33.1 C
Bhubaneswar
Saturday, October 5, 2024
Homeଦେଶ ବିଦେଶଆର୍ଥିକ ସଂକଟ ଭିତରେ ସରୁଛି ପାକିସ୍ତାନର ବିଦେଶୀ ପାଣ୍ଠି, ସହାୟତା ପାଇଁ ସର୍ତ୍ତ ରଖିଲା ଆଏମ୍ଏ‌ଫ୍

ଆର୍ଥିକ ସଂକଟ ଭିତରେ ସରୁଛି ପାକିସ୍ତାନର ବିଦେଶୀ ପାଣ୍ଠି, ସହାୟତା ପାଇଁ ସର୍ତ୍ତ ରଖିଲା ଆଏମ୍ଏ‌ଫ୍

ଇସଲାମାବାଦ: ଆର୍ଥିକ ସଂକଟରେ ବୁଡ଼ିଛି ପାକିସ୍ତାନ ଦେଶରେ ଶେଷ ହେବାକୁ ବସିଲାଣି ବିଦେଶୀ ପାଣ୍ଠି। ରୋଜଗାର ଖାଦ୍ୟ ପାଇଁ ବିଭିନ୍ନି ସ୍ଥାନରେ ପ୍ରଦର୍ଶନ ଦେଖିବାରୁ ମିଳିଛି ଏହାରି ଭିତରେ ଅତିରିକ୍ତ ସହାୟତା ପାଇଁ ଆଇଏମ୍ଏଫକୁ ଗୁହାରୀ କରିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ୍ ଅର୍ଥ ସହାୟତା ପାଇଁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ସହ ଆଲୋଚନା କରିଛନ୍ତି

ଆଇଏମଏଫ ପାକିସ୍ତାନକୁ ସହାୟତା ପାଇଁ ରାଜି ହୋଇଥିଲେ ମଧ୍ୟ ଦେଶ ସାମ୍ନାରେ ଅତି ନିଷ୍ଠୁର ସର୍ତ୍ତ ରଖିଛି ମାତ୍ର ଏଥିରେ ରାଜି ହେବା ଛଡ଼ା ପାକିସ୍ତାନ ପାଖରେ ଆଉ କୌଣସି ରାସ୍ତା ନାହିଁ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ୍ ସରଫ୍ କରିଛନ୍ତି, ଦେଶ ବର୍ତ୍ତମାନ ଯେଉଁ ସ୍ଥିତିରେ ରହିଛି ତାହା କଳ୍ପନା ସମ୍ଭବ ନୁହେଁ ଦେଶର ବିଦେଶୀ ମୁଦ୍ରା ପାଣ୍ଠି ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି ସୂଚନା ମୁତାବକ ଦେଶରେ କେବଳ ଅରବ ଡଲାର ବିଦେଶୀ ମୁଦ୍ରା ରହିଛି ବିଶେଷଜ୍ଞଙ୍କ ଅନୁସାରେ, ଏତିକି ଟଙ୍କାରେ ମାତ୍ର ସପ୍ତାହ ହିଁ ଦେଶକୁ ଚଳାଇ ହେବ ଫେବ୍ରୁଆରୀ ୨୦୧୪ ପରଠାରୁ ଏବେ ସବୁଠାରୁ ତଳସ୍ତରକୁ ଖସିଛି ପାକିସ୍ତାନର ମୁଦ୍ରା ଭଣ୍ଡାର। ପାକିସ୍ତାନକୁ ଅରବ ଡଲାରର ବେଲଆଉଟ୍ ପ୍ୟାକେଜ୍ ଦେବା ପାଇଁ ଯୋଜନା କରୁଛି ଆଇଏମ୍ଏଫ ହେଲେ ଏହାକୁ ନେଇ ଅନେକ ସର୍ତ୍ତ ମଧ୍ୟ ରହିଛି ଆସନ୍ତା ଫେବ୍ରୁଆରୀ ସୁଦ୍ଧା ଏହି ସହାୟତାକାରୀ ପ୍ୟାକେଜ୍ ଆଇଏମଏଫ ତରଫରୁ ଯୋଗାଇ ଦିଆଯିବ ବୋଲି ଜଣାପଡିଛି ଏହାଫଳରେ ପାକିସ୍ତାନୀ ମୁଦ୍ରାର ମୂଲ୍ୟ ସର୍ବନିମ୍ନ ସ୍ତରକୁ ଖସିଯାଇଛି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking