ ନେଉଥିବା ଆଉଜଣେ ଛାତ୍ର ଆତ୍ମହତ୍ୟା କରିଛନ୍ତି । ନାସ୍‌ନାଲ୍ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍‌) ପାଇଁ ପ୍ରସ୍ତୁତି କରୁଥିବା ଛାତ୍ର ଫାଶୀ ଲଗାଇ ଦେଇଛନ୍ତି । ଗତ ଦଶଦିନ ମଧ୍ୟରେ ଏହା ଚତୁର୍ଥ ଆତ୍ମହତ୍ୟା । ପାଠପଢ଼ା ଚାପରୁ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି । ମୃତକ ଉତ୍ତର ପ୍ରଦେଶର ବରେଲୀ ନିବାସୀ ଅନିକେତ କୁମାର (୧୭) କୋଟାର ଅନ ଏକାଡେମୀ ସଂସ୍ଥାରେ ନିଟ୍‌ର ପ୍ରସ୍ତୁତି କରୁଥିଲେ । ଅନିକେତ ଇନ୍ଦ୍ର ବିହାରର ଏକ ହଷ୍ଟେଲ୍‌ରେ ବଡ଼ାରେ ରହୁଥିଲେ । ଶୁକ୍ରବାର ଅପରାହ୍ଣରେ ଅନିତେକଙ୍କ ଭାଇ ତାଙ୍କ ଫୋନ୍ କରିଥିଲେ, ମାତ୍ର ସେ ଫୋନ୍ ଉଠାଇ ନଥିଲେ । କେତେଥର କଲ୍ କରିବା ପରେ କଲ୍ ରିସିଭ୍ ନକରିବାକୁ ସେ ହଷ୍ଟେଲ୍ ୱାର୍ଡେନ୍‌ଙ୍କୁ ରୁମ୍‌କୁ ଯିବା ପାଇଁ କହିଥିଲା । ୱାର୍ଡେନ୍ କବାଟ ବାଡ଼େଇଲେ ସୁଦ୍ଧା କୌଣସି ଜବାବ ପାଇନଥିଲେ । ଏହାପରେ ହଷ୍ଟେଲ୍‌ରେ ରହୁଥିବା ଅନ୍ୟ ଛାତ୍ରଙ୍କ ସହାୟତାରେ ଅନିକେତ୍ ଫାଶୀରେ ଝୁଲୁଥିବା ଦେଖିବାକୁ ପାଇଥିଲେ । ଏହାପରେ ୱାର୍ଡେନ୍ ଅତିକେତ୍‌ଙ୍କ ଭାଇ ଓ ପୁଲିସକୁ ଖବର ଦେଇଥିଲେ । ପୁଲିସ ପହଞ୍ଚି ଶବ ଉଦ୍ଧାର କରି ପୋଷ୍ଟମର୍ଟମ୍ ପାଇଁ ପଠାଇ ଆତ୍ମହତ୍ୟାର କାରଣ ଯାଞ୍ଚ୍ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking