ଭୁବନେଶ୍ୱର : ସହରର ବିଭିନ୍ନ ଅଞ୍ଚଳରେ ଏକାଧିକ ପଜିଟିଭ ଚିହ୍ନଟ ହେବା ପରେ ପୁଣି ୧୨ ସ୍ଥାନକୁ କଣ୍ଟେନମେଣ୍ଟ କରିଛି ବିଏମ୍ସି । ସୋମବାର ମହାନଗର ଅଞ୍ଚଳର ୮ଟି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଓ ୪ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ଦକ୍ଷିଣପଶ୍ଚିମ ଜୋନ୍ର ୱାର୍ଡ ନଂ ୨୩ ଅନ୍ତର୍ଗତ ପାତ୍ରପଡାର କଳିଙ୍ଗ ବିହାର ପ୍ଲଟ୍ ନଂ ଏଚ୍ଆଇଜି-୪, ୱାର୍ଡ ନଂ ୬୨ ଅନ୍ତର୍ଗତ ଗଣ୍ଡମୁଣ୍ଡା ଗଣେଶ ନଗର ପ୍ଲଟ ନଂ-୬୩, ଦକ୍ଷିଣପୂର୍ବ ଜୋନ୍ର ୱାର୍ଡ ନଂ ୬୦ ଅନ୍ତର୍ଗତ ପୁରୁଣା ଭୁବନେଶ୍ୱର ମହତାବ ରୋଡ ପ୍ଲଟ ନଂ ୧୬୬, ୱାର୍ଡ ନଂ ୩୩ ଝାରପଡାର ଖୁସି କ୍ଲାସିକ ଆପାର୍ଟମେଣ୍ଟ ଫ୍ଲାଟ ନଂ ୨ଡି, ୱାର୍ଡ ନଂ ୬୧ ଅନ୍ତର୍ଗତ ଭୀମଟାଙ୍ଗୀ, ଏଚ୍ବି କଲୋନୀ ଫେଜ୍-୨ ପ୍ଲଟ ନଂ ୧୦୭, ୱାର୍ଡ ନଂ ୪୧ ଅନ୍ତର୍ଗତ ଅଶୋକନଗର, ୟୁନିଟ-୨ ସ୍ଥିତ କଂଗ୍ରେସ ଭବନ ନିକଟସ୍ଥ ଆଇଭିଏ-୨୧/୧, ୱାର୍ଡ ନଂ ୬୭ ଅନ୍ତର୍ଗତ ସୁନ୍ଦରପଦା ଆଜାଦ ନଗରର ପ୍ଲଟ ନଂ ୨୫୩୭/୨୫୮୮ ଏବଂ ୱାର୍ଡ ନଂ ୩୦ ଅନ୍ତର୍ଗତ ସହୀଦନଗରର ପ୍ଲଟ ନଂ ୫୩୧କୁ ମାଇକ୍ରୋ କଣ୍ଟେନମେଣ୍ଟ କରାଯାଇଛି ।
ସେହିପରି ଉତ୍ତର ଜୋନ୍ର ୪ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛି ବିଏମ୍ସି । ସମ୍ପୃକ୍ତ ଅଞ୍ଚଳଗୁଡିକ ହେଉଛି, ୱାର୍ଡ ନଂ ୧୯ ଅନ୍ତର୍ଗତ ରସୁଲଗଡ, ବ୍ରାଇଟ୍ ରେସିଡେନ୍ସିର ଫ୍ଲାଟ ନଂ ଏ୧-୩୦୪, ରସୁଲଗଡ ଜିଜିପି କଲୋନୀର ସବର ସାହି, ୱାର୍ଡ ନଂ ୪ ଅନ୍ତର୍ଗତ ନହରକଣ୍ଟାର ତ୍ରିନାଥ ମନ୍ଦିର ନିକଟସ୍ଥ କେନାଲ ରୋଡ, ପ୍ଲଟ ନଂ ୬୫୭/୧୦୯ ଏବଂ ୱାର୍ଡ ନଂ ୩ ଅନ୍ତର୍ଗତ ରଘୁନାଥପୁର, ମଣି ତ୍ରିଭୁବନ ଆପାର୍ଟମେଣ୍ଟର ଜିଏନ୍-ଜିଆର୍ଏନ୍ସି । କଣ୍ଟେନ୍ମେଣ୍ଟ ସମୟରେ ସମ୍ପୃକ୍ତ ଅଞ୍ଚଳକୁ ସାଧାରଣ ଲୋକଙ୍କ ଯିବା ଆସିବା ଉପରେ ରୋକ ଲଗାଯାଇଛି । ଏହି ସମୟରେ ବିଏମ୍ସି ପକ୍ଷରୁ ସମସ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇ ଦିଆଯିବ ।