19.1 C
Bhubaneswar
Monday, December 23, 2024
Homeଓଡିଶାନିର୍ବାଚନ ଅଧିକାରୀଙ୍କ ବିରୋଧରେ ଅନିୟମିତତା ଅଭିଯୋଗ: ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ଉତ୍ତେଜନା

ନିର୍ବାଚନ ଅଧିକାରୀଙ୍କ ବିରୋଧରେ ଅନିୟମିତତା ଅଭିଯୋଗ: ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ଉତ୍ତେଜନା

ଜଟଣୀ:ଜଟଣୀ ବ୍ଲକ୍ ଅନ୍ତର୍ଗତ ପଞ୍ଚୁପଲୀ ପଞ୍ଚାୟତରେ ଶୁକ୍ରବାର ନାଏବ ସରପଞ୍ଚ ନିର୍ବାଚନ ସମୟରେ ପଞ୍ଚାୟତ ନିର୍ବାଚନ ତଥା ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିରୋଧରେ ଭୋଟ କାଷ୍ଟିଂ ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ କରି ୮ୱାର୍ଡସଭ୍ୟ ପଞ୍ଚାୟତ କାର୍ଯ୍ୟାଳୟ ଫାଟକ ସମ୍ମୁଖରେ ଧାରଣାରେ ବସିଥିଲେ । ଫଳରେ କାର୍ଯ୍ୟାଳୟ ସମ୍ମୁଖରେ ଉତ୍ତେଜନା ପୂର୍ଣ୍ଣ ପରିସ୍ଥିତି ଉପୁଜିଥିଲା । ଖବରପାଇ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନୋଡ଼ାଲ ଅଧିକାରୀ ତଥା ଜଟଣୀ ତହସିଲଦାର ତପନ ମହାପାତ୍ର, ଏୟାରଫିଲ୍ଡ ଥାନା ପୁଲିସ ପହଞ୍ôଚ ବୁଝାସୁଝା କରିଥିଲେ ।
ସୂଚନାନୁସାରେ, ଜଟଣୀବ୍ଲକ୍ ଅନ୍ତର୍ଗତ ପଞ୍ଚୁପଲୀ ପଞ୍ଚାୟତରେ ନାଏବ ସରପଞ୍ଚ ପଦ ପାଇଁ ଆଜି ନିର୍ବାଚନ ଆରମ୍ଭ ହୋଇଥିଲା । ୧୪ ଟି ୱାର୍ଡକୁ ନେଇ ଗଠିତ ପଞ୍ଚାୟତରେ ସୂର୍ଯ୍ୟକାନ୍ତ ମହାରଥୀ ଓ ଚନ୍ଦ୍ରକାନ୍ତ ମଲ୍ଲିକ ପ୍ରାର୍ଥିପତ୍ର ଦାଖଲ କରିଥିଲେ । ନିର୍ବାଚନ ପ୍ରଥମେ ୱାର୍ଡ ନଂ ୧ରୁ ଆରମ୍ଭ କରିବା ପରିବର୍ତ୍ତେ ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀ ୩ ଓ ୭ ୱାର୍ଡ ପ୍ରଭୃତିଙ୍କୁ ନେଇ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିଥିଲେ । ଏହାକୁ ପ୍ରାର୍ଥୀ ସୂର୍ଯ୍ୟକାନ୍ତ ବିରୋଧ କରିଥିଲେ । ଫଳାଫଳ ତାଙ୍କ ବିପକ୍ଷରେ ଯିବାରୁ ସେ ଭୋଟକାଷ୍ଠିଂ ଅଭିଯୋଗ କରିଥିଲେ । ଅଭିଯୋଗନୁଯାୟୀ ତାଙ୍କ ସପକ୍ଷରୁ ୧୪ଟି ୱାର୍ଡସଭ୍ୟଙ୍କ ମଧ୍ୟରୁ ୮ଜଣ ମତଦାନ କରିଛନ୍ତି । ତେବେ ବଳକା ୬ ୱାର୍ଡସଭ୍ୟ ଏବଂ ସରପଞ୍ଚଙ୍କୁ ମିଶାଇ ମୋଟ ୭ଜଣ ବିପକ୍ଷ ଆଶାୟୀଙ୍କ ସପକ୍ଷରେ ମତଦାନ କରିଛନ୍ତି । ଚନ୍ଦ୍ରକାନ୍ତ କେଉଁ ଆଧାରରେ ନାଏବ ସରପଞ୍ଚ ନିର୍ବାଚିତ ହେଲେ ବୋଲି ପ୍ରଶ୍ନ କରିଛନ୍ତି । ଏଥି ସହ ଗଣନା ସମୟରେ ଏକ ବାଲାଟ୍ ପେପରରେ ୨ଟି ଚିହ୍ନରେ କାଳିଦାଗ ଲାଗିଥିବା ଜାଣିପାରି ନିର୍ବାଚନ ପରିଚାଳକଙ୍କୁ ସୁଚିତ କରିଥିଲେ ମଧ୍ୟ ସେ ଶୁଣି ନଥିଲେ । ତେଣୁ ୮ଜଣ ୱାର୍ଡସଭ୍ୟ ଭୋଟକାଷ୍ଟିଂ ଅଭିଯୋଗରେ ପୁନଃ ନିର୍ବାଚନ ଲାଗି ପଞ୍ଚାୟତ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଧାରଣାରେ ବସିଥିବା କହିଥିଲେ । ପୁନଃ ନିର୍ବାଚନ ଦାବିରେ ଏକ ଲିଖିତ ଅଭିଯୋଗ ପଞ୍ଚାୟତ ନିର୍ବାଚନ ନୋଡ଼ାଲ ଅଫିସର ତଥା ତହସିଲଦାର ତପନ ମହାପାତ୍ର ଏବଂ ବ୍ଲକ୍ ନିର୍ବାଚନ ଅଧିକାରୀ ତଥା ବିଡିଓ ସରୋଜ ରାଉତଙ୍କୁ ପ୍ରଦାନ କରିଥିଲେ । ଏ ନେଇ ଉଭୟ ନିର୍ବାଚନ ଅଧିକାରୀ କହିଛନ୍ତି ଯେ, ଘଟଣା ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯିବାପରେ ନିର୍ଦ୍ଦେଶାନୁଯାୟୀ ପଦକ୍ଷେପ ଗ୍ରହଣ କରାଯିବ । ସେହିପରି ଏହି ବ୍ଲକ୍ ଅନ୍ତର୍ଗତ ପଦନପୁର ପଞ୍ଚାୟତରେ ମଧ୍ୟ ପରାଜିତ ଆଶାୟୀ କାର୍ଯ୍ୟାଳୟ ସମ୍ମୁଖରେ ହୋହଲା କରିଥିବା ଦେଖିବାକୁ ମିଳିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking