19.1 C
Bhubaneswar
Tuesday, December 24, 2024
Homeଦେଶ ବିଦେଶନିର୍ବାଚନ ଅନିୟମିତତା ଅଭିଯୋଗ ଆଣିଲା ବିଜେଡି

ନିର୍ବାଚନ ଅନିୟମିତତା ଅଭିଯୋଗ ଆଣିଲା ବିଜେଡି

ନୂଆଦିଲ୍ଲୀ : ସାଧାରଣ ନିର୍ବାଚନରେ ମତଦାନରେ  କିଛି ଗଡବଡ ରହିଛି । ଇଭିଏମର କିଛି ତ୍ରୁଟି ରହିଛି ।  ଭୋଟ ଗଣତି ସମୟରେ ଏହା  କିପରି ସମ୍ଭବ ହେଲା  ତାକୁ ନେଇ ବିଜେଡି ସନ୍ଦେହ  ପ୍ରକାଶ କରିଛି । ଏହା କୌଣସି ପ୍ରକାରେ   ଜାଲିଆତି ହୋଇଥାଇପାରେ ବୋଲି ସଙ୍ଗୀନ ଅଭିଯୋଗ ଆଣିଛି ବିଜେଡି ।  ଏ ସମ୍ପର୍କରେ ଦଳର ଏକ ପ୍ରତିନିଧି   ଦଳ ନିର୍ବାଚନ କମିଶନଙ୍କୁ ଭେଟି  ଫେରାଦ ହୋଇଛନ୍ତି ।  ନୂଆଦିଲ୍ଲୀର  ଇନିଷ୍ଟିଚ୍ୟୁସନ କ୍ଲବ ଠାରେ  ଏକ ସାମ୍ବାଦିକ ସମ୍ମିଳନୀରେ   ପ୍ରତିନିଧି ମଣ୍ଡଳ ପକ୍ଷରୁ  ପୂର୍ବତନ ସାଂସଦ  ଅମର ପଟ୍ଟନାୟକ କହିଲେ  ଲୋକସଭା, ବିଧାନସଭା   ନିର୍ବାଚନର  ଫଳାଫଳକୁ ବିଜେଡି ବିଶେଷ ଭାବେ ଅନୁଧ୍ୟାନ କରିଛି । ଇଭିଏମରେ ଯାହା  ମତଦାନ ହୋଇଥିଲା  ତାହା  ମୋଟ ମତଦାନ ଏବଂ ମତଦାନ ଗଣତିଠାରୁ ସମ୍ପୁର୍ଣ ଭିନ୍ନ । ସେ ଆହୁରି କହିଛନ୍ତି , ଏକ ସଂସଦୀୟ ଗଣତନ୍ତ୍ରରେ  ସ୍ୱଛତା ରହିବା ଆବଶ୍ୟକ ।  ସ୍ୱଛତା ଲୋକଙ୍କ ବିଶ୍ୱାସ ନିର୍ଭର କରେ । ଯଦି ଏଭଳି ସ୍ୱଛତା ନ ରହିବ ତେବେ  ଲୋକମାନଙ୍କ ବିଶ୍ୱାସ ଆଉ ଗଣତନ୍ତ୍ର ଉପରେ ରହିବ ନାହିଁ । ବିଜେଡି  ନିର୍ବାଚନକୁ ସାକ୍ଷାତ କରି  କହିଛନ୍ତି ଏହି ସବୁର ସମାଧାନ ଶୀଘ୍ର ହେବା ଦରକାର । ଏହାପରେ  ଦଳର ସଭାପତି ନବୀନ ପଟ୍ଟନାୟକଙ୍କ  ନିର୍ଦ୍ଦେଶାନୁସାରେ  ଦଳ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବ । ଅମର ସମ୍ମିଳନାରେ ଉଦାହରଣ ଦେଇ କହିଛନ୍ତି , ଫୁଲବାଣୀ  ବିଧାନସଭା ଆସନର ବୁଥ  ନମ୍ବର  ୫୭ରେ ଇଭିଏମ ମତଦାନ ଓ ଇଭିଏମ  ମତଗଣତି ସଂଖ୍ୟାରେ  ୬୮୨  ପାର୍ଥକ୍ୟ ରହିଛି ।   ସେହିପରି ତଳସରା  ବିଧାନସଭାର ବୁଥ ନମ୍ବର  ୧୬୫  ଓ ବୁଥ ନମ୍ବର  ୨୧୯ ରେ  ପାର୍ଥକ୍ୟ  ୬୬୦ ଓ ୭୮୪ ଅଛି ।  ସେହିପରି ଭୁବନେଶ୍ୱର ବିଧାନସଭା ଅନ୍ତର୍ଗତ  ବୁଥ ନମ୍ବର ୩ରେ ୪୨ ପାର୍ଥକ୍ୟ ରହିଛି ।  ତେବେ ଏଭଳି ପାର୍ଥ୍ୟକୁ ନେଇ  ନିର୍ବାଚନର  ନିରପେକ୍ଷତା ଓ ସ୍ୱଛତା ଉପରେ ପ୍ରଶ୍ନ ଉଠିଛି ।  ରାଜ୍ୟରେ ବିଧାନସଭା  ଓ ଲୋକସଭା  ନିର୍ବାଚନ ଏକାଠି ହୋଇଥିଲା ।   ତେବେ ଆସନର ସମୁଦାୟ  ମତଦାନ ସଂଖ୍ୟାଠାରୁ   କିଭଳି ଭିନ୍ନ ହେଲା ।  ତଥ୍ୟ ରଖି  ଶ୍ରୀ ପଟ୍ଟନାୟକ  କହିଲେ , ଢେଙ୍କାନାଳରେ   ଏହି ପାର୍ଥକ୍ୟ ୪୦୫୬ ଥିବା ବେଳେ  କନ୍ଧମାଳରେ  ୩୫୨୧  ରହିଛି । ସେବିପରି ବଲାଙ୍ଗୀରରେ  ୨୭୦୧ । ଯାଜପୁର ଲୋକସଭା ଆସନର  ଫଳାଫଳ  କେବଳ ୨ ହଜାର  ବ୍ୟବଧାନରେ    ଲୋକସଭା ଓ ବିଧାନସଭାର ସମସ୍ତ  ମତଦାନରେ  ୬୭୭ ପାର୍ଥକ୍ୟ ରହିଛି ।  ଓଡିଶାରେ ପାଖାପାଖି ୩୦ ପ୍ରତିଶତରୁ ଅଧିକ ପାର୍ଥକ୍ୟ  ଦେଖିବାକୁ ମିଳୁଛି । ପାଖାପାଖି ୫୦ଟି ବିଧାନସଭା  ଆସନର ଫଳାଫଳ ପ୍ରଭାବିତ ହୋଇଛି । ବିଜେଡିର ଅଭିଯୋଗ ଅନୁଯାୟୀ ଭୋଟ ଦିନ  ସନ୍ଧ୍ୟା ୫ , ରାତି ୧୧ଟା ୪୫ ଗଣତି ବେଳର ତଥ୍ୟ ଭିନ୍ନ ଦର୍ଶାଉଛି ।  ବିଭିନ୍ନ ବୁଥରେ ପାର୍ଥକ୍ୟ  ୨୦ ପ୍ରତିଶତରୁ ସର୍ୱାଧିକ ୩୦ ପ୍ରତିଶତ  ହୋଇଥିବା ନଜରକୁ ଆସିଛି ।  ଓଡିଶାରେ ୨୦୦୪, ୨୦୦୯ , ୨୦୧୪ , ୨୦୧୯ ଓ ୨୦୨୪ରେ ଏକାବେଳ  ଲୋକସଭା  ଓ ବିଧାନସଭା ନିର୍ୱାଚନ ହୋଇଥିଲେ ବି  ଏତେ ଫରକ ହେଉନଥିଲା ।  ପାର୍ଥକ୍ୟ ୦.୫ରୁ ୧.୫ ପ୍ରତିଶତରେ ସୀମିତ ରହୁଥିଲା ।  ହେଲେ ପୂର୍ୱ ନିର୍ୱାଚନ  ଅପେକ୍ଷା  ୨୦୨୪  ସାଧାରଣ ନିର୍ବାଚନରେ  ଏହି ପାର୍ଥକ୍ୟ ଅଧିକ ବୋଲି ଦଳ ପକ୍ଷରୁ କୁହାଯାଉଛି । ନିର୍ଦିଷ୍ଟ କେତୋଟି ସଂସଦୀୟ ଓ ବିଧାନସଭା କ୍ଷତ୍ରେକୁ ନେଇ ବିଜେଡି ପକ୍ଷରୁ  ଅଭିଯୋଗ କରାଯାଇଛି ।  ୫୦ଟି ବିଧାନସଭା ଆସନରୁ ୩୮ଟି ବିଧାନସଭା ଆସନରେ ମତଦାନ  ହାର ତାରତମ୍ୟ  ୧୫ରୁ ୨୨ ପ୍ରତିଶତ ।  ସେହିଭଳି ୧୦ ବିଧାନସଭା ଆସନରେ  ମତଦାନ ହାର ୨୦ରୁ ୨୫ ପ୍ରତିଶତ  ରହିଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କେନ୍ଦୁଝରର ତାରତମ୍ୟ ସରିବାଧିକ  ୩୦ , ୬୪ ପ୍ରତିଶତ ।  ଏହା କିପରି ସମ୍ଭବ ହେଲା  ଇସିଆଇ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ବିଜେଡି ଦାବି କରିଛି ।  ଏହି ପ୍ରତିନିଧି ଦଳରେ  ଅମରଙ୍କ ସହ  ସାଂସଦ ସୁଲତା ଦେଓ , ସସ୍ମିତ ପାତ୍ର, ମାନଓ ରଞ୍ଜନ ମଙ୍ଗରାଜ ,  ଶୁଭାଶିଷ  ଖୁଣ୍ଟିଆ , ଦେବାଶିଷ ସାମନ୍ତରାୟ, ମଞ୍ଜିବୁଲା ଖାଁ ଓ ନିରଞ୍ଜନ ବିସି ନିର୍ବାଚନ କମିଶନଙ୍କୁ ଭେଟିଥିଲେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking