28.1 C
Bhubaneswar
Wednesday, December 4, 2024
Homeଅପରାଧମରଣାତ୍ମକ ଆକ୍ରମଣ ଅଭିଯୋଗ: ୪ କୋର୍ଟଚାଲାଣ

ମରଣାତ୍ମକ ଆକ୍ରମଣ ଅଭିଯୋଗ: ୪ କୋର୍ଟଚାଲାଣ

ନୂଆପଡା : ନୂଆପଡା ଜିଲ୍ଲା ସିନାପାଲି ଥାନାରେ ଗତ ଜୁନ୍ ୫ ତାରିଖ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଘଟଥିବା ଏକ ପାରିବାରିକ କଳହର ସାମାଜିକ ବୈଠକ ବସିଥିବାବେଳେ ଗଣ୍ଡଗୋଳ ହୋଇଥିଲା । ସେଥିରେ ସ୍ୱାମୀ ପକ୍ଷର ଲୋକଙ୍କୁ ସ୍ତ୍ରୀ ପକ୍ଷର ଲୋକେ ମରଣାତ୍ମକ ଆକ୍ରମଣ କରିଥିଲେ । ଏନେଇ ସିନାପାଲି ଥାନାରେ ଅଭିଯୋଗ ହୋଇଥିଲା । ଏହି ମାମଲାରେ ପୁଲିସ ଏକ କେଶ୍ ରୁଜୁକରି ତଦନ୍ତ କରି ୪ ଜଣ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି । ଅଭିଯୁକ୍ତମାନେ ହେଲେ ଗଡରାମାଲ ଗ୍ରାମର ବ୍ରଜମୋହନ ସା (୪୪), କମଲ ସା (୫୪), ରୁପଧର ସା (୪୯) ଓ ସୁଦାମ ସା (୨୪) ।

ସୂଚନା ଅନୁସାରେ, ସିନାପାଲି ବ୍ଲକ ଅନ୍ତର୍ଗତ ଗଡରାମାଲ ଗ୍ରାମର ସାହୁ ସମାଜର ଝିଅକୁ ନୂଆପଡା ଜିଲ୍ଲା ବୋଡେନ ବ୍ଲକ ଅନ୍ତର୍ଗତ ବୁଢିପଦର ଗ୍ରାମର ଜଣେ ବ୍ୟକ୍ତି ଗତ ୨୦୨୦ ମସିହାରେ ବିବାହ ହୋଇଥିଲା । ହେଲେ କୌଣସି କାରଣରୁ ସ୍ୱାମୀ ସ୍ତ୍ରୀ ର ବଚସା ହେବାପରେ ଗତ ଜୁନ୍ ମାସରେ ସାହୁ ସମାଜର ଏକ ବୈଠକ ଗଡରାମାଲ ଗ୍ରାମରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଗଣ୍ଡଗୋଳ ହୋଇଥିବା ୨ଜଣ ଗୁରୁତର ଥିବା ବେଳେ ଉକ୍ତ ବିଷୟରେ ବୁଢିପଦର ଗ୍ରାମର ଡିଙ୍ଗର ସା ସିନାପାଲି ଥାନାରେ ଅଭିଯୋଗ କରିଥିଲେ । ସେହି ଘଟଣାରେ ସିନାପାଲି ଥାନାରେ ଏକ ମାମଲା ରୁଜୁକରି ତଦନ୍ତ ଚଲାଇଥିବା ବେଳେ ୪ ଜଙ୍କୁ କୋର୍ଟ ଚାଲାଣ କରିଥିବା ଖଡିଆଳ ଏସଡିପିଓ ସନ୍ତକ ଜୈନ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking