29.4 C
Bhubaneswar
Saturday, May 4, 2024
Homeଓଡିଶାବିଜେଡିରେ ମିଶିଲେ ଗଣେଶ୍ୱର ବେହେରା

ବିଜେଡିରେ ମିଶିଲେ ଗଣେଶ୍ୱର ବେହେରା

ଭୁବନେଶ୍ୱର: ନିର୍ବାଚନୀ ମାହୋଲ ଭିତରେ ଓଡ଼ିଶାରେ ଦଳଡିଆ ପର୍ବ ଜୋର ଧରିଛି । ତେବେ ଏହାରି ଭିତରେ କଂଗ୍ରେସ ଛାଡ଼ିଥିବା ଗଣେଶ୍ୱର ବେହେରା ବିଜେଡିରେ ମିଶିଛନ୍ତି । ରବିବାର ଶଙ୍ଖଭବନରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ବିଜେଡିର ବରିଷ୍ଠ ନେତୃବୃନ୍ଦଙ୍କ ଉପସ୍ଥିତିରେ ଶ୍ରୀ ବେହେରା ଶଙ୍ଖ ଫୁଙ୍କିଛନ୍ତି ।

ଆଜି ପର୍ୟ୍ୟନ୍ତ ବିଜେଡି ୧୦୮ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି। ହେଲେ କେନ୍ଦ୍ରାପଡ଼ା ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ। ଯାହାକୁ ନେଇ କର୍ମୀ ଓ କର୍ମକର୍ତ୍ତାଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଥିବା ବେଳେ କଂଗ୍ରେସର ବରିଷ୍ଠ ନେତା ଗଣେଶ୍ୱର ବେହେରା ଇସ୍ତଫା ଦେଇଥିଲେ। ପରେ ପରେ ଶୁଣିବାକୁ ମିଳିଲା ସେ ବିଜେଡିରେ ମିଶିବା ପରେ ତାଙ୍କୁ କୁଆଡ଼େ କେନ୍ଦ୍ରାପଡ଼ା ବିଧାୟକ ପ୍ରାର୍ଥୀ କରାଯିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking