26.1 C
Bhubaneswar
Tuesday, September 17, 2024
Homeଓଡିଶାଗୁଣିଗାରେଡ଼ିକୁ କେନ୍ଦ୍ର କରି ଆଦିବାସୀ ବ୍ୟକ୍ତିକୁ ହତ୍ୟା ଅଭିଯୋଗ

ଗୁଣିଗାରେଡ଼ିକୁ କେନ୍ଦ୍ର କରି ଆଦିବାସୀ ବ୍ୟକ୍ତିକୁ ହତ୍ୟା ଅଭିଯୋଗ

ମାଲକାନଗିରି: ଗୁଣିଗାରେଡ଼ିକୁ କେନ୍ଦ୍ର କରି ଜଣେ ଆଦିବାସୀ ବ୍ୟକ୍ତିକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଘଟଣା ଘଟିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ମୋଟୁ ଥାନା ମାଲାଭରମ ପଞ୍ଚାୟତ ର ତିନିରାଜପଲ୍ଲୀ ଗ୍ରାମରେ । ମୃତ ବ୍ୟକ୍ତି ହେଲେ ତିନିରାଜପାଲି ଗ୍ରାମର ଗଙ୍ଗା ପଡିଆମୀ । ଘଟଣା ସ୍ଥଳରେ ମୋଟୁ ପୋଲିସ ଛନଭିନ୍ ଜାରି ରଖିଛି । ସୂଚନା ଅନୁସାରେ ଗୁଣିଗାରେଣି ସନ୍ଦେହରେ ଗଙ୍ଗା ପଡ଼ିଆମୀଙ୍କୁ ଧନୁତୀର ସହ ପିଟି ହତ୍ୟା କରିଥିଲେ । ପ୍ରମାଣ ନଷ୍ଟ କରିବା ପାଇଁ ଏକ ଘଞ୍ଚ ଜଙ୍ଗଲରେ ଧାନପାଳରେ ଜାଳି ପୋଡ଼ିଦେଇଥିଲେ । ସୂଚନା ପାଇଁ ଘଟଣା ସ୍ଥଳରେମୋଟୁ ପୁଲିସ ସହ ୧୦ ଜଣ ଡିଭିଏଫ ଯବାନ ମୁତୟନ ଅଛନ୍ତି । କୋରାପୁଟର ଏକ ସାଇଣ୍ଟିଫିକ ଟିମ ଆସି ତଦନ୍ତ ପରେ ଅଧିକ ସୂଚନା ଜଣାପଡିବ କହିଛନ୍ତି ମୋଟୁ ଥାନା ଅଧିକାରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking