32.1 C
Bhubaneswar
Friday, October 18, 2024
Homeଓଡିଶାବିଜେଡିକୁ ଜିତାଇବ ମାଗଣା ବିଜୁଳି ଘୋଷଣା

ବିଜେଡିକୁ ଜିତାଇବ ମାଗଣା ବିଜୁଳି ଘୋଷଣା

ଭୁବନେଶ୍ୱର : ରାଜ୍ୟରେ ଏବେ ନିର୍ବାଚନ ସ୍ଥିତି ସରଗରମ ହେବାରେ ଲାଗିଛି । ପ୍ରତ୍ୟେକ ରାଜନୈତିକ ଦଳ ସେମାନଙ୍କ ଇସ୍ତାହାର ପ୍ରକାଶ କରି ସାରିଛନ୍ତି । ଏଥର ନିର୍ବାଚନରେ ନୂଆ କଥା ସବୁ ରାଜନୈତିକ ଦଳ ଭୋଟରଙ୍କ ପାଖରେ ରଖିଛନ୍ତି ତାହା ‘ଗ୍ୟାରେଣ୍ଟି’ । ଏହାକୁ ନେଇ ବହୁ ତର୍ଜମା ଚାଲିଛି । ତିନି ପ୍ରମୂଖ ରାଜନୈତିକ ଦଳ ମଧ୍ୟରୁ ବିଜେଡି ଶେଷରେ ଗ୍ୟାରେଣ୍ଟି ପ୍ରକାଶ କଲା । ଏହି ଗ୍ୟାରେଣ୍ଟିରେ ଯେଉଁ ବିଷୟ ରଖିଲା ତାହା ବିରୋଧୀ ରାଜନୈତିକ ଦଳଙ୍କ ହୋସ୍ ଉଡ଼ାଇ ଦେଇଥିବା କଥା ଆଲୋଚନା ହେଉଛି । ଏଥିରେ ବିଜେପି, କଂଗ୍ରେସ ଓ ବିଜେଡି ବିଭିନ୍ନ ଗ୍ୟାରେଣ୍ଟି ମାନ ଦେଇଛନ୍ତି । ଏଥି ମଧ୍ୟରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଗଣା ବିଜୁଳି ଦେବା କଥା ଗ୍ୟାରେଣ୍ଟି ଦେଇ ମାଷ୍ଟର ଷ୍ଟ୍ରୋକ୍ ମାରିଥିବା କଥା ରାଜନୈତିକ ମହଲରେ ବେଶ୍ ଚର୍ଚ୍ଚା ହେଉଛି । ମାଗଣାରେ ବିଜୁଳି ପାଇବା ଘଟଣା ପ୍ରକୃତରେ ବିଜୁଳି ବେଗରେ ରାଜ୍ୟବାସୀ ଛାଇ ହୋଇଯାଇଛି । ଜୁଆଡ଼େ ଗଲେ ଏହି କଥା ଚର୍ଚ୍ଚା ହେଉଛି ।

ଭୋଟରଙ୍କ ମନକୁ ମାଗଣା ବିଜୁଳି କଥାଟି ବେଶ୍ ସ୍ପର୍ଷ କରିଥିବା ଆଲୋଚନା ହେଉଛି । ଏକଥା ବି ଚର୍ଚ୍ଚା ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରୋଧୀଙ୍କୁ ପୁରା ଇଲେକ୍ଟ୍ରି ସକ୍ ଦେଇଛନ୍ତି ଏହି ଗ୍ୟାରେଣ୍ଟି ଘୋଷଣା କରି । ସମସ୍ତେ ଏକ ପ୍ରକାର ଚକିତ ହୋଇଯାଇଛନ୍ତି । ସାଧାରଣତଃ ବିଦ୍ୟୁତ୍ ଏବେ ଏକ ପ୍ରକାର ଅତ୍ୟାବଶ୍ୟକ ସାମଗ୍ରୀ ଭାବରେ ପରିଣତ ହେଲାଣି । ବିନା ବିଦ୍ୟୁତ୍‌ରେ ଚଳିବା ଲୋକଙ୍କ ପାଖରେ ଅତ୍ୟନ୍ତ କଷ୍ଟକର । ଅତି ଗରିବରୁ ଗରିବ ଲୋକର ବି ବିଦ୍ୟୁତ୍‌ର ଜରୁରୀ ଆବଶ୍ୟକତା ରହିଛି । ସମସ୍ତେ ବିଦ୍ୟୁତ୍ ଉପରେ ନିର୍ଭର କରିବାରେ ଲାଗିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ନେତା ଭି.କେ. ପାଣ୍ଡିଆନ୍ ସବୁ ସଭାରେ ବିଦ୍ୟୁତ୍ ମାଗଣାରେ ଦେବା କଥାକୁ ଲୋକଙ୍କ ପାଖରେ ରଖୁଥିବା ଦେଖାଯାଉଛି । ଭୋଟରଙ୍କ ମନରେ ବିଶ୍ୱାସ ଦେବା ପାଇଁ ଜୋର୍ ଦାର୍ ଉଦ୍ୟମ କରାଯାଉଛି । ଏପରିକି ଲୋକଙ୍କ ପାଖରେ ଅଧିକ ବିଶ୍ୱାସ ଜନ୍ମାଇବା ପାଇଁ କେବେ ଠାରୁ ଏହି ମାଗଣା ବିଦ୍ୟୁତ୍ ଦିଆଯିବ ତାହାର ମଧ୍ୟ ନିର୍ଭର ପ୍ରତିଶୃତି ଦେବାକୁ ମୁଖ୍ୟମନ୍ତ୍ରୀ ଭୁଲୁ ନାହାଁନ୍ତି । ଜୁନ୍ ୯ ତାରିଖରେ ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ସେହିଦିନ ହିଁ କ୍ୟାବିନେଟ୍‌ରେ ବିଦ୍ୟୁତ୍ ଛାଡ଼ ନେଇ ମୁଖ୍ୟମନ୍ତ୍ରୀ ପ୍ରଥମ ଦସ୍ତଖତ କରିବେ ।

ଏଭଳି ଭାବରେ ଲୋକଙ୍କୁ ପାଖରେ ବିଦ୍ୟୁତ୍ ଛାଡ଼ ଘଟଣା ଉପସ୍ଥାପନା କରାଯାଉଛି ଯେଉଁଥିରେ ଆଉ କେହି ଅବିଶ୍ୱାସ କରିପାରିବେ ନାହିଁ । ଏହା ବିଜେଡିର ଭୋଟ୍ ପାଇଁ ରାଜ୍ୟନୈତିକ ସ୍ଲୋଗାନ ନୁହେଁ । ବିଜେଡି ସରକାରରେ ଅଛି ଏଣୁ ପୁଣି ସରକାରକୁ ଫେରିଲେ ଏହି ଗ୍ୟାରେଣ୍ଟି ପୁରଣ କରିବ ସେ ନେଇ ଲୋକେ ବିଶ୍ୱାସ କରୁଛନ୍ତି ବୋଲି ଆଲୋଚନା ହେଉଛି । ବିଜେଡି ଯଦି କ୍ଷମତାରେ ନ ଥାଆନ୍ତା ତେବେ ଏହି ଘୋଷଣା ଏତେ ବିଶ୍ୱାସଯୋଗ୍ୟ ହୋଇ ନ ଥାଆନ୍ତା । ବିଜେଡିର ଏହା ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି । ମାଗଣା ବିଜୁଳି ଘଟଣା ଟ୍ରମ୍ପ କାର୍ଡ ସଦୃଶ ହୋଇଛି । ବିରୋଧୀଙ୍କ ମନରେ ଏହା ଏକ ପ୍ରକାର ଭୟ ସୃଷ୍ଟି କରିଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ଏହି ମାଗଣା ବିଜୁଳି ଘଟଣା ଲୋକଙ୍କ ମନକୁ ବି ଛୁଇଁଛି । ଲୋକେ ମାଗଣା ବିଜୁଳି ପାଇବେ ବୋଲି ନିଶ୍ଚିନ୍ତ ହୋଇଛନ୍ତି । କାରଣ ମୁଖ୍ୟମନ୍ତ୍ରୀ ସବୁ ସଭାରେ ଏହି କଥା କହୁଥିବାରୁ ଆଉ ସନ୍ଦେହର ଅବକାଶ ନାହିଁ ବୋଲି ଲୋକେ ଆଲୋଚନା କରୁଛନ୍ତି । ବିଶେଷ କରି ଗରିବ ଲୋକଙ୍କ ମନକୁ ବେଶ୍ ଛୁଇଁଛି । ସହରଠୁ ଆରମ୍ଭ କରି ଗାଁ’ ଗହଳୀ ଜୁଆଡ଼େ ଗଲେ ସାଧାରଣ ଲୋକେ ଏହି ବିଷୟରେ ହିଁ ଆଲୋଚନା କରୁଛନ୍ତି । ଏଥିରେ ସବୁ ବର୍ଗର ଗରିବ ଲୋକ ଉପକୃତ ହେବେ । କୌଣସି ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ କି ସମ୍ପ୍ରଦାୟ ପାଇଁ ଏହି ଘୋଷଣା ହୋଇ ନାହିଁ । ସବୁ ପ୍ରକାର ଲୋକେ ଏହାର ସୁବିଧା ପାଇବାର ଥିବାରୁ ବେଶ୍ ଉତ୍ସାହିତ । ବିଜେଡି ଜିତିବା ପାଇଁ ଏହା ଏକ ପ୍ରମୁଖ ପ୍ରସଙ୍ଗ ହେବ ବୋଲି କୁହାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking