ନୂଆଦିଲ୍ଲୀ:ନାଗରିକ ସଂଶୋଧନ ଆଇନ ଓ ଜାତୀୟ ନାଗରିକ ପଞ୍ଜୀକରଣକୁ ନେଇ ଦେଶ ବ୍ୟାପୀ ଆନ୍ଦାଳନ ଚାଲିଛି । ଅନେକ ରାଜ୍ୟରେ ହିଂସା ମଧ୍ୟ ଦେଖାଦେଇଛି । ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ , ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଆନ୍ଧ୍ରମୁଖ୍ୟମନ୍ତ୍ରୀ ଜଗନ କୁମାର ରେଡି୍ଡ ଯେଉଁମାନେ କି ପ୍ରତ୍ୟେକ୍ଷ ପରୋକ୍ଷ ଭାବେ ରହୁଛନ୍ତି । ଏନଆରସିକୁ ବିରୋଦ୍ଧ କରୁଛନ୍ତି । ଏଣୁ କେନ୍ଦ୍ରସରକାର ଯେଉଁ ଏନପିଆର (ଜାତୀୟ ଜନସଂଖ୍ୟା ପଞ୍ଜୀକରଣ) ଆରମ୍ଭ କରିବାକୁ ଯାଉଛନ୍ତି ସେଥି ନେଇ କାଳେ ବିଭ୍ରାନ୍ତ ସୃଷ୍ଟି ହେବ ତାହା ପୂର୍ବରୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସ୍ପଷ୍ଟ କରିଛନ୍ତି । ଏନଆରସି ସହ ଏନପିଆରର କୌଣସି ସମ୍ପର୍କ ନାହିଁ ବୋଲି ସେ ଦର୍ଶାଇଛନ୍ତି । କାଳେ ଏହାକୁ ନବୀନଙ୍କ ଭଳି ସହଯୋଗୀ ବିରୋଧ କରିବେ ସେଥିପାଇଁ ଶାହ ଏନପିଆର ଆବଶ୍ୟକତା ବିଷୟରେ ଉଲ୍ଲେଖ କରିବାକୁ ଯାଇ ଗୁଜୁରାଟରେ ରହୁଥିବା ଓଡିଆଙ୍କ ଉଦାହରଣ ଦେଇଛନ୍ତି । ଗୁଜୁରାଟରେ ଅନ୍ୟ ସମ୍ପ୍ରଦାୟର ଲୋକେ ରହୁଥିବା ବେଳେ ଶାହ ଓଡିଶାର ଉଦାହରଣ ଦେବା ଏହା ଏକ ଉଦେଶ୍ୟ ବୋଲି ସ୍ପଷ୍ଟ କୁହାଯାଉଛି ।
ଏନଆରସି,ଏନପିଆର ପ୍ରସଙ୍ଗରେ ପ୍ରତିକ୍ରିୟ ପ୍ରକାଶ କଲେ ଅମିତ ଶାହ । ଏନଆରସି ପ୍ରସଙ୍ଗରେ ଏବେ କୌଣସି ଚର୍ଚ୍ଚା କରାଯିବନି । ଏବେ ଏନଆରସି ବିଷୟରେ ଆଲେଚନା କରିବା ଦରକାର ନାହିଁ । ଏନପିଆର କାହିଁକି ହେଉଛି ବୋଲି ସ୍ପଷ୍ଟ କଲେ ଅମିତ ଶାହ । ବିଭିନ୍ନ ରାଜ୍ୟରେ ଅନ୍ୟ ରାଜ୍ୟର ବହୁ ଲୋକ ବସବାସ କରୁଛନ୍ତି । ଗୁଜୁରାଟରେ ଓଡିଶା,ଦିଲ୍ଲୀ,ୟୁପିରୁ ଆସି ବହୁଲୋକ ରହୁଛନ୍ତି । ଗୁଜୁରାଟରେ କେତେ ଓଡିଶା ଲୋକ ରହୁଛନ୍ତି ଜାଣିଲେ ତ କିଛି କରି ହେବ । ଓଡିଆ ଲୋକଙ୍କ ସଂଖ୍ୟା ଜାଣିଲେ ହିଁ ସେମାନଙ୍କ ଭାଷା ସ୍କୁଲରେ ପଢାଇ ହେବ । ଏସବୁ ଜାଣିବା ପାଇଁ ଏନପିଆର ଜରୁରୀ କି ନାହିଁ ବୋଲି ପ୍ରଶ୍ନ କଲେ ଶାହ । ଏନପିଆର ସହ ନାଗରିକତାର କୌଣସି ସମ୍ପର୍କ ନାହିଁ ବୋଲି ସ୍ପଷ୍ଟ କଲେ । ନାଗରିକତା ସଂଶୋଧନ ଆଇନକୁ ନେଇ ସ୍ପଷ୍ଟ କଲେ । ସିଏଏରେ କୌଣସି ବ୍ୟକ୍ତିର ନାଗରିକତା ଯିବାର ପ୍ରଶ୍ନ ଉଠୁନି । କୌଣସି ସଂଖ୍ୟା ଲଘୁଙ୍କ ନାଗରିକତା ଯିବନି, ମୁଁ ଆଉଥରେ ସ୍ପଷ୍ଟ କରୁଛି । ନାଗରିକତା ନେବା ପାଇଁ ନୁହେଁ , ନାଗରିକତା ଦେବା ପାଇଁ ସିଏଏ ହୋଇଛି । ସିଏଏକୁ ନେଇ ଲୋକଙ୍କୁ ବିଭ୍ରାନ୍ତ କରାଯାଉଛି । ହିଂସାକାଣ୍ଡ ଘଟାଯାଉଛି ।
ନାଗରିକ ସଂଶୋଧନ ଆଇନ ଲାଗୁହେଲା ପରେ ଯେତେବେଳେ ଓଡିଶାରେ ମୁସଲିସ ସମ୍ପ୍ରଦାୟ ମାନେ ସ୍ୱର ଉତ୍ତୋଳନ କରିବାକୁ ଆଗେଇ ଆସିଲେ ସେତେବେଳେ ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ନବୀନ ତାଙ୍କ ମତ ରଖିଥିଲେ । ଏଥିରେ ସେ ମୁସଲିମ ସମ୍ପ୍ରଦାୟକୁ ବିଶ୍ୱାସ ଦେଇଥିଲେ ଯେ ଓଡିଶାରେ ଏନଆରସି ଲାଗୁ ହେବାକୁ ସେ ଦେବେ ନାହିଁ ସିଏଏକୁ ସମର୍ଥନ କରୁଛନ୍ତି । ଯେହେତୁ ଏହା ବିଦେଶୀ ମାନଙ୍କ ପାଇଁ ଉଦ୍ଧିଷ୍ଟ ଭାରତୀୟ ମାନଙ୍କ ପାଇଁ ନ୍ୁହେଁ ।