ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଇଁ ଆଜି ବିଜେପି ଘୋଷଣାପତ୍ର ଜାରି କରିବ । ସାଲ୍ଟଲେକର ଇଜେଡସିସିରେ କେନ୍ଦ୍ର ଗୃହମନ୍ତ୍ରୀ ଓ ଭାଜପାର ପୂର୍ବ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଦଳର ଘୋଷଣା ପତ୍ର ଜାରି କରିବେ । କୁହାଯାଉଛି ଯେ, ବିଜେପି ଆଜି ନିଜ ଘୋଷଣାପତ୍ରରେ ଗୋହତ୍ୟା ଉପରେ ରୋକ, କଟମନୀ ଓ ତୋଲାବାଜୀ ଭଳି ପ୍ରସଙ୍ଗ ସାମିଲ କରିପାରେ । ସେହିଭଲି ମୋଦି ସରକାରଙ୍କ ଆୟୁଷ୍ମାନ ଯୋଜନାକୁ ବି ବଙ୍ଗାଳରେ ଲାଗୁ କରିବା ପାଇଁ ବିଜେପି ନିଜ ମେନିଫିଷ୍ଟୋରେ କରିପାରେ । ଏହାବ୍ୟତୀତ ଉତ୍ତର ବଙ୍ଗାଳ ଓ ଜଙ୍ଗଲମୋହଲ ପାଇଁ ବିଶେଷ ପ୍ରତିଶ୍ରୃତି ଦିଆଯିବାର ସମ୍ଭାବନା ରହିଛି । କିଛିଦିନ ପୂର୍ବରୁ ତୃଣମୂଳ କଂଗ୍ରେସ ନିଜ ଘୋଷଣାପତ୍ର ଜାରି କରିଥିଲା ।
ବିଜେପିର ପୂର୍ବ ଅଧ୍ୟକ୍ଷ ଅମିତ ଶାହା କହିଛନ୍ତି, ମମତା ଦିଦି ବଙ୍ଗାଳରେ ଭଣଜାକୁ ସିଏମ କରିବାକୁ ଚାହୁଁଛନ୍ତି, ହେଲେ ମୋଦି ସେଠାରେ ସୁନାର ବଙ୍ଗଳା ନିର୍ମାଣ କରିବାକୁ ଚାହାଁନ୍ତି ।
ପଶ୍ଚିମବଙ୍ଗରେ ଟିଏମସି ସାଂସଦ ଓ ମମଚା ବାନାର୍ଜୀଙ୍କ ନିକଟତମ ନେତା ଶିଶିର ଅଧିକାରୀ ଆଜି ଗୃହମନ୍ତ୍ରୀ ଅମିତ ଶାହାଙ୍କ ରାଲିରେ ସାମିଲ ହୋଇଛନ୍ତି । ଏହା ମଧ୍ୟରେ ଶିଶିର ଅଧିକାରୀ ମମତାଙ୍କ ଉପରେ ଖୁବ ଜୋରରେ ବର୍ଷିଥିବା ଦେଖିବାକୁ ମିଳିଥିଲା ।