ଭୁବନେଶ୍ୱର : ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ମନ୍ତବ୍ୟ ପରେ ସାଂସଦ ଅପରାଜିତାଙ୍କ ପ୍ରତିକ୍ରିୟା । ଆଜି କେବଳ କର୍ମୀ ନୁହଁନ୍ତି, ସାରା ଓଡିଶାବାସୀ ଆନନ୍ଦିତ । ସଭାପତୀ ସ୍ପଷ୍ଟ ଭାବେ କହିଛନ୍ତି ଆମେ ଏକାକୀ ଲଢିବୁ । ଏହାକୁ ନେଇ ଆମେ ସମସ୍ତେ ଉତ୍ସବ ମନାଇବା ଉଚିତ ବୋଲି କହିଛନ୍ତି ଅପରଜିତା । ତେବେ ଏହା ପୂର୍ବରୁ ରାଜ୍ୟ ବିଜେପି ସଭାପତି ବିଜେପି ଏକାକୀ ସରକାର କରିବ ବୋଲି ଶ୍ରୀ ସାମଲ ଦୃଢୋକ୍ତ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃଥ୍ୱରେ ବିଜେପି ଲଢିବ ଓ ସରକାର କରିବ ବୋଲି ସେ କହିଛନ୍ତି । ଏହି କ୍ରମରେ ସେ କହିଛନ୍ତି ଯେ ଓଡ଼ିଶାର ଅସ୍ମିତାକୁ ନେଇ ଆମେ ଲୋକଙ୍କ ପାଖକୁ ଯିବୁ । ଦେଶରେ ତୃତୀୟ ଓ ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପି ସରକାର କରିବ । ମୋଦୀଙ୍କୁ ଆଧାର କରି ଆମେ ଓଡ଼ିଶାରେ ସରକାର କରିବୁ ବୋଲି ଶ୍ରୀ ସାମଲ କହିଛନ୍ତି । ଲୋକମାନଙ୍କର ଆଶୀର୍ବାଦ ଓ ଶୁଭେଚ୍ଛା ନେଇ ନିର୍ବାଚନ ଲଢିବୁ । ଆଉ ସରକାର କରିବୁ । ତେବେ ‘ଓଡ଼ିଶାରେ ବିଜେପି ଏକାକୀ ସରକାର କରିବ’ ବୋଲି ମନମୋହନଙ୍କ ମନ୍ତବ୍ୟରୁ ଏହା ସ୍ପଷ୍ଟ ହେଉଛି ଆଗାମୀ ଦିନରେ ବିଜେପି ଓ ବିଜେଡି ମଧ୍ୟରେ ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି ।