30.1 C
Bhubaneswar
Sunday, June 23, 2024
Homeଓଡିଶାପୁଣି ସାପ କାମୁଡ଼ାରେ ଗଲା ଆଉ ଏକ ଜୀବନ

ପୁଣି ସାପ କାମୁଡ଼ାରେ ଗଲା ଆଉ ଏକ ଜୀବନ

ବ୍ୟୁରୋ: ସାପ କାମୁଡ଼ାରେ ସ୍ବାମୀଙ୍କ ମୃତ୍ୟୁ ହୋଇଥିବାବେଳେ ସ୍ତ୍ରୀ ଗୁରୁତର ଥିବା ସୂଚନା ମିଳିଛି।  କନ୍ଧମାଳ ଜିଲା ଚକାପାଦ ବ୍ଲକ ଲାଇନପଡ଼ା ଫାଣ୍ଡି ଅନ୍ତର୍ଗତ ପାଣ୍ଡୁଲି ଗ୍ରାମରେ ଘଟିଛି ଏହି ଅଘଟଣ। ମୃତକଙ୍କ ନାମ ବିମଳ କହଁର ଏବଂ ଗୁରୁତର ଥିବା ତାଙ୍କ ସ୍ତ୍ରୀଙ୍କ ନାମ ସତ୍ୟଭାମା କହଁର।

ସତ୍ୟଭାମା ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି । ଲଗାଣ ବର୍ଷା ଯୋଗୁ ପାଣ୍ଡୁଲି ଗ୍ରାମରେ ଲାଇନ୍‌ ନ ଥିଲା ଫଳରେ ଅନ୍ଧକାରରେ ବିମଳ ଓ ସତ୍ୟଭାମା ନିଜ ଘରେ ଶୋଇଥିବାବେଳେ ବିଳମ୍ବିତ ରାତିରେ ଏକ ବିଷାକ୍ତ ସାପ ପ୍ରଥମେ ବିମଳଙ୍କ ହାତକୁ ଓ ପରେ ସତ୍ୟଭାମାଙ୍କ ହାତକୁ ମଧ୍ୟ କାମୁଡ଼ି ଦେଇଥିଲା। ପରେ ଉଭୟଙ୍କ ଚିତ୍କାର ଶୁଣି ଘର ଲୋକେ ଉଠି ସାହିପଡ଼ିଶାଙ୍କ ସହାୟତାରେ ପ୍ରଥମେ ଖଜୁରୀପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ଅବସ୍ଥା ଗୁରୁତର ଥିବାର ଡାକ୍ତର ଉଭୟଙ୍କୁ ସେଠାରୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ। ସେଠାରେ ଡାକ୍ତର ବିମଳଙ୍କୁ ମୃତ ଘୋଷଣା କରିଥିବାବେଳେ ସତ୍ୟଭାମା ଚିକିତ୍ସାଧୀନ ଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking