27.1 C
Bhubaneswar
Wednesday, April 8, 2026
Homeଦେଶ ବିଦେଶଜାନୁଆରୀରେ ଭାରତ ଆସିବେ ଆନ୍ଦ୍ରେ ଆଗାସୀ

ଜାନୁଆରୀରେ ଭାରତ ଆସିବେ ଆନ୍ଦ୍ରେ ଆଗାସୀ

ନୂଆଦିଲ୍ଲୀ: ଆଠ ଥରର ଗ୍ରାଣ୍ଡ୍‌ସ୍ଲାମ୍ ଚାମ୍ପିଅନ୍ ଏବଂ ପୂର୍ବତନ ବିଶ୍ୱ ନଂ-୧ ଟେନିସ୍ ଖେଳାଳି ଆନ୍ଦ୍ରେ ଆଗାସୀ ଆସନ୍ତାବର୍ଷ ଜାନୁଆରୀରେ ଭାରତ ଆସିବେ। ଏହି ଅବସରରେ ସେ ପିକଲ୍‌ବଲ୍ ୱାର୍ଲ୍ଡ ର‌୍ୟାଙ୍କିଙ୍ଗ୍ (ପିଡବ୍‌ଲ୍ୟୁଆର୍‌୍‌) ଇଣ୍ଡିଆନ୍ ଟୁର୍ ଆଣ୍ଡ୍ ଲିଗ୍‌ର ଉଦ୍‌ଘାଟନ କରିବେ। ଦେଶରେ ପିକଲ୍‌ବଲ୍‌କୁ ଲୋକପ୍ରିୟ କରାଇବା ଏହି ଇଭେଣ୍ଟ୍‌ର ଉଦ୍ଦେଶ୍ୟ। ପିଡବ୍‌ଲ୍ୟୁଆର୍‌୍ ପକ୍ଷରୁ ନିକଟରେ ଏକ ନୂଆ ର‌୍ୟାଙ୍କିଙ୍ଗ୍ ଷ୍ଟ୍ରକ୍‌ଚର୍‌ର ଆରମ୍ଭ କରାଯାଇଛି। ଏହା ଅଧୀନରେ ପିଡବ୍‌ଲ୍ୟୁଆର୍‌୍ ୱାର୍ଲ୍ଡ ଟୁର୍ ଓ ପିଡବ୍‌ଲ୍ୟୁଆର୍‌୍ ୱାର୍ଲ୍ଡ ସିରିଜ୍ ଲଞ୍ଚ୍ ପରେ ପିଡବ୍‌ଲ୍ୟୁଆର୍‌୍ ଡିୟୁପିଆର୍ ଇଣ୍ଡିଆନ୍ ଟୁର୍ ଆଣ୍ଡ୍ ଲିଗ୍‌ର ଆୟୋଜନ କରାଯାଉଛି।
ଭାରତୀୟ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ଏକ ଭିଡିଓ ବାର୍ତ୍ତା ଜାରିକରି ଆଗାସୀ କହିଛନ୍ତି, ‘ଭାରତରେ ପ୍ରଶଂସକଙ୍କ ନିକଟରେ ପିକଲ୍‌ବଲ୍‌ର ରୋମାଞ୍ଚ ପହଞ୍ଚାଇବାକୁ ନେଇ ବେଶ୍ ଉତ୍ସାହିତ। ପିଡବ୍‌ଲ୍ୟୁଆର୍‌୍ ଡିୟୁପିଆର୍ ଇଣ୍ଡିଆନ୍ ଟୁର୍ ଆଣ୍ଡ୍ ଲିଗ୍‌ର ଅପେକ୍ଷାରେ ରହିଛି। ଦେଶରେ ଏହା ବଡ଼ ସଫଳତା ହାସଲ କରିବ ବୋଲି ଆଶା କରୁଛି।’ ଆମେରିକାର ମହାନ୍ ଟେନିସ୍ ଖେଳାଳି ଆନ୍ଦ୍ରେ ଆଗାସୀ ୪ଥର ଅଷ୍ଟ୍ରେଲିଆନ୍ ଓପନ୍‌, ଦୁଇଥର ୟୁଏସ୍ ଓପନ୍ ଏବଂ ଥରେ ଲେଖାଏଁ ୱମ୍ବଲଡନ୍ ଓ ଫ୍ରେଞ୍ଚ୍ ଓପନ୍ ଟାଇଟଲ୍ ଜିତିଛନ୍ତି। ଏହା ସହିତ ୧୯୯୬ ଆଟଲାଣ୍ଟା ଅଲିମ୍ପିକ୍‌ରେ ସେ ପୁରୁଷ ସିଙ୍ଗଲ୍ସରେ ସ୍ୱର୍ଣ୍ଣ ପଦକ ନିଜ ନାମରେ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking