32.1 C
Bhubaneswar
Saturday, September 28, 2024
Homeଦେଶ ବିଦେଶମୋବାଇଲ ଚାର୍ଜରକୁ ପାଟିରେ ପୁରାଇଦେଲା ୮ମାସର ଶିଶୁ; ଚାଲିଗଲା ଜୀବନ

ମୋବାଇଲ ଚାର୍ଜରକୁ ପାଟିରେ ପୁରାଇଦେଲା ୮ମାସର ଶିଶୁ; ଚାଲିଗଲା ଜୀବନ

ବେଙ୍ଗାଲୁରୁ: ମୋବାଇଲ ଚାର୍ଜର ବିଦ୍ୟୁତ ଆଘାତ ଜଣେ ୮ମାସର ଶିଶୁର ଜୀବନ ନେଇଯାଇଥିବା ଅଭିଯୋଗ ହୋଇଛି । କର୍ଣ୍ଣାଟକ ଉତ୍ତର କାନ୍ନଡା ଜିଲ୍ଲାରୁ ଏପରି ଏକ ଅଭିଯୋଗ ଆସିଛି । ଘଟଣାଟି ବୁଧବାର କରୱାର ତାଲୁକାରେ ଘଟିଛି । ସ୍ଥାନୀୟ ଜଣେ ଯୁବକ ସନ୍ତୋଷ କଲଗୁପ୍ତକରଙ୍କ ୮ ମାସର ଶିଶୁକନ୍ୟା ସାନିଧ୍ୟା ମୋବାଇଲ ଚାର୍ଜର ସଂସ୍ପର୍ଷରେ ଆସିବା ପରେ ପ୍ରାଣ ହରାଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ପୋଲିସ ଏକ ମାମଲା ରୁଜୁ କରିଛି । ସୂଚନା ଅନୁସାରେ, ଘରେ ଏକ ବୋର୍ଡରେ ମାବାଇଲ ଚାର୍ଜର ଲାଗିଥିଲା । ସୁଇଚ୍ ଅଫ ହୋଇନଥିବା ବେଳେ ଚାର୍ଜରର ତାର ଝୁଲନ୍ତା ଅବସ୍ଥାରେ ଥିଲା । ଘରେ ଖେଳୁଥିବା ଏହି ୮ ବର୍ଷୀୟା ଶିଶୁଟି ଚାର୍ଜର ପିନକୁ ପାଟିରେ ପୁରାଇ ଦେଇଥିଲା । ବିଦ୍ୟୁତ ଆଘାତରେ ଶିଶୁଟି ଅଚେତ ହୋଇଥିଲା । କିଛି ସମୟ ପରେ ପରିବାର ସଦସ୍ୟ ଶିଶୁଟିକୁ ଅଚେତ ଅବସ୍ଥାରେ ଉଦ୍ଧାର କରି ତାକୁ ତୁରନ୍ତ ସ୍ଥାନୀୟ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ ।

ବିଦ୍ୟୁତ ଆଘାତରେ ଶିଶୁର ମୃତ୍ୟୁ ହୋଇଥିବା ହସ୍ପିଟାଲ କର୍ତ୍ତୃପକ୍ଷ କହିଥିବା ପରିବାର ସଦସ୍ୟ କହିଛନ୍ତି । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଡାକ୍ତରୀ ଯାଞ୍ଚ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବା ନେଇ ପୋଲିସ କହିଛି । ମୃତ ଶିଶୁକନ୍ୟାର ବାପା ସନ୍ତୋଷ କଲଗୁପ୍ତକର ଜଣେ ଶ୍ରମିକ ଭବେ କାର୍ଯ୍ୟ କରନ୍ତି । ତାଙ୍କର ୩ ସନ୍ତାନଙ୍କ ମଧ୍ୟରେ ମୃତ ଶିଶୁକନ୍ୟା ଥିଲା ତୃତୀୟ । ଅଘଟଣ ଦିନ ତାଙ୍କର ଅନ୍ୟ ଜଣେ ସନ୍ତାନଙ୍କ ଜନ୍ମଦିନ ମଧ୍ୟ ଥିଲା । ଘରେ ଜନ୍ମଦିନ ପାଳନ ପାଇଁ ସମସ୍ତେ ବ୍ୟସ୍ତ ଥିଲେ । ସମସ୍ତେ ଖୁସି ଥିବା ବେଳେ ହଠାତ ଏହି ଅଘଟଣ ଜଣେ କୋମଳମତି ଶିଶୁର ଜୀବନ ନେଇଯିବା ପରେ ବାପା ସନ୍ତୋଷ ମଧ୍ୟ ଅସୁସ୍ଥ ହୋଇପଡିଛନ୍ତି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ପୋଲିସ ଟିମ ସନ୍ତୋଷଙ୍କ ଘରେ ପହଞ୍ଚି ଅଘଟଣା ଘଟିଥିବା ସ୍ଥାନର ଯାଞ୍ଚ କରିଛି । ତଦନ୍ତ ପରେ ପରିବାର ସଦସ୍ୟ ଆଣିଥିବା ଅଭିଯୋଗର ସତ୍ୟାସତ୍ୟ ଜଣାପଡିବା ନେଇ ପୋଲିସ କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking