30.1 C
Bhubaneswar
Sunday, June 30, 2024
Homeଦେଶ ବିଦେଶସିସୋଦିଆଙ୍କୁ ପୁଣି ଝଟ୍‌କା; ୧୮ ଯାଏ ବଢ଼ିଲା ନ୍ୟାୟିକ ହେପାଜତ୍ ଅବଧି

ସିସୋଦିଆଙ୍କୁ ପୁଣି ଝଟ୍‌କା; ୧୮ ଯାଏ ବଢ଼ିଲା ନ୍ୟାୟିକ ହେପାଜତ୍ ଅବଧି

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଅନ୍ତର୍ଗତ ହୋଇଥିବା ବ୍ୟାପକ ଦୁର୍ନୀତି ମାମଲାରେ ଛନ୍ଦିହୋଇ ଏବେ ନ୍ୟାୟିକ ହାଜତ୍‌ରେ ଥିବା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଶିକ୍ଷାମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଆଜି ମଧ୍ୟ କୋର୍ଟରୁ ଆଶ୍ୱସ୍ତି ମିଳିନାହିଁ । ଜାମିନ୍ ପାଇଁ ସେ କରିଥିବା ଆବେଦନ ଉପରେ ଆଜି ଦିଲ୍ଲୀ ସ୍ଥିତ ରାଉସ୍ ଆଭେନ୍ୟୁ କୋର୍ଟ ଶୁଣାଣି କରିଥିବା ବେଳେ କୋର୍ଟ ତାଙ୍କ ନ୍ୟାୟିକ ହାଜତ୍ ଅବଧିକୁ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଥିବା ସୂଚନା ମିଳିଛି ।

ଫଳରେ ସିସୋଦିଆଙ୍କ ଜାମିନ୍ ପାଇବା ଆଶା ପୁଣିଥରେ ମଳିନ ପଡ଼ିଯାଇଛି । ରିପୋର୍ଟ ଅନୁସାରେ ସିସୋଦିଆଙ୍କ ଜାମିନ୍ ଆବେଦନକୁ ଇଡି ପକ୍ଷରୁ ବିରୋଧ କରାଯାଇଥିଲା । ଇଡି ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଡଭୋକେଟ୍ ଯୁକ୍ତି ଉପସ୍ଥାପନ କରିଥିଲେ ଯେ, ଅଭିଯୁକ୍ତ କେବଳ ତଦନ୍ତ ପ୍ରକ୍ରିୟାକୁ ବିଳମ୍ବିତ କରିବା ଉଦ୍ଦେଶ୍ୟରେ ଜାମିନ୍ ଆବେଦନ କରିଛନ୍ତି । ଅଭିଯୁକ୍ତଙ୍କୁ ଜାମିନ୍ ପ୍ରଦାନ କରାଗଲେ ତଦନ୍ତ ପ୍ରକ୍ରିୟା ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି । ଏସବୁ ଯୁକ୍ତିକୁ ଶୁଣିସାରିବା ପରେ କୋର୍ଟ ସିସୋଦିଆଙ୍କ ଜାମିନ୍ ଆବେଦନକୁ ଖାରଜ କରିଦେଇଥିଲେ ଏବଂ ନ୍ୟାୟିକ ହେପାଜତ୍ ଅବଧିକୁ ୧୮ ତାରିଖ ଯାଏ ବଢ଼ାଇଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking