19.1 C
Bhubaneswar
Friday, January 10, 2025
Homeଓଡିଶାବାରକୋଟ ବ୍ଲକର ୧୪ ପଞ୍ଚାୟତରେ ଯୋଗାଣ ହେଉଥିବା ୧୫୯ ଅଙ୍ଗନବାଡି କେନ୍ଦ୍ରରେ ଛତୁଆ ଓ ଲଡ଼ୁ...

ବାରକୋଟ ବ୍ଲକର ୧୪ ପଞ୍ଚାୟତରେ ଯୋଗାଣ ହେଉଥିବା ୧୫୯ ଅଙ୍ଗନବାଡି କେନ୍ଦ୍ରରେ ଛତୁଆ ଓ ଲଡ଼ୁ ଯୋଗାଣରେ ଦୁର୍ନୀତି ଅଭିଯୋଗ

ଦେବଗଡ଼: ବାରକୋଟ ବ୍ଲକ ଦଁରା ପଞ୍ଚାୟତ ଅନ୍ତର୍ଗତ ସମସ୍ତ ଅଙ୍ଗନବାଡି ସେଣ୍ଟରରେ ଛତୁଆ ଯୋଗାଣରେ ଦୁର୍ନୀତି ଅଭିଯୋଗ ନେଇ ସମିତି ସଦସ୍ୟା ବବିତା ପ୍ରଧାନ ଆଜି ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇଥିବା ଜଣା ପଡିଛି । ଅଭିଯୋଗ ପରେ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ନରହରି ସିଂଙ୍କୁ ଘଟଣାର ତଦନ୍ତ ପାଇଁ ନିର୍ଦେଶ ଦେଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାଇ ଗର୍ଭବତୀ ମହିଳା ଓ ଶିଶୁଙ୍କୁ ଅଙ୍ଗନବାଡି ମାଧ୍ୟମରେ ପୃଷ୍ଟିକର ଖାଦ୍ୟ ଯୋଗାଣ ନେଇ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ କେତେକ ଅସାଧୁ ବ୍ୟକ୍ତି ବିଶେଷଙ୍କ ଲାଭ ଖୋର ମନୋଭାବ ଯୋଗୁଁ ସରକାରଙ୍କ ଏହି ଯୋଜନାରେ ଦୁର୍ନୀତି ନିଜ କାୟା ବିସ୍ତାର କରୁଛି । ବାରକୋଟ ବ୍ଲକର ୧୪ ପଞ୍ଚାୟତ ରେ ରହିଥିବା ୧୫୯ ଅଙ୍ଗନବାଡି କେନ୍ଦ୍ରରେ ପୁରୁଣାପାଣି ସ୍ଥିତ ବନିତା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଛତୁଆ ଓ ଲଡ଼ୁ ଯୋଗାଇବ ପାଇଁ ଦାୟିତ୍ୱ ଦିଆଯାଇଥିବା ବେଳେ ୪ କେଜି ୪୧୦ ଗ୍ରାମ ଓଜନର ଛତୁଆ ବଦଳରେ ୩ କେଜି ୮୦୦ ଗ୍ରାମ ଛତୁଆ ଓ ୬୦୦ ଗ୍ରାମ ଓଜନର ବାଦମ ଓ ରାଶି ଲଡ଼ୁ ପରିବର୍ତ୍ତେ ୪୦୦ ଗ୍ରାମ ଓଜନର ପ୍ୟାକିଙ୍ଗ ହୋଇ ବିତରଣ କରାଯାଉଛି । ଫଳରେ ହିତାଧିକାରୀ ନିଜ ନ୍ୟାର୍ଯ୍ୟ ପ୍ରାପ୍ୟରୁ ବଞ୍ଚିତ ହେଉଥିବା ବେଳେ ଯୋଗାଣକାରି ସଂସ୍ଥା ମାଲାମାଲ ହେଉଥିବା ଅଭିଯୋଗ ହୋଇଛି । ଅନ୍ୟ ପକ୍ଷରେ ଗର୍ଭବତୀ ମହିଳା ଓ ଶିଶୁଙ୍କ କ୍ଷେତ୍ରରେ କୌଣସି ପ୍ରକାର ଦୁର୍ନୀତି କୁ ପ୍ରଶ୍ରୟ ଦିଆ ଯାଇପାରିବ ନାହିଁ ବୋଲି ଅଭିଯୋଗ କାରି ସମିତି ସଦସ୍ୟା ବବିତା ପ୍ରକାଶ କରିଥିବା ବେଳେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ନରହରି ସିଂଙ୍କ ମତାମତ ନେବାରୁ ସେ ସମିତି ସଦସ୍ୟାଙ୍କ ଅଭିଯୋଗ ଉପରେ ଜିଲ୍ଲାପାଳ ତଦନ୍ତ ନିର୍ଦେଶ ଦେଇଥିବା ଏବଂ ତଦନ୍ତ ରେ ଅଭିଯୋଗର ସତ୍ୟାସତ୍ୟ ଥିଲେ ଦୋଷୀ ବିରୁଦ୍ଧରେ ଦୃଢ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମତ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking