30.1 C
Bhubaneswar
Wednesday, June 26, 2024
Homeଓଡିଶାମାନବିକତା ଦେଖାଇଲା ଆନ୍ଧ୍ର ପୋଲିସ ; ଚିକିତ୍ସାଧିନ ସ୍ତ୍ରୀର ମୃତ ଦେହ ନିଜ କାନ୍ଧରେ ବୋହି...

ମାନବିକତା ଦେଖାଇଲା ଆନ୍ଧ୍ର ପୋଲିସ ; ଚିକିତ୍ସାଧିନ ସ୍ତ୍ରୀର ମୃତ ଦେହ ନିଜ କାନ୍ଧରେ ବୋହି ଗ୍ରାମକୁ ଆସୁଥିବା ସ୍ୱାମୀକୁ ଯୋଗାଇ ଦେଲା ଆମ୍ବୁଲାନ୍ସ

ପଟ୍ଟାଙ୍ଗି: ପଡୋଶୀ ଆନ୍ଧ୍ର ରାଜ୍ୟର ଏକ ମେଡ଼ିକାଲରେ ନିଜ ସ୍ତ୍ରୀର ଚିକିତ୍ସା କରାଉଥିବା ସମୟରେ ସ୍ତ୍ରୀ ମୃତ୍ୟୁବରଣ କରିଥିବା ବେଳେ ମୃତ ଦେହ ନେଇ ନିଜ ଗ୍ରାମରେ ପହଞ୍ଚିବା ପାଇଁ ପାଖରେ ଅର୍ଥ ନଥିବା ବେଳେ ମୃତ ସ୍ତ୍ରୀର ଶବ ନିଜ କାନ୍ଧରେ ବୋହି ଚାଲି ଚାଲି ଆସୁଥିବା ଦୃଶ୍ୟ ଉପସ୍ଥିତ ପୋଲିସକୁ ସକ୍ତ ଆଘାତ ଦେଇଥିଲା । ସ୍ୱାମୀ କୁ ଅଟକାଇ ସମସ୍ତ ଘଟଣା ଜଣିବାକୁ ଚେଷ୍ଟା କରିଥିଲା ଆନ୍ଧ୍ର ପୋଲିସ ।  ଘଟଣା ସମ୍ପର୍କରେ ଅବଗତ ହେବା ପରେ ଉକ୍ତ ରାଜ୍ୟର ପୋଲିସ ଅସାୟ ସ୍ୱାମୀକୁ ସ୍ତ୍ରୀର ମୃତଦେହ ଗ୍ରାମରେ ପହଞ୍ଚାବା ପାଇଁ ସହଯୋଗର ହାତ ବଢାଇ ଆମ୍ବୁଲାନ୍ସ ଯୋଗାଇ ଦେଇଥିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ଦେଖା ଦେଇଛି ।

ସୂଚନା ଅନୁଯାଇ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ଅଞ୍ଚଳର ଏକ ଗ୍ରାମର ଦମ୍ପତି ଆନ୍ଧ୍ର ରାଜ୍ୟର ବିଶାଖାପାଟଣା ଅଞ୍ଚଳରେ ରହି ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବେଳେ ହଟାତ ସ୍ତ୍ରୀଟି ର ଦେହ ଅସୁସ୍ଥ ହୋଇ ପଡିଥିଲା । ଯାହାଫଳରେ ବ୍ୟକ୍ତି ଜଣକ ନିଜ ସ୍ତ୍ରୀର ଦେହ ଭଲ କରିବା କୁ ଯାଇ ବିଶାଖାପାଟଣା ଅଞ୍ଚଳର ସାଗରପୋଲସା ମେଡ଼ିକାଲ ରେ ଚିକିତ୍ସା କରାଉଥିବା ସମୟରେ ସ୍ତ୍ରୀ ମୃତ୍ୟୁବରଣ କରି ଯାଇଥିଲା କିନ୍ତୁ ସ୍ତ୍ରୀର ମୃତ ଦେହ ନିଜ ଗ୍ରାମରେ ପହଞ୍ଚାବା ପାଇଁ ପାଖରେ ଟଙ୍କା ନଥିବା ବେଳେ ବିଶାଖାପାଟଣା ର ଉକ୍ତ ଅଞ୍ଚଳରୁ ୧୨୫ କିଲୋମିଟର ଦୂରତା କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗି ଅଞ୍ଚଳର ଏକ ଗ୍ରାମକୁ ସ୍ତ୍ରୀର ମୃତଦେହ କାନ୍ଧରେ ବୋହି ଚାଲି ଚାଲି ଆସୁଥିବା ବେଳେ ଆନ୍ଧ୍ରର ବିଜୟନଗର ପାଖାପାଖି ପହଞ୍ଚିବା ସମୟରେ ଉପସ୍ଥିତ ଲୋକଙ୍କ ଠାରୁ ଖବର ପାଇ ଘଟଣା ସ୍ଥଳକୁ ପୋଲିସ ପହଞ୍ଚି ସମସ୍ତ ଘଟଣା ଜାଣିବାକୁ ଚେଷ୍ଟା କରିବା ପରେ ସ୍ୱାମୀ ଜଣକ ସମସ୍ତ ଘଟଣା ପ୍ରକାଶ କରିବା ପରେ ବିଜୟନଗର ଗ୍ରାମାଞ୍ଚଳ ପୋଲିସ ସବ ଇନ୍ସପେକ୍ଟର କିରଣ କୁମାର ସହଯୋଗର ହାତ ବଢାଇ ଏକ ଆମ୍ବୁଲାନ୍ସ ବ୍ୟବସ୍ଥା କରି ମୃତ ସ୍ତ୍ରୀ ଏବଂ ସ୍ୱାମୀ କୁ ନିଜ ଗ୍ରାମକୁ ପଠାଇବାରେ ମାନବିକତା ଦେଖାଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking