17.1 C
Bhubaneswar
Monday, November 25, 2024
Homeଦେଶ ବିଦେଶଆଇଟିବିପି ହାତରେ ଅମରନାଥ ଯାତ୍ରା ସୁରକ୍ଷା ଦାୟିତ୍ୱ; ସ୍ୱରାଷ୍ଟ୍ର ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି

ଆଇଟିବିପି ହାତରେ ଅମରନାଥ ଯାତ୍ରା ସୁରକ୍ଷା ଦାୟିତ୍ୱ; ସ୍ୱରାଷ୍ଟ୍ର ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି

ନୂଆଦିଲ୍ଲୀ: ଚଳିତ ବର୍ଷର ଅମରନାଥ ଯାତ୍ରାକୁ ନେଇ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷର ଯାତ୍ରାରେ ଉନ୍ନତ ସୁରକ୍ଷା ବ୍ୟବସ୍ଥା ପାଇଁ ମନ୍ତ୍ରଣାଳୟ ଫୋର୍ସ ମୁତୟନକୁ ଅନ୍ତିମ ରୂପ ଦେଇଛି । ଚଳିତ ବର୍ଷ କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ (ସିଆର୍‌ପିଏଫ୍‌) ପରିବର୍ତ୍ତେ ଇଣ୍ଡୋ-ଟିଽତ ସୀମା ପୁଲିସ (ଆଇଟିପିବି)ର ଯବାନଙ୍କ ଗୁମ୍ଫା ମନ୍ଦିରର ସୁରକ୍ଷା ଦାୟିତ୍ୱ ପ୍ରଦାନ କରାଯାଇଛି ।

ମନ୍ତ୍ରଣାଳୟ ଜମ୍ମୁ-କଶ୍ମୀର ପୁଲିସ ଏବଂ ଶ୍ରୀ ଅମରନାଥ ଶ୍ରାଇନ୍ ବୋର୍ଡର ସୁପାରିସ ଅନୁସାରେ ଏହି ନିଷ୍ପତ୍ତି ନେଇଛି । ଚଳିତ ବର୍ଷର ଅମରନାଥ ଯାତ୍ରା ଜୁଲାଇ ୧ରୁ ଆରମ୍ଭ ହୋଇ ଅଗଷ୍ଟ ୩୧ ତାରିଖରେ ଶେଷ ହେବ । ନର୍ଥ ବ୍ଲକ୍‌ରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ସ୍ୱରାଷ୍ଟ୍ର ସଚିବ ଅଜୟ ଭଲ୍ଲା ଅଧ୍ୟକ୍ଷତା କରିଥିଲେ । ଏଥିରେ ସମସ୍ତ କେନ୍ଦ୍ରୀୟ ପୁଲିସ ବଳର ପ୍ରମୁଖ, ଇଣ୍ଟେଲିଜେନ୍ସ ଏଜେନ୍ସିଙ୍କ ଶୀର୍ଷ ଅଧିକାରୀ, ଜମ୍ମୁ-କଶ୍ମୀର ପ୍ରଶାସନର ବରିଷ୍ଠ ଅଧିକାରୀ ଏବଂ ଶ୍ରୀଅମରନାଥ ଶ୍ରାଇନ୍ ବୋର୍ଡର ବରିଷ୍ଠ ସଦସ୍ୟମାନେ ଯୋଗଦେଇଥିଲେ ।

ମଣିପୁରରେ ଜାରି ଜାତିଗତ ହିଂସା ଚଳିତ ଥରର ଅମରନାଥ ଯାତ୍ରାର ସୁରକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନର ଅନ୍ୟତମ ପ୍ରମୁଖ କାରଣ । ମେ’ ୩ରୁ ହିଂସାଗ୍ରସ୍ତ ମଣିପୁରରେ ଶାନ୍ତି କାଏମ କରିବା ସହିତ ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ବିପୁଳ ସଂଖ୍ୟାରେ ସିଆର୍‌ପିଏଫ୍ ଯବାନଙ୍କ ମୁତୟନ କାରଣରୁ ଚଳିତ ଥରର ଅମରନାଥ ଯାତ୍ରାରେ ଆଇଟିବିପି ଏବଂ ବିଏସ୍‌ଏଫ୍ ଯବାନଙ୍କୁ ମୁତୟନ କରାଯାଇଛି ।

ସେହିପରି ଯାତ୍ରା ସମୟରେ ଅଚାନକ ଆସିବାକୁ ଥିବା ବନ୍ୟା ଏବଂ ଗ୍ଲାସିୟର୍ ବ୍ଲାଷ୍ଟ୍ ସ୍ଥିତିରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ଏନ୍‌ଡିଆର୍‌ଏଫ୍‌କୁ ମୁତୟନ କରାଯାଇଛି । ଚଳିତ ବର୍ଷ ତୀର୍ଥଯାତ୍ରୀଙ୍କ ନିମନ୍ତେ ଶିବିର ନିର୍ମାଣ ପାଇଁ ସ୍ଥାନ ଚୟନରେ ଏନ୍‌ଡିଆର୍‌ଏଫ୍ ଜମ୍ମୁ-କଶ୍ମୀର ପ୍ରଶାସନର ଅଧିକାରୀଙ୍କୁ ସହାୟତା କରିଛି । ଗତବର୍ଷ ଜୁଲାଇ ୮ ତାରିଖରେ ମନ୍ଦିର ନିକଟରେ ଭୀଷଣ ବର୍ଷା କାରଣରୁ ଅଚାନକ ଆସିଥିବା ବନ୍ୟାରେ ଅତିକମ୍‌ରେ ୧୬ ଜଣଙ୍କର ମୃତ୍ୟୁ ହୋଇଥିଲା । ଚଳିତବର୍ଷ ଏପରି ଦୁର୍ଘଟଣା ରୋକିବା ନିମନ୍ତେ ଭାରତୀୟ ବାୟୁସେନା ଓ ଜମ୍ମୁ-କଶ୍ମୀର ପ୍ରଶାସନ ହେଲିକପ୍ଟର୍‌କୁ ପବିତ୍ର ଗୁମ୍ଫା ଉପରେ ନିୟମିତ ଉଡ଼ାଣ କରିବାକୁ କୁହାଯାଇଛି ।

ସୂତ୍ର ଅନୁସାରେ ଚଳିତ ଥର ଉତ୍ପନ୍ନ ସୁରକ୍ଷା ବିପଦ ଓ ଚ୍ୟାଲେଞ୍ଜ୍ ଦୃଷ୍ଟିରୁ ଜମ୍ମୁ-କଶ୍ମୀର ପୁଲିସର ଆବଶ୍ୟକତା ଅନୁସାରେ ଗୁମ୍ଫା ନିକଟରେ ଆଇଟିବିପି ଯବାନଙ୍କ ମୁତୟନ ପାଇଁ ନିଷ୍ପତ୍ତି ନିଆଯାଇଛି । ସୂଚନାଯୋଗ୍ୟ, ୨୦୨୨ରେ ୩.୪୫ ଲକ୍ଷ ଶ୍ରଦ୍ଧାଳୁ ବାବା ବର୍ଫାନୀଙ୍କ ଦର୍ଶନ କରିଥିଲେ । ଚଳିତ ବର୍ଷ ଅଧିକ ସଂଖ୍ୟକ ଶ୍ରଦ୍ଧାଳୁ ପହଞ୍ଚିବା ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking