32.1 C
Bhubaneswar
Friday, October 18, 2024
Homeଅପରାଧପୁଣି ମହିଳାଙ୍କ ପ୍ରତି ବର୍ବରତା: ପ୍ରେମ ସମ୍ପର୍କରୁ ଯୁବତୀଙ୍କୁ ଉଲଗ୍ନ କରି ଗଛରେ ବାନ୍ଧି ନିର୍ଯାତନା

ପୁଣି ମହିଳାଙ୍କ ପ୍ରତି ବର୍ବରତା: ପ୍ରେମ ସମ୍ପର୍କରୁ ଯୁବତୀଙ୍କୁ ଉଲଗ୍ନ କରି ଗଛରେ ବାନ୍ଧି ନିର୍ଯାତନା

ରାଞ୍ଚି: ଦେଶର ଗୋଟିଏ ପରେ ଗୋଟିଏ ରାଜ୍ୟରୁ ଆସିବାରେ ଲାଗିଛି ମହିଳାଙ୍କ ପ୍ରତି ବର୍ବରକାଣ୍ଡର ଏକାଧିକ ଘଟଣା । ଝାଡଖଣ୍ଡର ଗିରିଡିହର ସାରିୟା ପୋଲିସ ଷ୍ଟେସନ ଅଧୀନସ୍ଥ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ବିବସ୍ତ୍ର କରି ଗଛରେ ବାନ୍ଧି ପିଟିବା ଘଟଣା ସାମ୍ନାକୁ ଆସିଛି । ଅବଶ୍ୟ ଅଭିଯୋଗ ଆସିବା ପରେ ସ୍ଥାନୀୟ ଗିରିଡିହ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି ଘଟଣାରେ ସମ୍ପୃକ୍ତ ଚାରି ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ସ୍ପଷ୍ଟ କରିଛି । ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ଦୁଇଜଣ ମହିଳା ଏବଂ ଦୁଇଜଣ ପୁରୁଷ ଅଛନ୍ତି ।

ସମସ୍ତ ଗିରଫ ଅଭିଯୁକ୍ତ ସ୍ଥାନୀୟ କବାଡିଆତୋଲାର ବାସିନ୍ଦା ବିକାଶ କୁମାର ସୋନାର, ଶ୍ରାବଣ ସୋନାର, ରେଖା ଏବଂ ମୁନି ବୋଲି ପୋଲିସ ପରିଚୟ ସ୍ପଷ୍ଟ କରିଛି । ସ୍ଥାନୀୟ ଡିଏସପି ସଞ୍ଜୟ ରାଣା ଏବଂ ସାରିୟା ବାଗୋଦର ଏସଡିପିଓ ନୌଶାଦ ଆଲାମ ଗଣମାଧ୍ୟରେ ପ୍ରତିକ୍ରିୟା ରଖି ଘଟଣା ସମ୍ପର୍କରେ ଓ ପରବର୍ତ୍ତୀ ପୋଲିସ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସ୍ପଷ୍ଟ କରିଛନ୍ତି । ଏବେ ସୁଦ୍ଧା ୪ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଅନ୍ୟ କେହି ସମ୍ପୃକ୍ତ ଥିବା ତଦନ୍ତରେ ପ୍ରମାଣ ମିଳିବା ପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଉଭୟ ଅଧିକାରୀ କହିଛନ୍ତି ।

ପୋଲିସ ଅଧିକାରୀ କହିଛନ୍ତି, ଅନ୍ୟ ଗାଁର ଜଣେ ଯୁବକଙ୍କର ପୀଡିତାଙ୍କର ସହ ପ୍ରେମ ସମ୍ପର୍କ ଥିଲା । ଉଭୟ ପରିବାର ଓ ଗ୍ରାମବାସୀ ଏହି ସମ୍ପର୍କକୁ ବିରୋଧ କରୁଥିଲେ । ବୁଧବାର ରାତିରେ ଯୋଜନାବଦ୍ଧ ଭାବେ ଏହି ଚାରି ଅଭିଯୁକ୍ତ ବିକାଶ, ଶ୍ରାବଣ, ମୁନ୍ନି ଏବଂ ରେଖା ପୀଡିତା ଯୁବତୀଙ୍କୁ ଏକ ଗାଡିରେ ନେଇଯାଇଥିଲେ । ଜଙ୍ଗଲ ରାସ୍ତାରେ ଗାଡି ରଖି ସେମାନେ ଏହି ଯୁବତୀଙ୍କୁ ନିସ୍ତୁକ ମାଡ ମାରିବା ସହ ଏକ ଗଛରେ ଉଲଗ୍ନ କରି ବାନ୍ଧିଥିଲେ । ଯୁବତୀଙ୍କ ପୋଷାକ ଚିରି ଏହି ଅଭିଯୁକ୍ତମାନେ ତାଙ୍କୁ ଗଛରେ ବାନ୍ଧି ରଖିଥିଲେ । ଘଟଣା ସମ୍ପର୍କରେ ଜଣାପଡିବା ପରେ ସ୍ଥାନୀୟ ପୋଲିସ ଅଧିକାରୀ ପୀଡିତାଙ୍କ ବୟାନ ରେକର୍ଡ କରିଛନ୍ତି । ପୀଡିତାଙ୍କର ଡାକ୍ତରୀମାଇନା ମଧ୍ୟ କରାଯାଇଛି । ପୀଡିତାଙ୍କ ବୟାନ ଆଧାରରେ ଏହି ୪ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking